ସଂସ୍କୃତି ଓ ବିକାଶ ପରସ୍ପର ପରିପୂରକ: ରାଜ୍ୟପାଳ
ଭୁବନେଶ୍ୱର: ସଂସ୍କୃତି ଓ ବିକାଶ ପରସ୍ପର ବିରୋଧୀ ନୁହନ୍ତି ବରଂ ପରସ୍ପର ପରିପୂରକ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଶୁକ୍ରବାର ଦିନ ମୟୁରଭଞ୍ଜ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଆୟୋଜିତ ତିନିଦିନିଆ ମୟୁରଭଞ୍ଜ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତିI ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ମୟୂରଭଞ୍ଜ ଉତ୍ସବ ଭଳି ଉତ୍ସବଗୁଡ଼ିକ ଅତୀତ ଓ ଭବିଷ୍ୟତ ମଧ୍ୟରେ…


