ଅଡିଟ୍ ରିପୋର୍ଟ ସରକାରଙ୍କ ଆର୍ଥିକ ସ୍ୱାସ୍ଥ୍ୟର ପ୍ରତିଫଳନ : ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଷଷ୍ଠ ଅଡିଟ୍ ସପ୍ତାହ ୨୦୨୬ର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଲେଖା ଓ ଅଡିଟ୍ ବିଭାଗ ପକ୍ଷରୁ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବl ଏହି ଉଦ୍ଘାଟନୀ ସମାରୋହରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଡିଟ୍ର ଗୁରୁତ୍ୱ ଓ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅଡିଟ୍ ରିପୋର୍ଟ ସରକାରଙ୍କ ଆର୍ଥିକ ସ୍ୱାସ୍ଥ୍ୟର ଏକ ପ୍ରତିଫଳନ। ସରକାରୀ ଅର୍ଥର ସୁବିନିଯୋଗ, ଆର୍ଥିକ ଶୃଙ୍ଖଳା ଏବଂ ପ୍ରଶାସନିକ ସ୍ୱଚ୍ଛତା ସୁନିଶ୍ଚିତ କରିବାରେ ଅଡିଟ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏହି ଅବସରରେ ଭାରତର ପୂର୍ବାଞ୍ଚଳ ଉପ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (Deputy Comptroller and Auditor General) ପ୍ରମୋଦ କୁମାର, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ଓଡ଼ିଶାର ପ୍ରଧାନ ମହାଲେଖାକାର ଡି. ସାହୁ, ସୁବୁ.ଆର ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ଆର୍ଥିକ କାରବାରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ବୃଦ୍ଧି ସହ ଉତ୍ତମ ଆର୍ଥିକ ପରିଚାଳନା କ୍ଷେତ୍ରରେ ଅଡିଟ୍ ବ୍ୟବସ୍ଥାର ଗୁରୁତ୍ୱ ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ମହାଲେଖାକାର ସୁବୁ ଆର୍ (ଅଡିଟ୍ – I) ଧନ୍ୟବାଦ ଅର୍ପଣ କରିଥିଲେ।


