ସମ୍ଭାବ୍ୟ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ସମୀକ୍ଷା

ଭୁବନେଶ୍ୱର: ସମ୍ଭାବ୍ୟ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତା କରି ବିଭିନ୍ନ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଏ ବାବଦରେ କୌଣସି ବ୍ୟସ୍ତ ନ ହେବାକୁ ସେ କହିଛନ୍ତି। ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ନିରନ୍ତର ସମନ୍ୱୟରେ ଅଛନ୍ତି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି। ଜନସାଧାରଣଙ୍କୁ ଅନୁରୋଧ କରି କୌଣସି ଗୁଜବ କିମ୍ବା ଅପପ୍ରଚାରରେ ବିଚଳିତ ଅଥବା ଭୟଭୀତ ନହୋଇ ସଚେତନ ରହିବା ଏବଂ ଆବଶ୍ୟକ ସ୍ୱାସ୍ଥ୍ୟ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଅଶ୍ଵତୀ ଏସ., ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡ଼ି ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *