Aama Khabar

ଉପନିର୍ବାଚନରେ ନିର୍ବାଚନ ଆୟୋଗ ଅନେକ ପ୍ରଥମ ସଫଳତା ହାସଲ କରିଛି

ଭୁବନେଶ୍ବର:  ଭାରତ ନିର୍ବାଚନ ଆୟୋଗ ଦ୍ୱାରା ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ଦ୍ୱାରା ଗତ ଚାରି ମାସ ମଧ୍ୟରେ ପରିକଳ୍ପିତ ଅନେକ ପ୍ରମୁଖ ନୂତନ ପଦକ୍ଷେପର ସଫଳ ରୂପାୟନ ଦେଖାଯାଇଥିଲା। ଗୁଜରାଟର ୨୪-କାଡ଼ି (ଝଉ) ଏବଂ ୮୭-ବିସାବାଦର, କେରଳର ୩୫-ନିଲାମ୍ବୁର, ପଞ୍ଜାବର ୬୪-ଲୁଧିଆନା ପଶ୍ଚିମ ଏବଂ ପଶ୍ଚିମବଙ୍ଗର ୮୦-କାଳିଗଞ୍ଜର…

ପିଏମ୍-ପୋଷଣ ଯୋଜନାରେ ଖର୍ଚ୍ଚ ବୃଦ୍ଧି

ଭୁବନେଶ୍ବର:  କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭାଗିଦାରୀରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ପିଏମ୍-ପୋଷଣ ଯୋଜନା ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ଭାରତ ସରକାରଙ୍କ ଦ୍ବାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ଯଥାକ୍ରମେ ୬ ଟଙ୍କା ୭୮ପଇସା ଓ  ୧୦ ଟଙ୍କା ୧୭ ପଇସା ୦୧.୦୫.୨୦୨୫  ଠାରୁ ରନ୍ଧନ ସାମଗ୍ରୀ ଖର୍ଚ୍ଚ ବାବଦକୁ ପ୍ରଦାନ କରାଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ଅତିରିକ୍ତ ରନ୍ଧନ ସାମଗ୍ରୀ ଖର୍ଚ୍ଚ ପାଇଁ…

କଳିଙ୍ଗ ଷ୍ଟାଡିୟମରେ  ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। ଏହି ଅବସରରେ ଭିଡିଓ କନଫରେନସିଂ…

ସୁରକ୍ଷିତ ବାଷ୍ପୀତ୍ର ଚାଳନ ତାଲିମ କର୍ମଶାଳା

ଭୁବନେଶ୍ବର: ବାଷ୍ପୀତ୍ର ଚାଳନରେ ସୁରକ୍ଷା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ କଳ କାରଖାନା ମାନଙ୍କ ରେ ନିୟୋଜିତ ବାଷ୍ପୀତ୍ର  ପରିଚାରକ ( Boiler Operator ) ମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଂକୁ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୁବନେଶ୍ବର ଲୋକସେବା ଭବନା ସ୍ଥିତ କନଭେନସନ ସେଣ୍ଟରରେ ଏକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l   ମୁଖ୍ଯଅତିଥି ଶ୍ରମ ବିଭାଗ ଅତିରିକ୍ତ ଶାସନ…

ତୃଣମୂଳ ସ୍ତରରୁ ଚାଲୁରହିଛି  ଡାଇରିଆ ମୁକାବିଲା 

ଭୁବନେଶ୍ବର: ରାଜ୍ୟରେ ଡାଇରିଆ ସଂକ୍ରମଣର ତ୍ଵରିତ ମୁକାବିଲା ପାଇଁ ସରକାରଙ୍କ ତରଫରୁ ଜୋରଦାର ପ୍ରୟାସ ଜାରି ରହିଛିl ସରକାର ତୃଣମୂଳ ସ୍ତରରୁ ମେଡ଼ିକାଲ କଲେଜ ପର୍ଯ୍ୟନ୍ତ  ସମ୍ପୂର୍ଣ୍ଣ ଏକ୍ସନ ମୋଡ୍ ରେ କାର୍ଯ୍ୟ କରୁଛନ୍ତି l  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗ ଦ୍ବାରା ସମନ୍ଵିତ ଭାବରେ ଏକାଭିମୁଖୀ ପ୍ରୟାସ ଚାଲିଛି l  ଫଳରେ ରାଜ୍ୟରେ ଡାଇରିଆ ସ୍ଥିତିରେ…

