Aama Khabar

ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଅନିସନ୍ଧିଚ୍ଛୁ ଜାଗ୍ରତ କରିବା ଉପରେ କାର୍ଯ୍ୟ କରୁଛନ୍ତି। ରାଜ୍ୟରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଶର ହିତରେ ଯେଭଳି ଲାଗିବ, ସେଥି ପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ…

ପୌରସଂସ୍ଥାଗୁଡ଼ିକର ସମୀକ୍ଷା; ଭିତ୍ତିଭୂମି ବିକାଶ, ସମୃଦ୍ଧ ସହରର ଯୋଜନା ଓ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ସୁଶାସନ, ଯୋଜନାବଦ୍ଧ ବିକାଶ ଓ ଉନ୍ନତ ନାଗରିକ ସେବାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ  ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଅଡିଟୋରିୟମୀରେ ‘ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମୀକ୍ଷା ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା  ଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା କରାଯିବା ସହ ଆଗାମୀ ଦିନର ପ୍ରାଥମିକତା ନେଇ ବିସ୍ତୃତ ଆଲୋଚନା ହୋଇଛି| ଗୃହ ନିର୍ମାଣ…

ଓଡ଼ିଆ ପ୍ରବାସୀ ମିଳନରେ ଓଡ଼ିଶାର ବିବିଧ ପର୍ଯ୍ୟଟନ ସମ୍ଭାବନା ପ୍ରଦର୍ଶିତ

ବାରଣାସୀ । ଭୁବନେଶ୍ବର: ବାରଣାସୀଠାରେ ଆୟୋଜିତ ‘ଓଡ଼ିଶା ପରବ ୨୦୨୬’ ଅବସରରେ ଏକ ‘ଓଡ଼ିଆ ପ୍ରବାସୀ ମିଳନ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରଣାସୀରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟ, ସାଂସ୍କୃତିକ ବ୍ୟକ୍ତିତ୍ୱ, ପେଶାଦାର, ଅଧ୍ୟାପକ ଓ ଉଦ୍ୟୋଗୀମାନେ ଏକାଠି ହୋଇ ଓଡ଼ିଶା ସହିତ ସେମାନଙ୍କର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ଯୋଗସୂତ୍ରକୁ ଆହୁରି ମଜବୁତ କରିଛନ୍ତି। କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ଉତ୍ତର ପ୍ରଦେଶ ସରକାରଙ୍କ…

୩୯ ବର୍ଷର ଦାବିକୁ ସମ୍ମାନ ଦେଇ ଫାର୍ମାସି କ୍ୟାଡରର ପୁନର୍ଗଠନ କରିଛୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଲୋକାଭିମୁଖୀ କରିବା ଦିଗରେ ଫାର୍ମାସି ସେବାର ଗୁରୁତ୍ୱକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଏହି କ୍ରମରେ ଦୀର୍ଘ ୩୯ ବର୍ଷର ଦାବିକୁ ସମ୍ମାନ ଜଣାଇ ଫାର୍ମାସି କ୍ୟାଡରର ପୁନର୍ଗଠନ ସହ ଫାର୍ମାସିଷ୍ଟମାନଙ୍କ ପାଇଁ ଜବ୍ ଚାର୍ଟ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ। ଓଡ଼ିଶା ଫାର୍ମାସି ଅଧିକାରୀ ସେବା ସଂଘ ପକ୍ଷରୁ ରମାଦେବୀ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ…

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୩ ଟି କାଂସ୍ୟ ପଦକ ହାସଲ

ଭୁବନେଶ୍ୱର: ସିବିଏସ୍‌ଇ କ୍ଲଷ୍ଟର ଚାମ୍ପିଅନସିପ୍ ୨୦୨୬–୨୭ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS), କରଞ୍ଜିଆର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ଆଥଲେଟିକ୍ସରେ ବିଦ୍ୟାଳୟ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୩ ଟି କାଂସ୍ୟ ପଦକ ହାସଲ କରିଛି। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ୩୦୦ରୁ ଅଧିକ ବିଦ୍ୟାଳୟର ପ୍ରାୟ ୧,୨୫୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ଥିଲେ ୧୪ ବର୍ଷରୁ…

ପର୍ଯ୍ୟଟନର ଭୂମିକା ଉପରେ ଆଲୋକପାତ କଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ବାରାଣାସୀ / ଭୁବନେଶ୍ୱର : ଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବାରାଣାସୀଠାରେ ଆୟୋଜିତ FHRAI ର ୫୬ତମ ବାର୍ଷିକ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଯୋଗଦେଇଛନ୍ତି। “ଅନନ୍ତ କାଶୀ: ଆଧ୍ୟାତ୍ମିକତା, ସଂସ୍କୃତି, ବ୍ୟଞ୍ଜନ ଏବଂ କଳା ମାଧ୍ୟମରେ ପର୍ଯ୍ୟଟନର ଭବିଷ୍ୟତ” ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି, ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ଦୃଷ୍ଟିକୋଣରୁ ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଗ୍ରାମୀଣ ଅର୍ଥନୀତି ଏବଂ ବିକାଶ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା…

ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଖରିଫ ଧାନ ବିକ୍ରୟ ପାଇଁ ପଞ୍ଜିକରଣ

ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ବିପଣନ ଋତୁ ୨୦୨୬-୨୭ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ ଲକ୍ଷ ୧୮ ହଜାରରୁ ଅଧିକ ଚାଷୀ ନାମ ପଞ୍ଜିକରଣ କରିସାରିଲେଣି। ବିଶେଷ କରି ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ଚାଷୀ ନିଜ ନାମ ପଞ୍ଜିକରଣ କରିଛନ୍ତି| ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ପ୍ରକ୍ରିୟା ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାଥମିକ କୃଷି ସମବାୟ ସମିିତି(ପ୍ୟାକ୍ସ), ବୃହତ୍‌ ଆଦିବାସୀ…

ଭୁବନେଶ୍ୱରରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍‌

ଭୁବନେଶ୍ୱର: କ୍ରୀଡ଼ାରେ ରେକର୍ଡ ଭାଙ୍ଗିଥାଏ ଓ ପଦକ ହାତବଦଳ ହୋଇପାରେ, କିନ୍ତୁ ଚରିତ୍ର, ଦୃଢ଼ତା ଓ ଶୃଙ୍ଖଳା ଚିରସ୍ଥାୟୀ। ଭୁବନେଶ୍ୱରରେ ହେବାକୁ ଥିବା ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍‌ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଏହା କହିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି। ପ୍ରତିଯୋଗିତା ପୂର୍ବସନ୍ଧ୍ୟାରେ ଆୟୋଜିତ ସ୍ୱାଗତ ଭୋଜିରେ ଯୋଗଦେଇ ରାଜ୍ୟପାଳ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା କ୍ରୀଡ଼ାବିତ୍‌, ପ୍ରଶିକ୍ଷକ, ଅଧିକାରୀ ଓ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। କଳିଙ୍ଗ ଷ୍ଟାଡିୟମ୍‌ ଏକ ଉଚ୍ଚମାନର…

ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ

ଭୁବନେଶ୍ୱର: ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବନ୍ୟାପ୍ରଭାବିତ ଜିଲ୍ଲାରେ ନିୟୋଜିତ କରାଯାଇଛି। ନିୟୋଜିତ ଅଧିକାରୀମାନେ ନିଜ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲା ଅଭିମୁଖେ ଯାତ୍ରା କରି ସେଠାରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ଆରମ୍ଭ କରିଛନ୍ତି। ଏଥିସହିତ, ବରିଷ୍ଠ ଅଧିକାରୀମାନେ ଜିଲ୍ଲା ପ୍ରଶାସନ ଓ…

ସ୍ଵତନ୍ତ୍ର ଶାସନ ସଚିବ ଏସ୍ କେ ଜମିରୁଦ୍ଦିନ ଚଳିତ ମାସର ଶ୍ରେଷ୍ଠ ରାଜସ୍ୱ ସଂଗ୍ରହ ପ୍ରଦର୍ଶନକାରୀ ଅଧିକାରୀ ଭାବେ ସମ୍ମାନିତ

ଭୁବନେଶ୍ୱର: ଲୋକସେବା ଭବନଠାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ବରିଷ୍ଠ ଅଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ପ୍ରାଥମିକତାମୂଳକ ବିଷୟ ସହ ଆଗାମୀ ଦିନରେ ଭୂ-ସଂସ୍କାର କାର୍ଯ୍ୟକ୍ରମ, ନାଗରିକକୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ବଜେଟ ବ୍ୟୟକୁ ତ୍ୱରାନ୍ୱିତ କରିବା ଏବଂ ରାଜସ୍ୱ ସଂଗ୍ରହ ବୃଦ୍ଧି ନେଇ ରୋଡମ୍ୟାପ୍‌ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଭୂ-ସଂସ୍କାର କ୍ଷେତ୍ରରେ ଆଗାମୀ ପଦକ୍ଷେପଗୁଡ଼ିକୁ ଅଧିକ ଫଳପ୍ରଦ କରିବା,…