ମହାନଦୀରେ ବଢ଼ୁଥିବା ଜଳପ୍ରବାହ ନିୟନ୍ତ୍ରଣ ପାଇଁ ହୀରାକୁଦ ଡ୍ୟାମ୍ର ୨୮ଟି ଗେଟ୍ ଖୋଲା
ଭୁବନେଶ୍ୱର: ଗଭୀର ଅବପାତ ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ଗତି କରିବା ପରେ ଉପର ମହାନଦୀ ଅବବାହିକାରେ ୨୫ ଓ ୨୬ ସେପ୍ଟେମ୍ବରରେ ପ୍ରବଳ ବର୍ଷା ରେକର୍ଡ ହୋଇଥିଲା। ୨୫ ସେପ୍ଟେମ୍ବରରେ ଅବବାହିକା ଅଞ୍ଚଳରେ ହାରାହାରି ୩୯.୧୪ ମି.ମି. ଏବଂ ୨୬ ସେପ୍ଟେମ୍ବରରେ ହାରାହାରି ୭୧.୬୬ ମି.ମି. ବର୍ଷା ହୋଇଥିଲା। ମହାନଦୀ ନଦୀ ପ୍ରଣାଳୀର ବିଭିନ୍ନ ଅବବାହିକାରେ ବ୍ୟାପକ ବର୍ଷା ଯୋଗୁଁ ସିଓନାଥ, ଜୋଙ୍କ ଓ ମହାନଦୀର…


