Aama Khabar

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି  ଅପରାହ୍ନ ୪.୦୦ ଘଟିକା ସମୟରେ SAMS PG ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ SAMS PG ପୋର୍ଟାଲରେ ନିଜର ପରୀକ୍ଷା ଫଳ ଓ ରାଙ୍କ୍‌ ଦେଖିପାରିବେ। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ନିମନ୍ତେ ମୋଟ୍ ୬୨,୩୨୧…

ବିଏମସିରେ ହେବ ଆଉ ୩ଟି ଓଡିଏ କୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଉ ତିନିଟି ଓଡ଼ିଶା ବିକାଶ ପ୍ରାଧିକରଣ (ଓଡିଏ) ଅଦାଲତ ସ୍ଥାପନ କରାଯିବ । ବିଏମସି ପରିସର ଅଞ୍ଚଳରେ ବାସଗୃହ ପ୍ଲାନ ଅନୁମୋଦନକୁ ନେଇ ସୃଷ୍ଟି ହେଉଥିବା ବିବାଦର ଏହି କୋର୍ଟଗୁଡିକ ସମାଧାନ କରିବ । ସମ୍ପ୍ରତି ଏହାକୁ ନେଇ ହଜାର ହଜାର ମାମଲା ରହିଥିବାବେଳେ ତାହା ସମାଧାନ କରିବାକୁ ଗୋଟିଏ ମାତ୍ର ଓଡ଼ିଏ କୋର୍ଟ ରହିଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ବିଏମସିର ଓଡ଼ିଏ କୋର୍ଟରେ ସମ୍ପ୍ରତି…

ରୁଷ ଉପରେ ବଡଧରଣର ଡ୍ରୋନ ଆକ୍ରମଣ: ୪୧ଟି ଲଢୁଆ ବିମାନ କ୍ଷତିଗ୍ରସ୍ତ

କିଭ: ୟୁକ୍ରେନ ପକ୍ଷରୁ ରବିବାର ରୁଷ ଉପରେ ବଡଧରଣର ଡ୍ରୋନ ଆକ୍ରମଣ କରାଯାଇଛି । ସେଥିରେ ରୁଷର ପାୟ ୪୧ଟି ଲଢୁଆ ବିମାନ ନଷ୍ଟ ହୋଇଥିବା କୁହାଯାଇଛି । ରୁଷ ପରିସୀମା ମଧ୍ୟରେ ୟୁକ୍ରେନ ଡ୍ରୋନଗୁଡିକ ପ୍ରବେଶ କରିବା ସହିତ ଏକାଧିକ ସ୍ଥାନ ଉପରେ ଆକ୍ରମଣ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ୟୁକ୍ରେନର ଗୋଇନ୍ଦା ସଂସ୍ଥା ପକ୍ଷରୁ ବିସ୍ଫୋରକ ବୋଝେଇ ଡ୍ରୋନଗୁଡିକୁ କାଠବାକ୍ସର ଛାତରେ ଲୁଚାଇ ରଖିଥିଲେ ଏବଂ ଉକ୍ତ କାଠ ବାକ୍ସଗୁଡିକୁ ଟ୍ରକ ଜରିଆରେ…

ଆଗାମୀ ୫ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ବିଗୁଣିତ କରିବା ପାଇଁ  ଆମ ସରକାର ପ୍ରୟାସଶୀଳ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଓମଫେଡ ଚାଷୀ ମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ…

କଳିଙ୍ଗ ଷ୍ଟୁଡ଼ିଓକୁ ଅତ୍ୟାଧୁନିକ ସ୍ୱୟଂ ସମ୍ପୂର୍ଣ୍ଣ ଷ୍ଟୁଡ଼ିଓ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି  ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ ଖ୍ୟାତି ଅର୍ଜନ…

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାକୁ ୩୮୩୬.୩୪ କୋଟି ଟଙ୍କା ଆରଆଇଡିଏଫ୍ ଋଣ

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ)ର ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆରଆଇଡିଏଫ ପାଣ୍ଠି ସହାୟତାରେ କାର୍ୟ୍ୟକାରୀ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ୟ୍ୟକାରିତା, ସଫଳତା ଓ କାର୍ୟ୍ୟ ଅଗ୍ରଗତି  ଆଦି ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମୀକ୍ଷା କରି  ନିର୍ମାଣାଧିନ ପ୍ରକଳ୍ପଗୁଡ଼ିକ …

‘ପାନୀୟଜଳ ହେଉଛି ପ୍ରତ୍ୟେକ ଲୋକଙ୍କର ଆବଶ୍ୟକତା’

ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମୀକ୍ଷା ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସଂପର୍କରେ ଗତକାଲି ଗୁରୁବାର ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଗିରୀଶ ଏସ୍‌. ଏନ୍‌ , ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ…

‘ଚାଷୀଙ୍କ କ୍ଷୟକ୍ଷତି ସ୍ଥିତି ଆକଳନ କରି କ୍ଷତିପୂରଣ ଦିଆଯିବ’

ଭୁବନେଶ୍ୱର: ରାଜ୍ୟରେ ୨୭ ମଇରୁ ୩୦ ମଇ ମଧ୍ୟରେ ହୋଇଥିବା ଲଘୁଚାପ ଜନିତ ଅଦିନିଆ ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବାବେଳେ ଖୁବ୍‌ ଶୀଘ୍ର କ୍ଷୟକ୍ଷତି ସ୍ଥିତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା ସଂପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ମନ୍ତ୍ରୀ ସୁରେଶ…

‘ଅହିଲ୍ୟାବାଈ କେବଳ ଶାସକ ନଥିଲେ, ସେ ଥିଲେ ସମାଜ ସଂସ୍କାରକ’

ଭୁବନେଶ୍ୱର: ଅହିଲ୍ୟାବାଈ କେବଳ ଶାସକ ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ। ତାଙ୍କ ଜୀବନ ଓ କାର୍ଯ୍ୟ ଆମ ପାଇଁ ଏକ ପ୍ରେରଣାର ଉତ୍ସ ଏବଂ ସେ ନାରୀ ଶକ୍ତି, ସୁଶାସନ ଓ ସମାଜ ସେବାର ଏକ ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ପୂଣ୍ୟଶ୍ଳୋକା ମହାରାଣୀ ଅହିଲ୍ୟାବାଈ ହୋଲକରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅହିଲ୍ୟାବାଈ…

ବିଶ୍ୱ ତମାଖୁ ନିଷେଧ ଦିବସ

4ଟି ପର୍ଯ୍ୟାୟରେ ଆରମ୍ଭ ହେଲା ବର୍ଷବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର: ଭାରତରେ ପ୍ରାୟ ବର୍ଷକୁ ୧୪ ଲକ୍ଷ ଲୋକ ତମାଖୁ ସେବନ ଯୋଗୁ ଜୀବନ ହରାଉଛନ୍ତି। ପ୍ରତି ବର୍ଷ ଭାରତରେ ବିଭିନ୍ନ କାରଣରୁ ଯେତିକି ମୃତ୍ୟୁ ହେଉଛି, ତା’ର ପ୍ରାୟ ୧୦ ପ୍ରତିଶତ କେବଳ ତମାଖୁଜନିତ । ଜନସାଧାରଣ, ବିଶେଷକରି ଯୁବ ସମାଜ ଏଥିରୁ କିପରି ମୁକ୍ତି ପାଇବେ, ସେ ବିଷୟକୁ ଆଜି ଗମ୍ଭିରତାର ସହ ନେବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…