ସହଭାଗୀ ରାଜ୍ୟ ଭାବେ ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ-୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ)-୨୦୨୬ରେ ଓଡ଼ିଶା ନିଜର ସମନ୍ୱିତ ଜଳ ସମ୍ପଦ ପରିଚାଳନା ମଡେଲ୍ ପ୍ରଦର୍ଶନ କରିଛି। ସେପ୍ଟେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍ଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶା ସହଭାଗୀ ରାଜ୍ୟ ଭାବେ ଅଂଶଗ୍ରହଣ କରିଅଛି। ଚଳିତବର୍ଷର ବିଷୟବସ୍ତୁ ଜଳବାୟୁ ସହନଶୀଳ ଜଳ ପରିଚାଳନା। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲ୍ ଓଡ଼ିଶା ପ୍ୟାଭିଲିୟନ୍ର ଉଦ୍ଘାଟନ କରିଛନ୍ତି। ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ-୨୦୨୬ର ବିଭିନ୍ନ ଆଲୋଚନା ମଧ୍ୟରେ…


