ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ : ଭାରତରେ ମଧ୍ୟସ୍ଥତା ବ୍ୟବସ୍ଥାକୁ ସୁଦୃଢ଼ କରିବା ସଂପର୍କରେ ଆଲୋଚନା
ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ୨-ଦିନିଆ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ଦ୍ୱିତୀୟ ଦିନର ଦ୍ୱିତୀୟ ଅଧିବେଶନରେ “ଭାରତରେ ମଧ୍ୟସ୍ଥତା ବ୍ୟବସ୍ଥାକୁ ସୁଦୃଢ଼ କରିବା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅଧିବେଶନରେ କ୍ଷେତ୍ର-ନିର୍ଦ୍ଦିଷ୍ଟ ଭିତ୍ତିରେ ମଧ୍ୟସ୍ଥତା ଏବଂ ଦକ୍ଷତା ଓ ଫଳାଫଳ ଆଧାରିତ ପ୍ରକ୍ରିୟା-କୈନ୍ଦ୍ରିକ ମଧ୍ୟସ୍ଥତା ବିଷୟରେ ଆଲୋଚନା କରାଯାଇଥିଲା। ନ୍ୟାୟମୂର୍ତ୍ତି ବି.ଭି. ନାଗରତ୍ନା, ନ୍ୟାୟାଧୀଶ, ସୁପ୍ରିମ କୋର୍ଟ ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ସହ-ଅଧ୍ୟକ୍ଷ ଭାବେ ନ୍ୟାୟମୂର୍ତ୍ତି ଏନ୍. କୋଟିଶ୍ୱର ସିଂହ, ନ୍ୟାୟାଧୀଶ, ସୁପ୍ରିମ କୋର୍ଟ ଓ…


