ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଶଂସାକଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଉଚ୍ଚ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି। ଚଳିତ ଅଗଷ୍ଟ ୧୭ ତାରିଖ ଦିନ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପାଟିଙ୍କ ସହ ଭୁବନେଶ୍ୱରସ୍ଥିତ ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିଦର୍ଶନ କରିଥିଲେ ଏବଂ ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ କଳାକୃତି ଦେଖି ପ୍ରଶଂସା କରିଛନ୍ତି। ପଦ୍ମ ବିଭୂଷଣ ଶ୍ରୀସାହୁଙ୍କ ମୂର୍ତ୍ତିକଳା ଓ କୃତିକୁ ରାଜ୍ୟପାଳ ନିରୀକ୍ଷଣ କରିଥିଲେ। ପଦ୍ମ ବିଭୂଷଣ ଶ୍ରୀସାହୁ ରାଜ୍ୟପାଳଙ୍କୁ କଳାର ପ୍ରକି୍ରୟା, ପଥର ସଂଗ୍ରହ, ପ୍ରତ୍ୟେକ ସୃଷ୍ଟି ପାଇଁ ଆବଶ୍ୟକ ହେଉଥିବା ସମୟ, ମୂର୍ତି ନିର୍ମାଣ ପଛରେ ଥିବା କୌଶଳ ବିଷୟରେ ଅବଗତ କରାଇଥିଲେ ଏବଂ ଏପରି କଳାକୌଶଳ ଓ କୃତି ଓଡ଼ିଶାକୁ ବିଶ୍ୱସ୍ତରରେ ପରିଚୟ କରାଇ ପାରିଛି ବୋଲି କହିଥିଲେ। ଶିଳ୍ପୀମାନଙ୍କ କାର୍ଯ୍ୟରେ ପ୍ରତିଫଳିତ ସଠିକତା, ସୃଜନଶୀଳତା ଏବଂ କଠିନ ପରିଶ୍ରମକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ଓଡ଼ିଶାର ଶତାଦ୍ଦୀ ଶତାଦ୍ଦୀ ପୁରୁଣା କଳା ପରଂପରାର ଜୀବନ୍ତ ଉଦାହରଣ ବୋଲି କହିଥିଲେ। ଓଡ଼ିଶାର ଐତିହ୍ୟ ଦ୍ୱାରା ପ୍ରଭାବିତ ହୋଇ ରାଜ୍ୟପାଳ କହିଥିଲେ ଯେ ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ଭୂମି। ଏଠାରେ ପାରଂପରିକ କାରିଗରୀ ଅତ୍ୟନ୍ତ ଜୀବନ୍ତ ଭାବେ ବିକଶିତ ହେଉଛି। ରାଜ୍ୟର ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବା ଏବଂ ବିଶ୍ୱସ୍ତରରେ ଏହାକୁ ପ୍ରୋସôାହିତ କରିବାରେ କାରିଗର ଓ ଶିଳ୍ପୀମାନଙ୍କର ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏତଦ୍ବ୍ୟତୀତ ଭବିଷ୍ୟତ ପିଢି ପାଇଁ ଏହି ଗୌରବମୟ ଐତିହ୍ୟକୁ ଆଗକୁ ବହନ କରିବା ପାଇଁ ଯୁବ ଶିଳ୍ପୀମାନଙ୍କୁ ଉସôାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Leave a Reply

Your email address will not be published. Required fields are marked *