Aama Khabar

‘ପ୍ରତି ଗାଁରେ 5ଜଣ ଲକ୍ଷପତି ଦିଦି ସୃଷ୍ଟି ହେବେ ‘

ନିମାପଡ଼ା: ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ  ନିମାପଡ଼ାସ୍ଥିତ ନୂଆ ବାରବାଟୀ ପଡ଼ିଆ ଇଣ୍ଡୋର ଷ୍ଟାଡିୟମରେ ପ୍ରଥମ କରି ଆୟୋଜିତ ‘ଉତ୍କର୍ଷ ନିମାପଡ଼ା’ ସମ୍ମିଳନୀର ଉଦଘାଟନ ହୋଇଯାଇଛି । ‘ଉତ୍କର୍ଷ ନିମାପଡ଼ା’ ସମ୍ମିଳନୀର ଶୁଭାରମ୍ଭ ଅବସରରେ ପ୍ରଥମେ ପି ଏମ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀୟ ସେନାର ସମ୍ମାନାର୍ଥେ “ଏକ ପେଡ୍ ସେନା କେ ନାମ୍ ” ପରିପ୍ରେକ୍ଷୀରେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

‘ଢେଙ୍କାନାଳ ହେବ ଓଡିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ, ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ବରାଦରେ, ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।  ସୂଚନାଯୋଗ୍ୟ ଯେ,  ୧୧୨ କୋଟି ଟଙ୍କାର ୧୨ ଟି…

‘ରାଜସ୍ୱ ବିଭାଗ ସ୍ଵଚ୍ଛ ଏବଂ ଉତ୍ତମ ସରକାରର ଦର୍ପଣ’

ଭୁବନେଶ୍ୱର: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ  ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ l ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ…

କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।  ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି । ସୂଚନା ଥାଉକି ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ 4 ଟି ଶିକ୍ଷା…

ଓଡ଼ିଶାର ସମୃଦ୍ଧ ଇତିହାସ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଇତିହାସ ହେଉଛି ସମୃଦ୍ଧ। ଏହି ସମୃଦ୍ଧ ଇତିହାସ ଯୁବବର୍ଗଙ୍କୁ ପ୍ରେରିତ କରୁ। ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂତନ ଚିନ୍ତା ଚେତନାର ଉନ୍ମେଷ ନିମନ୍ତେ ଆମ ଇତିହାସ ଏକ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ। ଓଡ଼ିଆ ଜାତୀୟତାବାଦ କେବେ ହେଲେ ମଧ୍ୟ ଆଞ୍ଚଳିକତାବାଦ ମଧ୍ୟରେ ସୀମିତ ନୁହେଁ। ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିବା, ବିଚାର ଓ ବିତର୍କ କରି ନିଷ୍କର୍ଷରେ ଉପନୀତ ହେବା ହେଉଛି ଆମ ଗଣତାନ୍ତ୍ରିକ ରାଷ୍ଟ୍ରର ସୌନ୍ଦର୍ଯ୍ୟ। ତେଣୁ ଓଡ଼ିଶା ସାହିତ୍ୟ…

ଓଡ଼ିଶା- ଡା-ନାଙ୍ଗ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତାବ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଭିଏତନାମକୁ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ (ରେଲିକ୍ସ) ଭାରତ ଫେରାଇ ଆଣିବା ପାଇଁ ଭିଏତନାମ ଗସ୍ତ କରିଥିବା ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓଡ଼ିଶା ଏବଂ ଭିଏତନାମର ଡା-ନାଙ୍ଗ ସିଟି ମଧ୍ୟରେ ପ୍ରଦେଶସ୍ତରୀୟ ସମ୍ପର୍କ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସୋମବାର ଦିନ ଡା-ନାଙ୍ଗ ପିପୁଲ୍ସ କମିଟିର ଅଧ୍ୟକ୍ଷ ମହାମହିମ ଲେ ଟ୍ରଙ୍ଗ ଚିନ୍ହଙ୍କ ସହ ସାକ୍ଷାତ ସମୟରେ ରାଜ୍ୟପାଳ ଏହି ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ ରାଜ୍ୟପାଳ କହିଛନ୍ତି…

ରେଙ୍ଗାଲି ଜଳସେଚନ ପ୍ରକଳ୍ପ ପରିଚାଳନା କମିଟିର ୫ମ ବୈଠକ

ଭୁବନେଶ୍ୱର: ରେଙ୍ଗାଲି ଜଳସେଚନ ପ୍ରକଳ୍ପ ପାଇଁ ରହିଥିହା ପ୍ରକଳ୍ପ ପରିଚାଳନା କମିଟିର ୫ମ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପକୁ ସହଜରେ ଓ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ସମନ୍ୱୟ ଭିତ୍ତିରେ କାର୍ଯ୍ୟ କରିବାକୁ ସଂପୃକ୍ତ ବିଭିନ୍ନ ବିଭାଗ ଓ ଅଂଶୀଦାର ଅନୁଷ୍ଠାନମାନଙ୍କୁ ଉନ୍ନୟନ କମିଶନରଙ୍କ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟକାରିତାରେ ରହୁଥିବା…

ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ତାଲିମ

ଭୁବନେଶ୍ୱର: ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଏକ ୨ ଦିନିଆ ତାଲିମ କାର୍ଯକ୍ରମ ର।ଜ୍ୟ ଲୋକସେବା ଭବନର କନଭେନସନ କେନ୍ଦ୍ରରେ ଉଦଯାପିତ ହୋଇଯାଇଛି। ଏହି ତାଲିମ କାର୍ଯକ୍ରମକୁ ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁମିତା ନାୟକ ଉଦଘାଟନ କରିଥିଲେ । ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ରାଜେଶ କୁମାର ଅଗ୍ରୱାଲା ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।  ନିରଞ୍ଜନ…

ସଡ଼କ ସୁରକ୍ଷା ସମ୍ପର୍କିତ ୫୫ଟି କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି । ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଘରୁ ବାହରିବାଠୁଁ ନେଇ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ସଠିକ୍‍ ଭାବେ ପାଳନ କରନ୍ତୁ ଓ ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନିଶ୍ଚିତ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୂନ ଦୁର୍ଘଟଣା…

 “ଅନ୍ତ୍ୟୋଦୟ ଗୃହ ଯୋଜନା”ସରକାରଙ୍କ ଚେତନା ଓ ଦାୟିତ୍ଵର ଅଭିବ୍ୟକ୍ତି: ମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମ୍ମିଳନୀ କକ୍ଷରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ବିଭାଗର ବିଭିନ୍ନ ଯୋଜନାଗୁଡିକ  ବିଷୟରେ ସବିସ୍ତୃତ ସମୀକ୍ଷା କରିଛନ୍ତି l  ଏହି ସମୀକ୍ଷା ବୈଠକରେ, ମାନ୍ୟବର ମନ୍ତ୍ରୀ ବିଭାଗୀୟ ସମସ୍ତ ଅଧିକାରୀ, ସମସ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଦିଗଦର୍ଶନ ଦେଇ “ବିକଶିତ ଗାଁ ବିକଶିତ ଓଡ଼ିଶା” କାର୍ଯ୍ୟକ୍ରମ ରାଜ୍ୟର…