Aama Khabar

ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର: ମହିଳା ