Aama Khabar

ପ୍ରମୁଖ ଶାସନ ସଚିବଙ୍କ ଭୁବନେଶ୍ୱରରେ ରାତ୍ରିକାଳୀନ ସ୍ୱଚ୍ଛତା କାର୍ଯ୍ୟର ପରିଦର୍ଶନ

ଭୁବନେଶ୍ୱର : ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ରାତିରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ସ୍ୱଚ୍ଛତା କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ସହିତ  ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ତାଙ୍କ ସହ ଭୁବନେଶ୍ୱର ମହାନଗର ନିଗମର କମିଶନର ଚଞ୍ଚଳ ରାଣା , ସାନିଟେସନ ଉପ କମିଶନର ଏନ୍ ଗଣେଶ ବାବୁ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେl ରାତ୍ରିକାଳୀନ ପରିଦର୍ଶନ ସମୟରେ ପ୍ରମୁଖ ସଚିବ ଶ୍ରୀମତୀ  ପାଢୀ ବାଣିଜ୍ୟିକ …

ସହରାଞ୍ଚଳର ବିକାଶ ଓ ନାଗରିକ ସୁବିଧା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କାର୍ଯ୍ୟକ୍ରମର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ନଗର ଉନ୍ନୟନକୁ ଆହୁରି ତ୍ୱରାନ୍ୱିତ କରିବା ସହିତ ନାଗରିକମାନଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବୈଠକରେ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ (ଯାହା ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ବିକାଶ ଯୋଜନା ଆଦି ଫ୍ଲାଗଶିପ୍ ପ୍ରୋଗ୍ରାମ୍…

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବନିଯୁକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ନବବର୍ଷର ପ୍ରଥମ ଦିନରେ ଆଜି ଓଡ଼ିଶାର ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ଲୋକଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜ୍ୟପାଳଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ସାମଗ୍ରିକ ପ୍ରଗତିକୁ ପାଇଁ ପ୍ରମୁଖ ପ୍ରଶାସନିକ ପ୍ରାଥମିକତା, ଜାରି ରହିଥିବା ବିକାଶମୂଳକ ପଦକ୍ଷେପ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟପାଳଙ୍କ ସହିତ ଆଲୋଚନା କରିଥିଲେ। ପ୍ରଭାବଶାଳୀ…

ଲୋକସେବା ଭବନ ସମ୍ମେଳନ କକ୍ଷରେ ହେବ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଉଦଘାଟନ

ଚିଲିକା/ଭୁବନେଶ୍ୱର : ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ସହଯୋଗରେ ଚଳିତ ବର୍ଷ ଜାନୁଆରୀ ୬ ରୁ ୮ ତାରିଖ ଯାଏଁ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଆୟୋଜିତ ହେବ। ସଂରକ୍ଷଣ-ନେତୃତ୍ୱାଧୀନ ପର୍ଯ୍ୟଟନ, ସ୍ଥାୟୀତ୍ୱ ଏବଂ ଗୋଷ୍ଠୀ ଭାଗୀଦାରି ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବା ନିମନ୍ତେ ଚିଲିକା ହ୍ରଦଠାରେ ଏହି ମହୋତ୍ସବର ଆୟୋଜନ କରାଯାଇଛି। ଏହି ମହୋତ୍ସବ ଜୈବ ବିବିଧତାର ସଂରକ୍ଷଣ, ସ୍ଥାନୀୟ ଲୋକଙ୍କ ଜୀବନଜୀବିକାରେ ଉନ୍ନତି,…

ଦେଓ ରଂଜନ କୁମାର ସିଂ ରାଜ୍ୟ ଉନ୍ନୟନ କମିଶନର

ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ ରାଜ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନ  ୧୦ ଟା ୧୫  ମି. ସମୟରେ ଯୋଜନା ଓ ସଂଯୋଜନ ବିଭାଗ ସ୍ଥିତ ଉନ୍ନୟନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଁଚି ଶ୍ରୀୟୁକ୍ତ ସିଂ ଆଜି  ଦାୟିତ୍ୱ ଗ୍ରହଣ କରିଛନ୍ତି।  ଏହି ଅବସରରେ ଅଧିକାରୀ ଓ କର୍ମଚାରୀମାନେ ନୂତନ ଉନ୍ନୟନ କମିଶନରଙ୍କୁ ସ୍ୱାଗତ କରିଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ହୁ ଇଜ୍‌ ହୁ’ପୁସ୍ତକ ଲୋକର୍ପିତ

ଭୁବନେଶ୍ୱର: ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ବହୁମୁଖୀ ପ୍ରତିଭା ଓ ଅବଦାନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ତାଙ୍କର ବଳିଷ୍ଠ ନେତୃତ୍ୱ ଓ ତ୍ୟାଗପୂତ ଜୀବନ ଓଡ଼ିଶାକୁ ବି୍ରଟିଶ ଶାସନରୁ ମୁକ୍ତ କରି ଜନମାନସରେ ଏକ ନୂତନ କ୍ରାନ୍ତି ଆଣି ଦେଇଥିଲା। ଓଡ଼ିଶାର ମାଟି, ପାଣି, ପବନ ସହ ଓତଃପ୍ରୋତଃ ଭାବେ ଜଡ଼ିତ ମହତାବ ସାରା ରାଜ୍ୟରେ ଏକ ସଚେତନ ବାତାବରଣ ସୃଷ୍ଟି କରିଥିଲେ। ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଅର୍ଦ୍ଧଶତାବ୍ଦୀରୁ…

ଓଏସଆରଟିସି କର୍ପୋରେଟ୍ ଅଫିସରେ ଆଧୁନିକ କ୍ୟାଣ୍ଟିନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ର କର୍ପୋରେଟ୍ ଅଫିସ ‘ପରିବହନ ଭବନ’ଭୁବନେଶ୍ୱର ଠାରେ ଏକ ଆଧୁନିକ କ୍ୟାଣ୍ଟିନର ଉଦଘାଟନ କରାଯାଇଛି। କ୍ୟାଣ୍ଟିନଟିର ଉଦଘାଟନ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଏବଂ ଓଏସଆରଟିସି ର ସିଏମ୍ଡି୍ ଏନ.ବି.ଏସ. ରାଜପୁତ ଓ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣ ଅଧ୍ୟକ୍ଷ ଅମିତାଭ ଠାକୁରଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। ନୂତନ କ୍ୟାଣ୍ଟିନ ପ୍ରତିଷ୍ଠା ଓଏସଆରଟିସି ର କର୍ମଚାରୀ କଲ୍ୟାଣ ପ୍ରତି…

୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା ୨୦୨୫ରେ

ଭୁବନେଶ୍ୱର: ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍‌ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋର୍ ମାନଙ୍କୁ ଧରିବାରେ ସଫଳ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଭିଜିଲାନ୍‌ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି। ବୈଠକର ଆଲୋଚନାରୁ ଜଣାପଡିଛି, ୨୦୨୫ ଏପ୍ରିଲ ପହିଲାରୁ  ଡିସେମ୍ୱର…

ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫ ଲକ୍ଷ ପ୍ଲଟର ଉପଗ୍ରହ ମାଧ୍ୟମରେ ସର୍ଭେ ସମ୍ପୂର୍ଣ୍ଣ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି। ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି। ଏହି ପ୍ରକ୍ରିୟାରେ ଅଣଧାନ, ଅଣକୃଷି ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଚିହ୍ନଟ କରାଯାଉଛି। ଯାହା ଦ୍ୱାରା ଧାନସଂଗ୍ରହରେ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରକୃତ ଚାଷୀ ଲାଭାନ୍ୱିତ ହୋଇପାରିବେ। ଏଥି ନିମନ୍ତେ ରାଜ୍ୟ…

ମହାନ ବିପ୍ଲବୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଇଂରେଜ ଶାସନର ଅନ୍ୟାୟ, ଅତ୍ୟାଚାର ଓ ଦମନମୂଳକ ନୀତି ବିରୋଧରେ ଘୁମୁସର ଅଞ୍ଚଳର ପାହାଡ଼, ଜଙ୍ଗଲ ଓ ଗାଁରୁ ଯେଉଁ ବିଦ୍ରୋହର ଶଙ୍ଖନାଦ ଉଠିଥିଲା, ସେହି ସଂଗ୍ରାମର ମୁଖ୍ୟ ନାୟକ ଥିଲେ ଘୁମୁସରର ମହାନ ବିପ୍ଲବୀ ବୀର ଚକରା ବିଷୋୟୀ। ଆଦିବାସୀ, କୃଷକ ଓ ସାଧାରଣ ଜନତାଙ୍କୁ ସଂଗଠିତ କରି ସେ ଇଂରେଜ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ ଏବଂ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ରଚନା କରିଥିଲେ।…