Aama Khabar

ବର୍ଷା ପାଇଁ  ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) କୁ ସତର୍କ ରହିବାକୁ ଏବଂ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଜାରି କରିଛି।  ଗୃହ ଓ ନଗର ଉନ୍ନୟନ ବିଭାଗ  ପ୍ରମୁଖ ସଚିବ ଉଷା ପାଢ଼ୀ ୟୁଏଲବି ଗୁଡ଼ିକୁ ସମ୍ଭାବ୍ୟ ଜଳାବଦ୍ଧ ଅଞ୍ଚଳରେ ଜଳ ନିଷ୍କାସନ ନିମନ୍ତେ ପଣି ପମ୍ପକୁ ଆଗୁଆ ରଖିବା ସହ…

ଗୋପାଳପୁର ବନ୍ଦରରେ ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ଟନକୁ ବୃଦ୍ଧି ପାଇବ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି  ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷର ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ…

କଳିଙ୍ଗ ଷ୍ଟାଡିୟମ୍‌ରୁ ବେଆଇନ ମାଦକ କାରବାର ବିରୋଧରେ ୱାକାଥନ

ଭୁବନେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ବେଆଇନ ମାଦକ କାରବାର ବିରୋଧରେ ପ୍ରଥମ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମର ଶେଷଦିନରେ ଏକ ଗ୍ରାଣ୍ଡ ୱାକାଥନ ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନ ବେଆଇନ ମାଦକ ଦ୍ରବ୍ୟର ବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରିବା ନେଇ ଆୟୋଜିତ ଏହି ୱାକାଥନ ଆଜି ସକାଳ ୬.୩୦ରୁ କଳିଙ୍ଗ ଷ୍ଟାଡିଅମର ଗେଟ୍‌ ନମ୍ବର ୪ରୁ ଆରମ୍ଭ ହୋଇ ଜନତା ମୈଦାନ ପର୍ଯ୍ୟନ୍ତ ଯାଇଥିଲା । ଏହି ୱାକାଥନକୁ ଆଇନ, ପୂର୍ତ୍ତ…

ପୁରୀ ଠାରେ ସେବା ଶିବିର ଉଦଘାଟନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରଥଯାତ୍ରା ଅବସରରେ ସେବା କରିବା ଏକ ଦିବ୍ୟ ସୁଯୋଗ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମ୍ ପାଟି କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀ ଠାରେ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ ଠାରେ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍, ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ ଏବଂ ଭାରତୀୟ ରେଡ଼କ୍ରସ ସୋସାଇଟିର ସେବା ଶିବିରକୁ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଏହି ଶିବିରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପବିତ୍ର ରଥଯାତ୍ରା ସମୟରେ…

ବିଧାନସଭା ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ

ଭୁବନେଶ୍ୱର: ମାନବସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତିମାନଙ୍କର ସେବାକରି ନିଜର ସେବା ମନୋବୃତ୍ତିକୁ ଯେଭଳି ଚରିତାର୍ଥ କରିଥିଲେ, ସେଭଳି ଯୁବସମାଜକୁ ଆଦର୍ଶ ମାର୍ଗରେ ଗଢ଼ିତୋଳିବା ପାଇଁ ସର୍ବଦା ତତ୍ପର ଥିଲେ। ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ବିପାକରେ ପ୍ରପୀଡ଼ିତ ଜନତାଙ୍କୁ ନିଃସ୍ୱାର୍ଥ ସେବା, ସାହାଯ୍ୟ ଓ ସହାନୁଭୂତି ଯୋଗାଇଦେଇ ପଣ୍ଡିତ ଗୋପବନ୍ଧୁ ମାନବୀୟ ଗୁଣ ଏବଂ ଚିନ୍ତା-ଚେତନାରେ ଉତ୍କଳୀୟ ଭାବନା ରଖି ଜାତୀୟତାର ଉଦାହରଣ ସୃଷ୍ଟି…

