୧୫ଟି ହସ୍ତଶିଳ୍ପ ଚିହ୍ନଟ ଓ ହସ୍ତଶିଳ୍ପଗୁଡ଼ିକ ପାଇଁ ସୁସଂଗଠିତ ଏବଂ ମାନକ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ଢାଞ୍ଚା ପ୍ରସ୍ତୁତ

ଭୁବନେଶ୍ୱର: ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ରେ ୧୫ଟି ଅତିରିକ୍ତ ହସ୍ତଶିଳ୍ପର  ପାଠ୍ୟକ୍ରମ  ପ୍ରସ୍ତୁତି ଓ ପ୍ରଶିକ୍ଷଣ ନିମନ୍ତେ  ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟ ଅତିଥି ପ୍ରଦିପ ବଳ ସାମନ୍ତଙ୍କ ଉପସ୍ଥିତିରେ କମିଶନର-ତଥା  ଶାସନ ସଚିବ ଗୁହାପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଏହି  ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିବେଦିତା ପୃଷ୍ଟି, ନିର୍ଦ୍ଦେଶିକା, ହସ୍ତଶିଳ୍ପ, ଓଡ଼ିଶା, ଚିନ୍ମୟୀ ବିଶ୍ୱାଳ ସଦସ୍ୟ ସଚିବ, ସିଡାକ,  ଡ଼.ଉମେଶ ଚନ୍ଦ୍ର ନାୟକ, ଉପାଚାର୍ଯ୍ୟଙ୍କ ପ୍ରତିନିଧି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଛତ୍ରପତି ଶ୍ରୀ  ବରାଳ, ଅଧ୍ୟାପକ ବି.କେ. ଆର୍ଟ କଲେଜ, ଭୁବନେଶ୍ୱର, ମାନଗୋବିନ୍ଦ ଜେନା, ସନ୍ତୋଷ ମହାନ୍ତି, ବିଷ୍ନୁପଦ ମହାନ୍ତି, ସୌମ୍ୟା ସୁରଭିତା ସିଂ, ଉପନିର୍ଦ୍ଦେଶକ, ହସ୍ତଶିଳ୍ପ, ପ୍ରମୋଦ କୁମାର ସାହୁ ପ୍ରଧାନ ନିର୍ଦ୍ଦେଶକ ଓ ମୁଖ୍ୟ ସିପେଟ, ବବିତା ମହାନ୍ତି ସିଡ଼ାକ ଏବଂ ଜାତୀୟ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ, ଶିଳ୍ପୀଗୁରୁ  ସୁଧୀର ମହାରଣା, ରାମେଶ୍ୱର ମୁଣ୍ଡା, ଭୀମସେନ ଖୁଣ୍ଟିଆ, ପୁରୁଷୋତ୍ତମ ମହାପାତ୍ର ଓ ପନ୍ଦର ଜଣ ସ୍ଥାନୀୟ ମାଷ୍ଟର କ୍ରାଫ୍ଟସ୍ ପର୍ସନ ଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ, ଦକ୍ଷ କାରିଗର ସୃଷ୍ଟି ଏବଂ ରୋଜଗାରମୁଖୀ କୌଶଳ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ପକ୍ଷରୁ ପ୍ରଶିକ୍ଷଣ ପାଇଁ ଅତିରିକ୍ତ ୧୫ଟି ହସ୍ତଶିଳ୍ପ ଚିହ୍ନଟ ଓ ହସ୍ତଶିଳ୍ପଗୁଡ଼ିକ ପାଇଁ ଏକ ସୁସଂଗଠିତ ଏବଂ ମାନକ ପାଠ୍ୟକ୍ରମ (Structured Syllabus) ଓ ପ୍ରଶିକ୍ଷଣ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଏହା ଆଧାରରେ ଖୁବ୍‌ଶୀଘ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ସୂଚନାଯୋଗ୍ୟ ଯେ ଓଡିଶାରେ ୬୪ଟି ସ୍ୱୀକୃତିପ୍ରାପ୍ତ ହସ୍ତଶିଳ୍ପ ରହିଛି ତନ୍ମଧ୍ୟରୁ ବର୍ତ୍ତମାନ ସିଡ଼ାକ ରେ ଆପ୍ଲିକ (ଚାନ୍ଦୁଆ), ଟେରାକୋଟା , ପଟ୍ଟଚିତ୍ର, Palm Leaf Engravings (ତାଳପତ୍ର ଖୋଦେଇ ), ପଥର ଖୋଦେଇ ଏବଂ କାଠ ଖୋଦେଇ ଭଳି ୬ଟି ହସ୍ତଶିଳ୍ପରେ ରାଜ୍ୟସ୍ତରୀୟ  ପ୍ରଶିକ୍ଷଣ ସଫଳତାର ସହ ପରିଚାଳିତ ହେଉଛି। ଏହି ସଫଳତାକୁ ଆଧାର କରି ଆହୁରି ୧୫ଟି ହସ୍ତଶିଳ୍ପକୁ ପ୍ରଶିକ୍ଷଣ ପରିସରରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଇଛି।

ପ୍ରସ୍ତାବିତ ୧୫ଟି ହସ୍ତଶିଳ୍ପ ମଧ୍ୟରେ  Coir Crafts ( ନଡ଼ିଆ କତା କାରିଗରୀ ), Jute Crafts ( ଝୋଟ କାରିଗରୀ ), Solapith(ସୋଲ କାରିଗରୀ )  Coconut Shell Crafts, ( ନଡ଼ିଆ ଖୋଳ କାରିଗରୀ ) Lacquer Crafts (ଲାଖ କାରିଗରୀ ) Bamboo Crafts (ବାଉଁଶ କାରିଗରୀ ), Batik printing (ବାଟିକ ପ୍ରିଣ୍ଟିଂଗ) Tribal Jewellery (ଆଦିବାସୀ ଗହଣା)  Palm Leaf decoratives ( ତାଳପତ୍ର ସାଜସଜ୍ଜା କାରିଗରୀ ) Silver Filigree (ରୂପା ତରକସି) , Brass & Bell metal (କଂସା ଓ ପିତ୍ତଳ ବାସନ )Seashell Crafts ( ଶାମୁକା କାରିଗରୀ )Paper Mache (କାଗଜ ମଣ୍ଡ କାରିଗରୀ )Painting of Saora (ସଉରା ଚିତ୍ରଶିଳ୍ପ ଏବଂ Painting of Gond (ଗଣ୍ଡ ଚିତ୍ରଶିଳ୍ପ) ରହିଛି।

ଏହି ପ୍ରଶିକ୍ଷଣ ପାଠ୍ୟକ୍ରମକୁ ବଜାର ଚାହିଦା, ରପ୍ତାନି ସମ୍ଭାବନା, କଞ୍ଚାମାଲର ଉପଲବ୍ଧତା, ପାରମ୍ପରିକ ଗୁରୁତ୍ୱ, ଦକ୍ଷ ଗୁରୁ କାରିଗରଙ୍କ ଉପଲବ୍ଧତା ଏବଂ ରୋଜଗାର ସୁଯୋଗ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ଏକ ବର୍ଷିଆ (୧୫୦୦ ଘଣ୍ଟା) ପ୍ରଶିକ୍ଷଣରେ କଞ୍ଚାମାଲର ଉପଯୋଗ, ଡିଜାଇନ୍ ଓ ଡ୍ରଇଂ, ଉତ୍ପାଦ ବିକାଶ, ଗୁଣବତ୍ତା ନିୟନ୍ତ୍ରଣ, ଉଦ୍ୟୋଗୀକରଣ, ଡିଜିଟାଲ୍ ମାର୍କେଟିଂ, ପ୍ରକଳ୍ପ କାର୍ଯ୍ୟ ଏବଂ ଇଣ୍ଟର୍ନସିପ୍ ଭଳି ବିଷୟ ସାମିଲ କରାଯାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାରକରି ଇଣ୍ଟରନସିପ  ସଫଳତାର ସହ ସମ୍ପୂର୍ଣ୍ଣକରିବା ପରେ କାରିଗର ଶିକ୍ଷାର୍ଥୀଙ୍କୁ ୪ କ୍ରେଡିଟ ପଏଣ୍ଟସ ପ୍ରଦାନକରିବାର ବ୍ୟବସ୍ଥା ହୋଇଛି।