ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ସୁରକ୍ଷିତ ରଖିବା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ: ରାଜ୍ୟପାଳ
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ସୁରକ୍ଷିତ ରଖିବା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ଏ ଦିଗରେ ବିଶ୍ୱବିଦ୍ୟାଳୟ ଅଧିନସ୍ତ ଜମିକୁ ଜବରଦଖଲରୁ ରକ୍ଷା କରିବା ନିମନ୍ତେ ସକ୍ରିୟ ପଦକ୍ଷେପ ନେବା ପାଇଁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ସୋମବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ୍ ହଲ୍ରେ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ପାଇଁ ଆୟୋଜିତ ଦୁଇଦିନିଆ ସମ୍ମିଳନୀର ଉଦଯାପନୀ ସମାରୋହରେ…