ଓଡ଼ିଶାରେ ଉତ୍ପାଦନକୁ ତ୍ୱରାନ୍ୱିତ କରିବ ମିଟି କମ୍ପୋନେଣ୍ଟ ସ୍କିମ

ଭୁବନେଶ୍ୱର: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ସହିତ ମିଳିତଭାବରେ ସୂଚନା ପ୍ରଯୁକ୍ତିଉତ୍ପାଦକ ସଂଘ (MAIT) ବୁଧବାର ଭୁବନେଶ୍ୱରରେ ଏକ ନିବେଶକ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଅଗ୍ରଣୀଶିଳ୍ପଓ ଷ୍ଟାର୍ଟଅପ୍ ପ୍ରତିନିଧି ତଥାଶିକ୍ଷାବିତ୍‍ମାନେ ଏକତ୍ରିତ ହୋଇଥିଲେ । ଏହା ଓଡ଼ିଶାର ଏକ ନବସୃଜନଚାଳିତ ଉତ୍ପାଦନ କେନ୍ଦ୍ରଭାବରେ ଉଭାହେବା ସମ୍ବନ୍ଧରେ କାର୍ଯ୍ୟକ୍ରମ ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।…

ଉଠାଜଳସେଚନ ନିଗମ ଦ୍ବାରା ୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର: ଆଗାମୀ ପାଞ୍ଚ ବର୍ଷରେ ସମଗ୍ର ରାଜ୍ୟରେ ଓଡ଼ିଶା ଉଠାଜଳସେଚନ ନିଗମ ଦ୍ବାରା ୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ନିଗମର ଏକ ବୈଠକରେ ଏହାର ପରିଚାଳନା ନିର୍ଦ୍ଦେଶକା ସ୍ଵଧା ଦେବ ସିଂ ଘୋଷଣା କରିଛନ୍ତି। ପ୍ରତି ଜିଲ୍ଲାର ସମସ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନଙ୍କର ମାସିକ ବୈଠକରେ ଯୋଗଦେଇ ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ସବିଶେଷ ସମୀକ୍ଷା କରି ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ…

ସୂଚନା ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ସି.ଆଇ.ଆଇ.-ଓଡ଼ିଶା ଆଇ.ଟି. ପ୍ୟାନେଲ୍‍ର ମିଳିତ ବୈଠକ

ଭୁବନେଶ୍ୱର: ରାଜ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା ଶିଳ୍ପର ପ୍ରକୃଷ୍ଟ ବିକାଶ ପାଇଁ  ଦୃଢ଼ ଶିକ୍ଷାନୁଷ୍ଠାନ-ଶିଳ୍ପ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଶିଳ୍ପ ଆବଶ୍ୟକତା ସହିତ ଶୈକ୍ଷିକ ପାଠ୍ୟକ୍ରମକୁ ସମନ୍ୱିତ କରିବା, ଗବେଷଣା କାର୍ଯ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରମାନଙ୍କ ମଧ୍ୟରେ ନବସୃଜନର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ସୃଷ୍ଟି କରିବା ଜରୁରୀ ବୋଲି ବୁଧବାର ଭାରତୀୟ ଶିଳ୍ପ ମହାସଙ୍ଘ (ସି.ଆଇ.ଆଇ.)ର ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସବ୍‍କମିଟି ଏବଂ ସି.ଆଇ.ଆଇ. ଓଡ଼ିଶା ରାଜ୍ୟ ଆଇ.ଟି….

୨୦୩୬ ସୁଦ୍ଧା ୫୦% ବିଇଭି ପଞ୍ଜୀକରଣ ଲକ୍ଷ୍ୟ

ଭୁବନେଶ୍ୱର: ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଶକ୍ତି ବିଭାଗ ମିଳିତ ଭାବରେ ଓଡ଼ିଶା ବୈଦ୍ୟୁତିକ ଯାନ (ଇଭି) ନୀତି ୨.୦ ଉପରେ ବିଚାର ବିମର୍ଶ କରିବା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ମନ୍ଥନ ବୈଠକ ଆୟୋଜନ କରିଥିଲେ। ଏହି ବୈଠକ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଏବଂ ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ…

‘ଜରୁରୀ କାଳୀନ ପରିସ୍ଥିତି’ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ 

ଭୁବନେଶ୍ୱର: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ, ଏହି ‘ଜରୁରୀ କାଳୀନ ପରିସ୍ଥିତି’ସମୟକୁ  ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ପ୍ରକାର ଦମନଲୀଳା, ଅକଥନୀୟ ଅତ୍ୟାଚାର…