Aama Khabar

ସଂସ୍କୃତ ବିଦ୍ୱାନମାନେ ଏଆଇ-ଚାଳିତ ନବସୃଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ

ଭୁବନେଶ୍ୱର: ସଂସ୍କୃତ ବିଦ୍ୱାନମାନେ ଏଆଇ-ଚାଳିତ ନବସୃଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ମଙ୍ଗଳବାର ଦିନ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତିI ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଭାରତର ସମୃଦ୍ଧ ଜ୍ଞାନ ଐତିହ୍ୟକୁ ସଂରକ୍ଷଣ କରିବା ସହିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଡିଜିଟାଲ୍ ପ୍ରଯୁକ୍ତି ଏବଂ…

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ‘ଟ୍ରାଇବ୍ଏକ୍ସ (TribeX)’ ଡିଜିଟାଲ୍ ଶିକ୍ଷା ମଞ୍ଚର ଶୁଭାରମ୍ଭ

ଭୁବନେଶ୍ୱର: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନ (Tribal Research Institutes – TRIs)ଗୁଡ଼ିକର ସଶକ୍ତୀକରଣ ଉଦ୍ଦେଶ୍ୟରେ ଦୁଇ ଦିନିଆ ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଜନଜାତି ସମ୍ପ୍ରଦାୟର ଐତିହ୍ୟ ସଂରକ୍ଷଣ, ଗବେଷଣାକୁ ସୁଦୃଢ଼ କରିବା ଏବଂ ସମାବେଶୀ ବିକାଶକୁ ଆହୁରି ଗତିଶୀଳ କରିବା ଦିଗରେ ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପୁନର୍ବ୍ୟକ୍ତି ହେଉଛି ଏହି କର୍ମଶାଳା। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ କର୍ମଶାଳାର ଉଦ୍‌ଘାଟନ କରିଥିଲେ। ଏହି…

ଓଟିଇଟି ପରୀକ୍ଷା ପରିଚାଳନା ସମୀକ୍ଷା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ

ଭୁବନେଶ୍ୱର : ରାଜ୍ୟର ୩୦ ଗୋଟି ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଟିଇଟି ପରୀକ୍ଷାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ପରୀକ୍ଷା ଦେଉଥିବା ସାଧାରଣ ପରୀକ୍ଷାର୍ଥୀ, ଭିନ୍ନକ୍ଷମ ପରୀକ୍ଷାର୍ଥୀ ଓ ସେମାନଙ୍କ ସହାୟକଙ୍କ ସହ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଉପଲବ୍ଧ ସୁବିଧା ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ମାଧ୍ୟମିକ…

ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ସ୍ଥଗିତାଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ, ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ସମ୍ପୂର୍ଣ୍ଣ ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କ ସପକ୍ଷରେ ବଣ୍ଟନ କରାଯାଉଛି। ଏହା ଫଳରେ ପରବର୍ତ୍ତୀ ସମୟରେ ମ୍ୟୁଟେସନ୍ ଏବଂ ଜମିପଟ୍ଟାରେ ଅନ୍ତର୍ଭୁକ୍ତି ସମୟରେ ବିଭିନ୍ନ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୂଦାନ ଜମିର ବଣ୍ଟନ ଏବଂ ହିତାଧିକାରୀଙ୍କ ସପକ୍ଷରେ ମ୍ଯୁଟେସନ୍ ପ୍ରକ୍ରିୟାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ଓଡ଼ିଶାର କଳା ଓ କାରିଗରୀର ଜୀବନ୍ତ ପ୍ରତିଫଳନ ‘ମେହେରମୁଣ୍ଡା’ ଚଳଚ୍ଚିତ୍ର

 ଭୁବନେଶ୍ୱର: GR Records ପ୍ରସ୍ତୁତ ‘ମେହେରମୁଣ୍ଡା’– ଓଡ଼ିଶାର ବୁଣାକାର ସମୁଦାୟଙ୍କୁ ସମର୍ପିତ ଏକ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ  ଓଡିଶା ଷ୍ଟେଟ କନଭେନସନ ସେଣ୍ଟର, ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନୀ ସମୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ,ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ , ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର…

