Aama Khabar

୨୫ ରୁ ଜୁନ୍ ୨୮ ତାରିଖ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ, ଆସନ୍ତା ଜୁନ୍ ୨୫ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା “ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ-୨୦୨୬” ର ଆନୁଷ୍ଠାନିକ କାର୍ଯ୍ୟସୂଚୀ (Schedule) ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଫେଷ୍ଟିଭାଲ ଡିରେକ୍ଟର ସଞ୍ଜୟ ପଟ୍ଟନାୟକ, କୋ-ଡିରେକ୍ଟର  ସୁକାନ୍ତ ରଥ ଓ  ଅଶୋକ ପାଲିତଙ୍କ ସହ ଆଲୋଚନା ସମୟରେ  ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର  ପ୍ରଶଂସା କରିଥିଲେ।  ସେ କହିଥିଲେ ଯେ ଓଡ଼ିଶାର କଳା, ଐତିହ୍ୟ ଏବଂ…

ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ବିନାମୂଲ୍ୟରେ ଆଉ ୫ କିଲୋଗ୍ରାମ ଚାଉଳ

ଭୁବନେଶ୍ୱର: ଓଡ଼ିଶାର କୌଣସି ପରିବାର ଭୋକରେ ରହିବେ ନାହିଁ, କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ, କୌଣସି ବୟୋଜ୍ୟଷ୍ଠ ଅନ୍ନ ଅଭାବରୁ କଷ୍ଟ ପାଇବେ ନାହିଁ, ଏହି ମହାନ୍ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଜନକଲ୍ୟାଣକାରୀ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଅବସରରେ କହିଛନ୍ତି। ଭୁବନେଶ୍ୱର ୟୁନିଟ୍-୩, ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି…

ଋଣ ଦେବା ନାଁରେ ଠକେଇର ପର୍ଦ୍ଦାଫାଶ

୧୩୭ଟି ମୋଟରସାଇକେଲ, ୧୨୭ଟି ମୋବାଇଲ ଫୋନ୍ ଓ ନଗଦ ୩.୬୧ ଲକ୍ଷ ଟଙ୍କା ଜବତ, ଅଭିଯୁକ୍ତ ଗିରଫ ଗଜପତି: ଗଜପତି ଜିଲ୍ଲାର ଅଡବା ଥାନା ପୋଲିସ ଋଣ ପ୍ରଦାନ ନାମରେ ଦୀର୍ଘଦିନ ଧରି ସାଧାରଣ ଲୋକଙ୍କୁ ଠକେଇ କରୁଥିବା ଏକ ବଡ  ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେ. ରବୀନ୍ଦ୍ର ରେଡ୍ଡୀଙ୍କୁ ପୋଲିସ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ନଗଦ ୩,୬୧,୨୦୦ ଟଙ୍କା, ୧୩୭ଟି ମୋଟରସାଇକେଲ, ୧୨୭ଟି ମୋବାଇଲ ଫୋନ୍, ବିଭିନ୍ନ ଗାଡ଼ିର…

ରଜ ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ସ୍ୱତନ୍ତ୍ର ରିହାତି

ଭୁବନେଶ୍ୱର: ରଜ ପର୍ବ ଅବସରରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର-ପ୍ରସାର ସହିତ ମହିଳା ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ପିଠା on Wheels’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସୁଭଦ୍ରା ଶକ୍ତି ବଜାର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରଜ ଉପଲକ୍ଷେ ୬ଟି ସ୍ଵତନ୍ତ୍ର ଗାଡ଼ି – ‘ପିଠା on Wheels’ର ଶୁଭାରମ୍ଭ କରିଥିଲେ। ରଜ ପର୍ବ ଉପଲକ୍ଷେ ଏହି ଗାଡ଼ି ଗୁଡ଼ିକ…

ଚିଙ୍ଗୁଡି ରପ୍ତାନୀର ହବ୍‌ ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ଵର: ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲ୍ ଠାରେ “ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ” ଏବଂ “ଓଡ଼ିଶା ଚିଙ୍ଗୁଡ଼ି ମିଶନ” ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଉଦ୍‌ଘାଟନ କରି କହିଛନ୍ତି, ରାଜ୍ୟ ସରକାର ଏହି ଦୁଇଟି ଯାକ ମିଶନକୁ ସଫଳ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି। ପୂର୍ବ ଭାରତର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ…

ରାଷ୍ଟ୍ରପତିଙ୍କ ଗସ୍ତକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ

ରାଇରଙ୍ଗପୁର : ଆସନ୍ତା ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସୁରକ୍ଷା ଓ ଆଇନ-ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ନ ରହିବା ଉପରେ ଡିଜିପି…

ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁନ୍‌ ୧୬ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀମାନେ ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲକୁ ଯାଇ ସ୍ନାତକ ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜୁନ୍‌ ୨୨ ତାରିଖ ଅପରାହ୍ନ ୨ ଘଟିକାରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ। ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଜାତୀୟ ଶିକ୍ଷା…

ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଯୁବପିଢି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ମଙ୍ଗଳବାର ଦିନ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍ଚର୍ ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ପରିସରରେ ଇଣ୍ଡିଆନ ଚେମ୍ବର ଅଫ କମର୍ସ (ଆଇସିସି) ଓ ଓୟୁଏଟି ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଫୁଡ୍, ଏଗ୍ରି ଆଣ୍ଡ ବାୟୋଟେକ (FAB) ସମ୍ମିଟ ୨୦୨୬…

‘ସହଯୋଗ’ର ଫ୍ରଣ୍ଟଲାଇନ୍ କର୍ମୀଙ୍କ ପାଇଁ ଦିନିକିଆ କର୍ମଶାଳା

ଭୁବନେଶ୍ୱର: ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହଯୋଗରେ ‘ସହଯୋଗ’କାର୍ଯ୍ୟକ୍ରମ ପରିଚାଳନା କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ହଜାର ହଜାର ପରିବାର ବିଭିନ୍ନ ସରକାରୀ ସେବା ଓ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ୍ ଏକାଡେମୀରେ ‘ସହଯୋଗ’କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ…