ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ କୃଷି ଯନ୍ତ୍ରପାତି ବନାଯିବା ନେଇ ଏକ ନିର୍ଦ୍ଦେଶାବଳୀ ପ୍ରଣୟନରେ ଓଡ଼ିଶା ଏକମାତ୍ର ରାଜ୍ୟ
ଭୁବନେଶ୍ୱର: ଓଡ଼ିଶାର କୃଷି କ୍ଷେତ୍ରକୁ ଅଧିକ ସମାବେଶୀ ଓ ମହିଳା କୈନ୍ଦ୍ରିକ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱରଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନ (IFPRI) ଏବଂ ଗେଟ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ‘ଜେଣ୍ଡର ରେସପନସିଭ୍ ସେଲ୍ର ସାଂଗଠନିକ ସୁଦୃଢ଼ୀକରଣ: ରୂପରେଖ ଓ କାର୍ଯ୍ୟପନ୍ଥା’ ଶୀର୍ଷକର ଏକ ପ୍ରାରମ୍ଭିକ କର୍ମଶାଳା ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ ଯେ, ଗତ ୨୯ ନଭେମ୍ବର ୨୦୨୫ରେ…


