ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳାମାନଙ୍କ ସୁରକ୍ଷା ସମ୍ପର୍କିତ କର୍ମଶାଳା

ଭୁବନେଶ୍ଵର: ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ମଶାଳାକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି, ଆଈଏଏସ,  ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମହିଳା ଆୟୋଗର ସଦସ୍ୟା ଊର୍ମିଳା ମହାପାତ୍ର, ପ୍ରତିଭା ଶତପଥି ଏବଂ ଡକ୍ଟର କଳ୍ପନା ମଲ୍ଲିକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ଵର-କଟକ ପୁଲିସ କମିଶନରରେଟ୍ କାର୍ଯ୍ୟାଳୟରେ ସହାୟକ ପୁଲିସ କମିଶନର ଭାବେ କାର୍ଯ୍ୟରତ ଅକ୍ଷୟ କୁମାର ନାୟକ ମୁଖ୍ୟ ସମ୍ବଳ ବ୍ୟକ୍ତି ଭାବେ ଯୋଗଦାନ କରିଥିଲେ। 

କର୍ମଶାଳାର ବୈଷୟିକ ଅଧିବେଶନରେ ସମ୍ବଳ ବ୍ୟକ୍ତି ଭାବେ ଅକ୍ଷୟ କୁମାର ନାୟକ, ସହାୟକ ପୁଲିସ କମିଶନର, ଭୁବନେଶ୍ଵର ସାଇବର ଅପରାଧ ସମ୍ପର୍କରେ ସବିଶେଷ ଉପସ୍ଥାପନା ସହ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। ଉକ୍ତ କର୍ମଶାଳାରେ ଏହି କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାର ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯଥା, ପୁଲିସ, ଆଇନଜୀବି, ସରକାରୀ ନୀତି ପ୍ରସ୍ତୁତକାରୀ, ନାଗରିକ ସମାଜ ପ୍ରତିନିଧି ଏବଂ  ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସମାଜସେବୀ, ଆଇନ ଛାତ୍ରଛାତ୍ରୀ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧିକାରୀ ଓ କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *