ଭୂଦାନ ଜମି ଜାଲିଆତିର ହେବ ତଦନ୍ତ; ରାଜ୍ୟର ସମସ୍ତ ଭୂଦାନ ଜମିର ହେବ କମ୍ପ୍ୟୁଟରାଇଜେସନ୍
ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ଏବଂ ନାଗରିକ କୈନ୍ଦ୍ରିକ ସେବାଗୁଡ଼ିକର କାର୍ଯ୍ୟକାରିତା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ଜନସାଧାରଣଙ୍କୁ ସ୍ୱଚ୍ଛ, ଦ୍ରୁତ ଓ ସୁଗମ ରାଜସ୍ୱ ସେବା ଯୋଗାଇଦେବା ସହ ଜମିଜମା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି। ବୈଠକର ଆଲୋଚନା ଅନୁଯାୟୀ, ରାଜ୍ୟରେ ଥିବା ପ୍ରାୟ ସମସ୍ତ ଭୂଦାନ ଜମିର ପୁରାତନ…