୧୫୦୦ ଘଣ୍ଟାର ଏହି ଶିକ୍ଷାଦାନ କାର୍ଯ୍ୟକ୍ରମରେ ୧୪୫୦ ଘଣ୍ଟା practical ଟ୍ରେନିଂ ଓ ୫୦ ଘଣ୍ଟା theory ଟ୍ରେନିଂ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଅଧିକ ସଂଖ୍ୟକ ଦକ୍ଷ କାରିଗର ସୃଷ୍ଟି, ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ, ଉତ୍ପାଦର ଗୁଣବତ୍ତା ବୃଦ୍ଧି, ଉଦ୍ୟୋଗୀକରଣର ପ୍ରୋତ୍ସାହନ ଏବଂ ହସ୍ତଶିଳ୍ପୀଙ୍କ ପାଇଁ ବଜାର ସଂଯୋଗ ଓ ରୋଜଗାର ସୁଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଏହି ବୈଠକରେ ପ୍ରଶିକ୍ଷଣ ପାଇଁ ଅତିରିକ୍ତ ୧୫ଟି ହସ୍ତଶିଳ୍ପର ଚିହ୍ନଟ, ପାଠ୍ୟକ୍ରମ ଓ ସିଲାବସ୍ ପ୍ରସ୍ତୁତି ସମୟରେ ଏକ power point presentation ରଖାଯାଇଥିଲା। power point presentation ପରେ  ମାନନୀୟ ମନ୍ତ୍ରୀ ଉପସ୍ଥିତ କାରିଗରମାନଙ୍କୁ ନିଜ କଳା ଓ କାରିଗରୀ କୌଶଳକୁ ନବସୃଜନ ସହ ଯୋଡ଼ି ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଓଡ଼ିଶାର ହସ୍ତଶିଳ୍ପର ସ୍ୱତନ୍ତ୍ର ପରିଚୟକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଥିଲେ। ସେ  ମତବ୍ୟକ୍ତ କରିଥିଲେ ଯେ, ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ସହ ଏହାର ବଜାର ସମ୍ଭାବନାକୁ ବୃଦ୍ଧି କରିବା ଦିଗରେ ସମସ୍ତ କାରିଗରଙ୍କୁ ଏକାଗ୍ରତାର ସହ କାର୍ଯ୍ୟ କରିବା ଆବଶ୍ୟକ। ଏହାପରେ  କାରିଗରମାନଙ୍କ ସହ  ଆଲୋଚନା ହୋଇଥିଲା। ଏହି ଆଲୋଚନାରେ କାରିଗରମାନଙ୍କ ଦକ୍ଷତା, ସମସ୍ୟା ଓ ଆବଶ୍ୟକତା ବିଷୟରେ ବିସ୍ତୃତ ଭାବେ ମତବିନିମୟ ହୋଇଥିଲା। କାରିଗରମାନେ କହିଥିଲେ ଯେ ପ୍ରଶିକ୍ଷଣ ମାଧ୍ୟମରେ କାରିଗରମାନଙ୍କ ଦକ୍ଷତା ବୃଦ୍ଧି ପାଇବା ସହ ସେମାନଙ୍କ ଜୀବିକା ଓ ଆର୍ଥିକ ସଶକ୍ତିକରଣରେ ମଧ୍ୟ ସହାୟକ ହେବ। ଏହି ଆଲୋଚନାରୁ ଜଣାପଡିଛି ଯେ ସିଡାକ ଅଧୀନରେ ଓଡ଼ିଶାର ୨୬ ଟି ଜିଲ୍ଲାରେ ୩୯ଟି ତାଲିମ କେନ୍ଦ୍ର ଅଛି। ଗୁରୁ ଶିଷ୍ୟ ପରମ୍ପରା, କ୍ରାଫ୍ଟ ଭିଲେଜ ଟ୍ରେନିଂଗ ପ୍ରୋଗ୍ରାମ, ମାଷ୍ଟର କ୍ରାଫ୍ଟ ପର୍ସନ ପ୍ରୋଗ୍ରାମ ମାଧ୍ୟମରେ କାରିଗରମାନଙ୍କୁ ତାଲିମ ଦିଆଯାଉଛି। ପରିଶେଷରେ ନିବେଦିତା ପୃଷ୍ଟି, ନିର୍ଦ୍ଦେଶିକା, ହସ୍ତଶିଳ୍ପ, ଓଡ଼ିଶା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *