ମହିଳା ନେତୃତ୍ୱାଧୀନ ଉଦ୍ୟମିତା ହେଉଛି ସମୟର ଆହ୍ଵାନ: ମନ୍ତ୍ରୀ
ଭୁବନେଶ୍ଵର: ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କର ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଓ-ହବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଏବଂ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସବିଶେଷ ସମୀକ୍ଷା କରିଥିଲେ। ଏହି ଅବସରରେ ଉଦ୍ୟମିତା କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ପାଇଁ ବିଶେଷ ପ୍ରଚେଷ୍ଟା କରିବା ପାଇଁ ଅଧିକାରୀଙ୍କୁ କହିଥିଲେ।…
