Aama Khabar

ଓଡିଶା ବିଧାନସଭା ପରିଦର୍ଶନ କଲେ 12ଟି ଦେଶର ପ୍ରତିନିଧି

​ଭୁବନେଶ୍ଵର: ​ନୂଆଦିଲ୍ଲୀସ୍ଥିତ ଲୋକ ସଭା ସଚିବାଳୟର Parliamentary Research and Training Institute for Democracies (PRIDE) ତରଫରୁ 12ଟି ଦେଶର 40 ଜଣ ବିଦେଶୀ ପ୍ରତିନିଧି ପରିଦର୍ଶନ କରିବା ସହ ସଚିବାଳୟ ସମ୍ମିଳନୀ କକ୍ଷରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଓଡିଶା ସଚିବାଳୟର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏହି ବୈଠକକୁ ଉଦଘାଟନ କରିଥିଲେ। ସେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ବିଧାନସଭାର ଗୌରବମୟ ଇତିହାସ ଓ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।…

ପ୍ରତ୍ୟେକ ଶିଶୁର ପୁଷ୍ଟିସାଧନ ନିମନ୍ତେ ସମୁଚିତ ପଦକ୍ଷେପ ନିଆଯିବ-ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଶିଶୁଙ୍କର ପୁଷ୍ଟି ସାଧନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିଶୁମାନଙ୍କୁ ପୋଷଣଯୁକ୍ତ କରାଇବା  ପାଇଁ ସୁପୋଷିତ ଓଡ଼ିଶା ମିଶନ ଲୋକାର୍ପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏହି ମିଶନର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ପୁଷ୍ଟି ମିଶନ ଅଧୀନରେ ସୁପୋଷିତ ଓଡ଼ିଶା ମିଶନ ରାଜ୍ୟରେ ଶିଶୁମାନଙ୍କୁ କୁପୋଷଣରୁ ରୋକିବା ସହିତ ପ୍ରତ୍ୟେକ ଶିଶୁର ସ୍ୱାସ୍ଥ୍ୟ ଏବଂ ଅଭିବୃଦ୍ଧିକୁ ସୁନିଶ୍ଚିତ…

ସ୍ୱୟଂ ସହାୟିକା ଗୋଷ୍ଠୀ ମା’ ମାନଙ୍କୁ ୧୧୭ କୋଟି ଟଙ୍କା ସୁଧ ଫେରସ୍ତ

ଭୁବନେଶ୍ୱ: ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡିଶା ଗଠନରେ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ମା ମାନଙ୍କର  ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରୁଛି। ମିଶନ ଶକ୍ତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ “ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ…

ଆପଦ ସମୟରେ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସରକାର ପ୍ରୟାସରତ- ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଲିଙ୍ଗଗତ ସମାନତାର ଅଭିବୃଦ୍ଧି ଓ ବିପର୍ଯ୍ୟୟଜନିତ ଆପଦ ହ୍ରାସ ସୁନିଶ୍ଚିତ କରୁଥିବା ପ୍ରଶାସନ ନିମନ୍ତେ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଏହି ଦୁଇଦିନିଆ କର୍ମଶାଳା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା), ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌ଏଫ୍‌ପିଏ) ସହଯୋଗରେ ସାରା ଭାରତରେ ବିପର୍ଯ୍ୟୟଜନିତ ଆପଦ ହ୍ରାସ କ୍ଷେତ୍ରରେ ଦାୟତ୍ୱସଂପନ୍ନ ପ୍ରଶାସନ ନିଶ୍ଚିତ ଭାବେ ମାର୍ଗଦର୍ଶନ ଦେବ। ଏହି କାର୍ଯ୍ୟକ୍ରମରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଓଡ଼ିଶା ସରକାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ…

ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ୱର:  ବିଶ୍ୱ ଦକ୍ଷତା କେନ୍ଦ୍ର ଓ CTTC ଠାରେ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ Electronic & Hardware ଓ  IT-ITeS Trade  ରେ ୫ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ( Hands on Skill ) ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି|ଏହାର ଉଦ୍ଘାଟନୀ ଉତ୍ସବରେ ଉଚ୍ଚ ମଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମନିର୍ଦ୍ଦେଶକ ବିନୀତା ସେନାପତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ହାସଲ କରିବା ଦିଗରେ ପ୍ରେରଣା ପ୍ରଦାନ କରିବା ସହିତ ଧନ୍ଦାମୂଳକ…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ନୂଆଦିଲ୍ଲୀ/ଭୁବନେଶ୍ଵର : ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଓ ‘ଆତ୍ମନିର୍ଭର ଭାରତ’ ଆହ୍ଵାନ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ଓଡ଼ିଶା ଭିଜନ ୨୦୩୬’ ଦୃଷ୍ଟିକୋଣର ଏକ ସମ୍ମିଳିତ ପ୍ରୟାସ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି। ସୁଦୃଶ୍ୟ ହସ୍ତଶିଳ୍ପ ପାଇଁ ବିଶ୍ଵଦରବାରରେ ସୁପରିଚିତ ଓଡିଶା, ଆଜି ପୁଞ୍ଜିନିବେଶର ଏକ ଉପଯୁକ୍ତ କ୍ଷେତ୍ରର ପରିଚିତି ଲାଭ କରିଛି। ଯାହାକି, କୃଷିଜାତ…

‘ସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ’

ଭୁବନେଶ୍ଵର : ଓଡ଼ିଶାର ସମବାୟ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିବ। ସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ।  ପ୍ରଗତିର ପ୍ରମୁଖ ଇଂଜିନ୍ ସାଜିବ ଓ ତୃଣମୂଳ ସ୍ତରରେ ସମବାୟ ଅନୁଷ୍ଠାନ ଲୋକଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦେବ ବୋଲି ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି। ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ଚିଠା ସମବାୟ ନୀତି ୨୦୨୫ ଉପରେ ଆଲୋଚନାଚକ୍ର ଓ ମତାମତ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦାନ କରି ସେ ଏହା…

ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୀବନୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ: ରାଜ୍ୟପାଳ

ଭୁବନେଶ୍ୱର :  ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଜନନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୀବନୀ, ସେବା ଓ ମୂଲ୍ୟବୋଧ ଅନ୍ୟମାନଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ସୋମବାର ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୨ତମ ଜନ୍ମ ବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିବା ସହିତ ସ୍ୱର୍ଗତ ବକ୍ସିପାତ୍ରଙ୍କ ଜୀବନୀ, ମୂଲ୍ୟବୋଧ, ସାହସ, ନମ୍ରତା ଏବଂ ଜନସେବାରେ ଅଟଳ ସମର୍ପଣରୁ…

ଡିସେମ୍ବରରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ଆୟୋଜନ କରିବ ଓଡ଼ିଶା

ନୂଆଦିଲ୍ଲୀ: ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ, ଆଇଆଇଟି କାନପୁର ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମିଳିତ ସହଭାଗୀତାରେ ଆସନ୍ତା ୫ ରୁ ୭ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ (GELS) ୨୦୨୫ ଆୟୋଜିତ ହେବାକୁ ଯାଉଛି। ପ୍ରକୃତି ଏବଂ ନବସୃଜନ ମଧ୍ୟରେ ସମନ୍ୱୟର ପ୍ରତୀକ ସ୍ୱରୂପ ଏହି କାର୍ଯ୍ୟକ୍ରମର ଲୋଗୋ କେନ୍ଦ୍ର ଶକ୍ତି ଏବଂ ନବୀନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ, କନକ ବର୍ଦ୍ଧନ ସିଂହ…

ରାଷ୍ଟ୍ରପତିଙ୍କ ବିଧାନସଭା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେଉଥିବାବେଳେ ଏହି ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଗୃହକୁ ସମ୍ବୋଧିତ କରିବେ । ଏହି ପରିପ୍ରେକ୍ଷୀରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ କିପରି ତ୍ରୁଟିଶୂନ୍ୟ ଓ ସଫଳତାର ସହ ସଂପନ୍ନ ହେବ ସେ ଉପରେ ବାଚସ୍ପତି ଗୁରୁତ୍ୱାରୋପ କରିଥିଲେ ଓ ଉପସ୍ଥିତ ରାଜ୍ୟ ସରକାରଙ୍କ ବରିଷ୍ଠ…