Aama Khabar

ଅଭିଯୋଗର ଶୀଘ୍ର ସମାଧାନ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଏବଂ ପ୍ରଧାନମନ୍ତ୍ରୀ-କୁସୁମ ଭଳି ଶକ୍ତି ବିଭାଗର ପ୍ରମୁଖ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଓଡ଼ିଶାର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ଓଡ଼ିଶା ଏକ ସ୍ଥାୟୀ, ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତର ଲକ୍ଷ୍ୟରେ ଅଗ୍ରସର ହେଉଛି – ଯେଉଁଠାରେ ନବସୃଜନ ଅନ୍ତର୍ଭୁକ୍ତିକରଣର…

କ୍ରପ୍ ୱେଦର୍ ୱାଚ୍ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ କ୍ରପ୍ ୱେଦର୍ ୱାଚ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟରେ ଫସଲର ସ୍ଥିତି, ପାଣିପାଗ, ସାର ଯୋଗାଣ ସ୍ଥିତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ  ବହୁଳ ମାତ୍ରାରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହେଉଛି। ଏହି ସବୁଜିମା ଅଭିଯାନ ଅନ୍ତର୍ଗତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ…

୧ କୋଟି ମହିଳା ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର/ଜୟପୁର: “ସୁଭଦ୍ରା ଯୋଜନା”ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ  ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି ବୋଲି କୋରାପୁଟ ଜିଲ୍ଲାର  ଜୟପୁର ଠାରେ ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ, କୋରାପୁଟ ଜିଲ୍ଲାରେ, ୪୫୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ…

ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟପଦ୍ଧତି, ରୋଗୀ ସେବା ଓ ଆଧୁନିକ ବିକାଶ କାର୍ଯ୍ୟ ଉପରେ ବିସ୍ତୃତ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ରାଷ୍ଟ୍ରୀୟ ମାନକ ଅନୁଯାୟୀ ଏକ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଭାବରେ ଗଠନ କରିବା ଦିଗରେ ନିର୍ଦ୍ଦେଶ ଦେଇଛନ୍ତି।…

ସ୍ୱାୟତ୍ତ ଦିବସ ପାଳନ ଉପଲକ୍ଷେ ସବୁଜ ୱାର୍ଡ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ। ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ପାଳନ କରାଯିବ। ଏଥିପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଭିନ୍ନ ମହାନଗର ନିଗମର କମିଶନର ଓ ସମସ୍ତ ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ‘ଏକ ପେଡ୍‌…

ଓଡ଼ିଶା ବିଧାନସଭାର ନୂତନ ୱେବସାଇଟ ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ: ବାଚସ୍ପତି

+ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ନୂତନ ୱେବସାଇଟ ଉନ୍ମୋଚିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହି ୱେବସାଇଟକୁ ଉନ୍ମୋଚନ କରି ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ଏଭଳି ପ୍ରୟାସ ଅଧିକ ସ୍ୱଚ୍ଛ ଓ ପାରଦର୍ଶିତା ଦିଗରେ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଓଡ଼ିଶା ସରକାରଙ୍କ ଆଇଟି ଓ ଇଟି ବିଭାଗ ଏବଂ ଭାରତ ସରକାରଙ୍କ ଏନ୍‌ଆଇସିର ବୈଷୟିକ ପରାମର୍ଶରେ…

ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ଵର: ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ବାଙ୍ଗାଲୋରର ବେସିକ ନିଡସ ଇଣ୍ଡିଆ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଏହି ସମ୍ମିଳନୀରେ ଯୋଗ ଦେଇ ମନୁଷ୍ୟ ଅଧିକ ଦିନ ଧରି ମାନସିକ ଚାପରେ ରହିଲେ ତାହା…

“ଡି. ଆର.ଆଇ.ପ୍ଲାଣ୍ଟ” ରେ ସୁରକ୍ଷା ସମ୍ପର୍କିତ ତାଲିମ୍

ଭୁବନେଶ୍ଵର: ରାଜ୍ୟରେ କାରଖାନା ମାନଙ୍କରେ ଉଭୟ ସୁରକ୍ଷିତ କାର୍ୟ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀ କ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ପକ୍ଷରୁ ଭିନ୍ନ ଭିନ୍ନ୍ ସୁରକ୍ଷା ସମ୍ପର୍କିତ  ପ୍ରସଙ୍ଗ ଉପରେ ତାଲିମ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହୋଇଆସୁଅଛି। ସେହି କ୍ରମରେ ରାଜ୍ୟରେ ସ୍ପଞ୍ଜ ଆଇରନ୍ କାରଖାନା ମାନଙ୍କରେ ‘ଡି ଆର ଆଇ ପ୍ଲାଣ୍ଟ’  ଗୁଡିକରେ ସୁରକ୍ଷିତ ଚଳନ ଏବଂ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ…

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ମ୍ୟାଲେରିଆ ଏବଂ ଡେଙ୍ଗୁ ସ୍ଥିତି ସମୀକ୍ଷା

ଭୁବନେଶ୍ଵର: ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ , କମିଶନର, ସିଡିଏମଓ ଙ୍କ ସହ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗର ନିରାକରଣ ବାବଦରେ ସମୀକ୍ଷା କରିଥିଲେ। ସରକାର ଜନସ୍ୱାସ୍ଥ୍ୟ ସମସ୍ୟା, ମ୍ୟାଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ଦୂରକରିବାରେ ପ୍ରତିବଦ୍ଧ ଏବଂ ଏଥିପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ…

ସ୍ତନ୍ୟପାନ ସମର୍ଥନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ଵର: ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୫ ର ଶେଷ ଦିନରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ପାଳନ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ  ମୁଖ୍ୟ ଅତିଥି ରୂପେ ସଭାକୁ ସମ୍ବର୍ଦ୍ଧିତ କରି ରାଜ୍ୟରେ ସ୍ତନ୍ୟପାନ ପ୍ରଚାର, ସୁରକ୍ଷା ଓ ସମର୍ଥନ ପାଇଁ ଏକ ଦୃଢ, ସମଗ୍ର ଏବଂ ସମୁଦାୟ ଭାଗୀଦାରି ମାଧ୍ୟମରେ…