- Administration
- Business
- Development
- Economy
- Employment
- Environment
- Governance
- Infrastructure
- Local
- National
ଉପ-ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାକୁ ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର ପ୍ରଦର୍ଶିତ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନ ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପୁଳ ସଫଳତା ସ୍ୱରୂପ ରାଜ୍ୟକୁ ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ସମ୍ମାନଜନକ “ୱିଣ୍ଡ ଇଣ୍ଡିଆ ୨୦୨୬: ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ”ପୁରସ୍କାରରେ ସମ୍ମାନିତ କରାଯାଇଛି। ଚେନ୍ନାଇରେ ଆୟୋଜିତ ୱିଣ୍ଡର୍ଜି ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଗତ ୮ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଵିଶାଲ କୁମାର ଦେବ, ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏହି ସମ୍ମାନଜନକ ପୁରସ୍କାର ଆନୁଷ୍ଠାନିକ ଭାବେ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଓପିଟିସିଏଲର ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡାଇରେକ୍ଟର ଭାସ୍କର ଜ୍ୟୋତି ଶର୍ମା, ଗ୍ରୀଡକୋର ମ୍ୟାନେଜିଂ ଡାଇରେକ୍ଟର ଡଃ ସତ୍ୟପ୍ରିୟ ରଥ ଏବଂ ଶକ୍ତି ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡଃ ସତ୍ୟପ୍ରିୟ ରଥ, ମାନ୍ୟବର କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ବିଶିଷ୍ଟ ଶିଳ୍ପପତି ଓ ସରକାରୀ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଏହି ସଫଳତା ପାଇଁ ଉପ-ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସମେତ ସମ୍ପୂର୍ଣ୍ଣ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମ୍ମାନ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଅଧୀନରେ ରାଜ୍ୟରେ ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ଓ ନିରବଚ୍ଛିନ୍ନ ପ୍ରଚେଷ୍ଟାର ପ୍ରତିଫଳନ। ଆଗକୁ ଓଡ଼ିଶା ଅକ୍ଷୟ ଶକ୍ତିର ଅଗ୍ରଗତି ପାଇଁ ବହୁତ ଯୋଜନା ରହିଛି।
ୱିଣ୍ଡର୍ଜି ଇଣ୍ଡିଆ ୨୦୨୬ ଅବସରରେ ଓଡ଼ିଶାର ପବନ ଶକ୍ତିର ବିପୁଳ ସମ୍ଭାବନାକୁ ବିଶ୍ୱ ଓ ଦେଶର ନିବେଶକମାନଙ୍କ ଆଗରେ ଉପସ୍ଥାପନ କରିବା ପାଇଁ “ଓଡ଼ିଶା: ଇଣ୍ଡିଆଜ୍ ନେକ୍ସଟ୍ ୱିଣ୍ଡ ଡେଷ୍ଟିନେସନ୍”ଶୀର୍ଷକ ଏକ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ ଆୟୋଜିତ ହୋଇଥିଲା।