ପଞ୍ଚସଖା ଶିକ୍ଷା ସେତୁ ପାଇଁ ୨୩ ଜିଲ୍ଲାରେ ୭.୨୯ କୋଟି ଟଙ୍କାରେ ୬୦୯ଟି ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର:  ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୭.୨୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ନିମନ୍ତେ ମଞ୍ଜୁର ଦିଆଯାଇଛି। ପ୍ରାୟ ସାଢେ ୪ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧୀଜୀବୀ ଓ ଅନୁଷ୍ଠାନ ବିଦ୍ୟାଳୟର ଉନ୍ନତି ନିମନ୍ତେ ଏହି ଅର୍ଥ ଅବଦାନ ଦେଇଛନ୍ତି। ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଡ….

ସହରାଞ୍ଚଳର ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଛାତ ଘର ସୁନିଶ୍ଚିତ କରିବା ସର୍ବୋଚ୍ଚ ପ୍ରାଥମିକତା

ବାରିପଦା / ଭୁବନେଶ୍ବର: ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ସୁରକ୍ଷିତ ଏବଂ ସ୍ଥାୟୀ ( ପକା ) ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବାରିପଦା ପୌରପାଳିକା ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) – PMAY-U 2.0 ଅଧୀନରେ ୬୧ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ  ବଣ୍ଟନ କରିଛନ୍ତି। ଏହି ଅବସରରେ ଉଦବୋଧନ…

ରାଜସ୍ୱ କ୍ଷେତ୍ର ଅଧିକାରୀ କ୍ୟାଡର୍ ରୁଲ୍ ସଂଶୋଧନ ତଥା ପୁନର୍ଗଠନ ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସଦସ୍ୟବୃନ୍ଦଙ୍କ ସହ ବୈଠକରେ ଆଲୋଚନା କରିଛନ୍ତିl ଏହି ପରିପ୍ରେକ୍ଷୀରେ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷକ (RI), ଅତିରିକ୍ତ ରାଜସ୍ୱ ନିରୀକ୍ଷକ (ARI), ଅମୀନ ତଥା ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସହିତ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଅନ୍ଯାନ୍ଯ ଆବଶ୍ୟକୀୟ ଆନୁସାଙ୍ଗିକ ସୁବିଧାସୁଯୋଗ ଯୋଗାଇଦେବା…

ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା: ସ୍ବଛତା ଉପରେ ସର୍ବାଧିକ ଗୁରୁତ୍ୱ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନଗର ଉନ୍ନୟନ ବିଭାଗ ପାଇଁ ଅନେକ ଆହ୍ୱାନ ରହିଥାଏ। ପୁରୀ ମହାନଗର ନିଗମ ବହୁ ପୂର୍ବରୁ ଚଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତଙ୍କ ସହଯୋଗ ଓ ସମ୍ମିଳିତ ଭାବେ କାର୍ଯ୍ୟ କରି,ଉନ୍ନତ ସେବା ଯୋଗାଇ ଶୃଙ୍ଖଳିତ ରଥଯାତ୍ରାକୁ ସଫଳ କରିବା ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ନଗର ଉନ୍ନୟନ…

ଭିନ୍ନକ୍ଷମମାନଙ୍କ ସଫଳତାର କାହାଣୀକୁ ନେଇ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ  ‘ସାମର୍ଥ୍ୟ–୨୦୨୬’

ଭୁବନେଶ୍ୱର: ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପ୍ରେରଣାଦାୟକ ସଫଳତାର କାହାଣୀକୁ ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ “ସାମର୍ଥ୍ୟ–୨୦୨୬” – ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ପ୍ରତ୍ୟେକ କ୍ଷୁଦ୍ର ଚଳଚ୍ଚିତ୍ରର ଅବଧି ସର୍ବାଧିକ ୫ ମିନିଟ ମଧ୍ୟରେ ରହିବ। ଚଳିତ ବର୍ଷ ଉତ୍ସବର ବିଷୟ ରହିଛି—“ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ”। ଏ ସଂକ୍ରାନ୍ତରେ ରାଜ୍ୟସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ନେଇ…