Aama Khabar

 ‘ସୃଜନ’ରେ ମିଳିବ ରେଳଟିକଟ ଓ ପର୍ଯ୍ୟଟନ ସୂଚନା ସୁବିଧା

ଭୁବନେଶ୍ୱର : ଖାରବେଳଭବନର ପ୍ରଥମ ମହଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ କ୍ୟାଣ୍ଟିନ ‘ସୃଜନ’ଲୋକାର୍ପିତ ହୋଇଛି। ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି କ୍ୟାଣ୍ଟିନକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ ଏଠାରେ କାର୍ଯ୍ୟ କରୁଥିବା ବିଭାଗଗୁଡିକର ପ୍ରାୟ ସାତଶହରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ। ଏତଦ୍‍ବ୍ୟତିତ ବିଭିନ୍ନ ସମୟରେ ଖାରବେଳଭବନକୁ ବିଭିନ୍ନ…

‘ଓଡ଼ିଶାର ଯୁବଶକ୍ତି ବିକଶିତ ଭାରତର ସାରଥୀ ହେବେ’

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ‘ରାଜ୍ୟ ଯୁବ ମହୋତ୍ସବ ୨୦୨୫’ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାର ଯୁବ ସମାଜ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଏବଂ ନୂତନ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି ଉତ୍ସବରେ ସାରା ଓଡ଼ିଶାର କୋଣ ଅନୁକୋଣରୁ ଯୁବ ପ୍ରତିଭାମାନେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ…

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଡିସେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜନ କରାଯାଇଛି। ଚଳିତ ବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ପ୍ରାୟ ୩୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି। ଭାରତ ବାହାରୁ ପ୍ରାୟ ୧୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିବେ। ଓଡ଼ିଶା…

ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା: ନୂଆପଡା ସମେତ ବିଭିନ୍ନ ଜିଲାରେ ନିଯୁକ୍ତ ଅଛନ୍ତି ଏନଫୋର୍ସମେଣ୍ଟ ଟିମ

ଭୁବନେଶ୍ୱର: ରାଜ୍ୟରେ କୃଷକ ମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନହୁଏ ଏହା ଉପରେ ତୀକ୍ଷ୍ଣ ନଜର ରଖାଇଯାଇଛି। ବିଶେଷକରି ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ଉଦ୍ଦେଶ୍ୟରେ ନୂଆପଡା, ବରଗଡ଼, ଝାରସୁଗୁଡା ଓ…

ମହାନଦୀ ଆନ୍ତଃରାଜ୍ୟ ଜଳବିବାଦ ଉପରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମହାନଦୀ ଆନ୍ତଃରାଜ୍ୟ ଜଳ ସମସ୍ୟା ଉପରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିଭାଗର ରାଜୀବ୍  ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁ;  ବିଧାୟକ ସରୋଜ କୁମାର ପ୍ରଧାନ, ନିରଞ୍ଜନ ପୂଜାରୀ ଏବଂ ସୋଫିଆ ଫିରଦୌସ ଯୋଗ ଦେଇଥିଲେ। ବିଧାୟକ ଜୟନାରାୟଣ ମିଶ୍ର ଆଭାଷୀ (virtual) ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଶାସନ ସଚିବ…

ମହାନଦୀ ଆନ୍ତଃମନ୍ତ୍ରାଳୟ କମିଟିର ପରବର୍ତ୍ତୀ ବୈଠକ ୨୦୨୬ ଜାନୁଆରୀରେ

ଭୁବନେଶ୍ୱର: ମହାନଦୀ ଆନ୍ତଃରାଜ୍ୟ ଜଳ ସମସ୍ୟା ଉପରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିଭାଗର ରାଜୀବ୍  ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁ;  ବିଧାୟକ ସରୋଜ କୁମାର ପ୍ରଧାନ, ନିରଞ୍ଜନ ପୂଜାରୀ ଏବଂ ସୋଫିଆ ଫିରଦୌସ ଯୋଗ ଦେଇଥିଲେ। ବିଧାୟକ ଜୟନାରାୟଣ ମିଶ୍ର ଆଭାଷୀ (virtual) ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଶାସନ ସଚିବ…

ରାଜ୍ୟର ୧୧ ଟି ଜିଲ୍ଲାରେ ମଣ୍ଡି ଦ୍ୱାରା ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଖରିଫ ୨୦୨୫-୨୬ ଧାନ ସଂଗ୍ରହର ସମୀକ୍ଷା କରିଛନ୍ତି। ଚାଷୀଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବା ଓ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ କଡାକଡି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ନିୟୋଜିତ ବିଭାଗୀୟ ଅଧିକାରୀଙ୍କୁ ମଣ୍ଡି ଗୁଡ଼ିକୁ ନିୟମିତ ଭାବରେ ପରିଦର୍ଶନ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ସମ୍ପ୍ରତି ରାଜ୍ୟରେ ଖରିଫ ଧାନ ସଂଗ୍ରହ…

ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା

ଭୁବନେଶ୍ୱର : ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ  ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଯୁଦ୍ଧ କୌଶଳ, ଶାରୀରିକ ସାମର୍ଥ୍ୟ, ରଣନୀତି କୌଶଳ ଓ ମାନସିକ ସହନଶୀଳତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଆୟୋଜନ କରାଯାଇଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗ  ଦେଇ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା କହିଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶା…

ଡାହାଣୀ ସନ୍ଦେହରେ ନିର୍ଯାତନା ଓ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର : ସାମାଜିକ ସମାନତା ହିଁ ବିକଶିତ ଓଡ଼ିଶାର ମୂଳପିଣ୍ଡ। ଉତ୍ତରପିଢିକୁ ଏକ କୁପ୍ରଥା ବିହୀନ ସୁସ୍ଥ ସମାଜ ପ୍ରଦାନ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ  ପ୍ରକାଶ କରିଛନ୍ତି। ଭୁବନେଶ୍ଵରସ୍ଥିତ ରାଜ୍ୟ ସମ୍ମେଳନ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଡାହାଣୀ ସନ୍ଦେହରେ ନିର୍ଯାତନା ଓ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା…

ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ସୂଚନାଯୋଗ୍ୟଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୪୨୮ଟି ନୂଆ ୧୦୮- ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଏଥିରେ ୪୧୯ ଟି ପୁରୁଣା ଆମ୍ବୁଲାନ୍ସ, ୨ ଟି ଦୁର୍ଘଟଣା ରେ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ। ଏହା…