ଡାଇରିଆ ମୁକାବିଲା: କଟକ, ଯାଜପୁର ଓ ଭଦ୍ରକରେ ବିଶେଷଜ୍ଞ ଟିମ୍ ର ଅନୁଧ୍ୟାନ

ଭୁବନେଶ୍ବର: ରାଜ୍ୟରେ ଡାଇରିଆ ସଂକ୍ରମଣର ତ୍ଵରିତ ମୁକାବିଲା ପାଇଁ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଡକ୍ଟର ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ  ସୂଚନା ଓ ପ୍ରଯୁକ୍ତିବିଦ୍ୟାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା l ଯାଜପୁର, କଟକ, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ର୍ରାପଡା ଆଦି ଛଅଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଭାସି ମାଧ୍ୟମରେ ଡାଇରିଆ ସ୍ଥିତି ଓ ମୁକାବିଲାର ବିଭିନ୍ନ ଦିଗ ଉପରେ ମାନ୍ୟବର ମନ୍ତ୍ରୀ…

‘ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି’

ଭୁବନେଶ୍ୱର: ବିଶ୍ଵ ସିକିଲ୍ ସେଲ୍ ଦିବସ ଉପଲକ୍ଷେ ୟୁନିସେଫ୍ ଏବଂ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ସଚେତନତା ଶିବିର ସ୍ଥାନୀୟ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ପ୍ରଥମ ପର୍ୟ୍ୟାୟରେ ରାଜ୍ୟର…

ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ଜନଜାତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରତ୍ୟେକ ଛାତ୍ରଛାତ୍ରୀ ଜୀବନରେ ଲକ୍ଷ୍ୟ ରଖିବା ଉଚିତ ଏବଂ ଶିକ୍ଷା ହିଁ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବଳିଷ୍ଠ ମାଧ୍ୟମ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଚଳିତ ଜୁନ ୧୯ ତାରିଖ ସନ୍ଧ୍ୟାରେ ଜନଜାତି ବିଦ୍ୟାର୍ଥୀ ଅନୁଭବ ଅଧ୍ୟୟନ ଯାତ୍ରାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ରାଜ ଭବନର ଅଭିଷେକ ହଲ ଠାରେ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତିI ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ଦ୍ୱାରା…

ସମସ୍ତ ଜିଲ୍ଲାରେ ବାର୍ଷିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ

ଭୁବନେଶ୍ୱର: ପ୍ରତିବର୍ଷ ପରି ଜୁନ୍‌ ୧୮ ଓ ୧୯ ତାରିଖରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବାର୍ଷିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜିତ ହୋଇଯାଇଛି। ଏହି ଅଭ୍ୟାସର ମୂଳ ଉଦ୍ଦେଶ୍ୟ ଥିଲା ପ୍ରସ୍ତୁତିର ପରୀକ୍ଷା, ଯାଞ୍ଚ, ଜରୁରୀକାଳୀନ ପ୍ରତିକି୍ରୟା ଏବଂ ସୁରକ୍ଷିତ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଭବିଷ୍ୟତରେ ଆପଦକାଳୀନ ସ୍ଥିତିର ମୁକାବିଲା ପ୍ରସ୍ତୁତି ତ୍ୱରାନ୍ୱିତ କରିବା। ୨୦୨୫ ଜୁନ୍‌ ୧୮ରେ ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ଏବଂ ସମସ୍ତ ବ୍ଲକ୍‌ ଏବଂ ପୌର ପରିଷଦ…

ଓଡ଼ିଶା ବିଦ୍ୟୁତ ସଂସ୍କାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି:  ଟୋନି ବ୍ଲେୟାର

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେ ଭି ସିଂହଦେଓ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟୋନି ବ୍ଲେୟାରଙ୍କୁ ଦିଲ୍ଲୀର ତାଜ ପ୍ଯାଲେସ ହୋଟେଲରେ ଭେଟିଛନ୍ତି। ଉଭୟ ନେତାଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କାନପୁର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ ଦ୍ୱାରା ଏକ ତ୍ରିପାକ୍ଷିକ ଇଣ୍ଟେଣ୍ଟ ଲେଟର (ଏଲଓଆଇ) ସ୍ୱାକ୍ଷରିତ ହୋଇଛି।…