ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ବୈଠକରେ ଜନକୈନ୍ଦ୍ରିକ ଶାସନ ପରିଚାଳନା ପାଇଁ  ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଉପରେ ମୁଖ୍ୟ ଶାସନ ଗୁରୁତ୍ୱ ଦେଇଛନ୍ତି କାର୍ଯ୍ୟକାରୀ ହେଉଥିବା ଜନଶୁଣାଣି ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳ କିପରି ସହାୟକ ହୋଇଛି, ସେ ସଂପର୍କରେ ବୈଠକରେ ସମୀକ୍ଷାକରଯାଇଥିଲା ୨୦୨୪ ଜୁନ ମାସ ଠାରୁ ବିଭିନ୍ନ ମାଧ୍ୟମରେ ଗୃହୀତ ହୋଇଥିବା ଜନ ଅଭିଯୋଗ ମଧ୍ୟରେ ଅଦ୍ୟାବଧି  ଶୁଣାଣି ଫଇସଲା ହାର ୮୨% ହୋଇଛି ବୈଠକରେ ଜରୁରୀ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରୁଥିବା ଅଭିଯୋଗଗୁଡିକ ପାଇଁ ଟେକ୍ନୋଲୋଜି ମାଧ୍ୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ଆଲୋଚନା କରାଯାଇଛି ଏଥି ସହିତ ବିଭିନ୍ନ ସରକାରୀ ସେବା  ପ୍ରଦାନର ଗୁଣବତ୍ତାକୁ  ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ହିତାଧିକାରୀଙ୍କ ଠାରୁ ମତାମତ ଗ୍ରହଣ ପାଇଁ ଆଗାମୀ ଦିନରେ “ଆମଶାସନ” ବ୍ୟବସ୍ଥା କାର୍ଯ୍ୟକାରୀ ହେବା ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା

ଓଡ଼ିଶା ଜନସେବା ଅଧିକାର ଅଧିନିୟମ ଅଧିନରେ ଅନ୍ତର୍ଭୁକ୍ତ ସେବାଗୁଡିକୁ “ଆମ ସାଥୀ”  ଏକୀକୃତ “ହ୍ୱାଟ୍ସଆପ୍ ବଟ୍ “ ରେ ସମନ୍ୱିତ କରାଯିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା ଅନୁମୋଦନ କରାଯାଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟ ସୀମା  ଅନୁସାରେ କାର୍ଯ୍ୟକାରୀ କରାଯିବା, ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଅଗ୍ରଗତି ଇତ୍ୟାଦି ଅନୁଧାନ ପାଇଁ ଆଗାମୀ ୩୧ ଅକ୍ଟୋବର ସୁଦ୍ଧା ଓ୍ୱାର୍କ ପାସ୍ ବୁକ୍ ବ୍ୟବସ୍ଥା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ  ସଂପର୍କରେ ପ୍ରସ୍ତତି ନେଇ ସମୀକ୍ଷା କରାଯାଇଥିଲା ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଲଗାଯାଉଥିବା ସିସିଟିଭି ବ୍ୟବସ୍ଥାକୁ ସଂଯୋଗୀକୃତ କରାଯାଇ କେନ୍ଦ୍ରୀୟ ପରିଚାଳନା ନିମନ୍ତେ ସମନ୍ୱିତ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଇଛି ସାମୁହିକ ପ୍ରୟାସରେ ଓଡ଼ିଶାର ଉନ୍ନତି,  କାର୍ଯ୍ୟରେ ଅଭିନବତ୍ୱ ଆଣି ପ୍ରଶାସନିକ ରୂପାନ୍ତରଣକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଡିଜିଟାଲ ପ୍ଲାଟଫର୍ମ “ଓଡ଼ିଶା  ଆଇଡିଆଜ୍ ପୋର୍ଟାଲ ରୋଲଆଉଟ୍” ଆରମ୍ଭ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି

ଓସ୍ୱାସ ବ୍ୟବସ୍ଥାରେ ସରକାରୀ କାର୍ଯ୍ୟପ୍ରଣାଳୀକୁ ତ୍ୱରାନ୍ୱିତ କରାଯିବା, କୃତ୍ରିମ ବୁଦ୍ଧିମତ୍ତା ( ଏଆଇ) ଉପଯୋଗ କରି କାର୍ଯ୍ୟ କରିବା ନିମନ୍ତେ ଏ ସଂପର୍କରେ  ଜ୍ଞାନ ଆହରଣ ପାଇଁ ଏପ୍ରିଲ ୨୦୨୫ରୁ ୩ମାସ ମଧ୍ୟରେ ସମସ୍ତ ଅଧିକାରୀମାନେ  ଅନ୍ ଲାଇନ୍ ଯୋଗେ ପ୍ରଶିକ୍ଷଣ ନେବାକୁ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବାକୁ ଆଲୋଚନା କରାଯାଇଥିଲା।  ସେହିପରି ଦକ୍ଷତା ବିକାଶ ପାଇଁ ଆଇଜିଓଟି ପ୍ଲାଟଫର୍ମରେ ବାର୍ଷିକ ଅତି କମରେ ୨୦ ଘଣ୍ଟା ଅନ୍ ଲାଇନ୍ ନେବା ପ୍ରଶିକ୍ଷଣ ସଂପର୍କରେ ଗୁରୁତ୍ୱ ଦିଆଯାଇଛି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଭିଜନ ଡକ୍ୟୁମେଣ୍ଟରେ ରହିଥିବା ଲକ୍ଷ୍ୟ ସାଧନର ଆଭିମୁଖ୍ୟ ସଂପର୍କିତ ପ୍ରଶିକ୍ଷଣକୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ବିକଶିତ ଓଡ଼ିଶା: ଭିଜନ ୨୦୩୬୪୭ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନ୍ଲାଇନ୍ତଦାରଖ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା ଆହୁରି ମଧ୍ୟ ଶିଳ୍ପ ଅଭିବୃଦ୍ଧି ସଂପର୍କିତ ଆଲୋଚନାରେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ଅନ୍ତର୍ଗତ  ଔଦ୍ୟୋଗିକ କାର୍ଯ୍ୟ ନିରୀକ୍ଷଣ ସଂକ୍ରାନ୍ତରେ ଡିଜିଟାଲ ସମାଧାନ ଗୋ ସ୍ମାଇଲକାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏଥି ସହିତ ବୈଠକରେ ୨୦୨୫-୨୬ ବଜେଟ୍ ପ୍ରାବଧାନ ଅନୁସାରେ ବିଭିନ୍ନ ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମ ବାବଦରେ ଅଦ୍ୟାବଧି ଖର୍ଚ୍ଚ, ରାଜ୍ୟର ସାମଗ୍ରିକ ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ଖର୍ଚ୍ଚ ବୃଦ୍ଧି ସମ୍ପର୍କରେ ନିୟମିତ ସମୀକ୍ଷା କରିବାକୁ ସଚିବମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି । 

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *