Aama Khabar

‘ଜାତୀୟ ପତାକା ‘ତ୍ରିରଙ୍ଗା’୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ’

ଭୁବନେଶ୍ୱର : ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ସେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ନିଜ ଅଭିଭାଷଣ ସ୍ୱାଧୀନତା ସଂଗ୍ରାମୀ, ବୀର ଶହୀଦ ଏବଂ ଓଡ଼ିଶାର…

ଓଡ଼ିଆ ସାହିତ୍ୟର ଇତିହାସ ସମୃଦ୍ଧ ଓ ଭବିଷ୍ୟତ ଉଜ୍ଜ୍ୱଳ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର/ପୁରୀ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ପୁରୀ ଜିଲ୍ଲାସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ପରିସରରେ “ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ-୨୦୨୬” ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ…

ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଆଇନ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : ଆଇନ ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ଜିଲ୍ଲା ଅଦାଲତଗୁଡ଼ିକରେ ଥିବା ଦେୱାନୀ ମାମଲାର ପ୍ରଭାବଶାଳୀ ପରିଚାଳନା ଏବଂ ସରକାରୀ ଅଧିବକ୍ତା, ଅତିରିକ୍ତ ସରକାରୀ ଅଧିବକ୍ତା ଓ ସହଯୋଗୀ ଓକିଲମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ…

ଅଗଷ୍ଟ ୭ରୁ ୨୧ ପର୍ଯ୍ୟନ୍ତ ସମସ୍ତ ପୌରାଞ୍ଚଳରେ ଗରିମା ଜନସଚେତନତା ଓ ଆଇନ ପ୍ରବର୍ତ୍ତନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ୱଚ୍ଛତା କର୍ମଚାରୀଙ୍କ ମର୍ଯ୍ୟାଦା, ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳରେ ୧୫ ଦିନିଆ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ  ଅଭିଯାନ ‘ଆଇନଗତ ସଫେଇ, ସୁରକ୍ଷିତ ସଫେଇ’ଆରମ୍ଭ ହୋଇଛି। ଅଗଷ୍ଟ ୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ…

ଭୁବନେଶ୍ୱରରେ ଆକର୍ଷଣୀୟ ଫ୍ୟାଶନ୍ ସୋ’:  ହସ୍ତତନ୍ତ ରପ୍ତାନି ବୃଦ୍ଧି ପାଇଁ ଡିଜାଇନ୍-ଭିତ୍ତିକ ଉତ୍ପାଦ ବିକାଶକୁ ଆଗେଇ ନେବା ପ୍ରମୁଖ ଲକ୍ଷ୍ୟ

ଭୁବନେଶ୍ୱର: ୧୨ ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରା, ବୁଣାକାରଙ୍କ ଅତୁଳନୀୟ କାରୁକାର୍ଯ୍ୟ ଏବଂ ଏହାର ଆଧୁନିକ ଆଭିମୁଖ୍ୟକୁ ନେଇ ୭ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱରଠାରେ  ଓଡିଶାସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏକ ବ୍ୟାପକ ଫ୍ୟାଶନ୍ ସୋ’ଆୟୋଜିତ ହୋଇଯାଇଛି। ରାଜ୍ୟର ହସ୍ତତନ୍ତ କ୍ଲଷ୍ଟରଗୁଡ଼ିକର ପ୍ରଚାର ପ୍ରସାର କରିବା ସହ ପାରମ୍ପରିକ ବୁଣାକାରୀକୁ ଆଧୁନିକ ଫ୍ୟାଶନ୍ ଶୈଳୀ ସହ ଯୋଡ଼ିବା ପାଇଁ ଆୟୋଜିତ ଏହି ସ୍ୱତନ୍ତ୍ର ର‍୍ୟାମ୍ପ ଶୋ’ରେ…

ସିଧାସଳଖ ଡିବିଟି ମାଧ୍ୟମରେ ଲଗାଣ ବର୍ଷା ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା କ୍ଷୟକ୍ଷତି ଆକଳନ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତିl କ୍ଷୟକ୍ଷତି ଆକଳନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରାୟ ପ୍ରଭାବିତ ଜିଲ୍ଲାମାନଙ୍କର ରିପୋର୍ଟ ଇତିମଧ୍ୟରେ ରାଜ୍ୟସରକାରଙ୍କ ହସ୍ତଗତ ହୋଇଛି; ତେବେ କିଛି ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବନ୍ୟାଜଳ ପ୍ରଭାବ ହ୍ରାସ ହୋଇନଥିବାରୁ ପରିସ୍ଥିତିରେ ସୁଧାର ଆସିବା ପରେ ଯଥାଶୀଘ୍ର…

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ “ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ”ର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ତୃତୀୟଲିଙ୍ଗୀ ବ୍ୟକ୍ତିମାନଙ୍କର ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ନବଗଠିତ “ଓଡ଼ିଶା ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ”ର ପ୍ରଥମ ବୈଠକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତୃତୀୟଲିଙ୍ଗୀ ସମ୍ପ୍ରଦାୟର ସମାଜରେ ସମାନ ସୁଯୋଗ ଓ ସର୍ବାଙ୍ଗୀନ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ…

ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରାମୀଣ ଅର୍ଥନୀତିର ଏକ ସୁଦୃଢ଼ ଭିତ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ  ପକ୍ଷରୁ ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟିଠାରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର-ସହ-ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ କେବଳ ମହିଳାଙ୍କ ଆର୍ଥିକ ସଶକ୍ତିକରଣର ମାଧ୍ୟମ ନୁହେଁ, ବରଂ ଗ୍ରାମୀଣ ଅର୍ଥନୀତିର ଏକ ସୁଦୃଢ଼ ଭିତ୍ତି। ମହିଳା ପରିଚାଳିତ ଉଦ୍ୟୋଗଗୁଡ଼ିକର ଗୁଣାତ୍ମକ ବିକାଶ, ବଜାର ସଂଯୋଗ, ଦକ୍ଷତା ବିକାଶ ଓ ପ୍ରଯୁକ୍ତିର ବ୍ୟବହାର…

ରାଜ୍ୟର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ବୃଦ୍ଧି ବ୍ୟବସ୍ଥା ଆଗକୁ ବଢ଼ାଇବା ପାଇଁ ଏକ ମିଳିତ ପ୍ରତିବଦ୍ଧତା ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ପ୍ରମୁଖ ଅନୁଷ୍ଠାନ ଗୁଡିକର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଲୋଚନାରେ ନାଇଜର, ଆଇଏଲଏସ, ଆଇଆଇଟି,ଆଇଏମଏମଟି, ଆରଏମଆରସି  ଭଳି ପ୍ରତିଷ୍ଠିତ ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଅନୁଷ୍ଠାନ ମୁଖ୍ୟମାନେ ନିଜ ନିଜ ଅନୁଷ୍ଠାନର ପ୍ରମୁଖ…

ଶିଶୁଙ୍କ ପୋଷଣ ମାପ ପାଇଁ ଆରମ୍ଭ ହେବ AI-ଭିତ୍ତିକ ସିଷ୍ଟମ୍

ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ ବିକାଶ (WCD) ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛୋଟ ଶିଶୁ ଓ ସେମାନଙ୍କ ପିତାମାତା ଅଂଶଗ୍ରହଣ କରିଥିଲେ। ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦର୍ଶୱାଲ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡ. ଦର୍ଶୱାଲ ସ୍ତନ୍ୟପାନର ଗୁରୁତ୍ୱ…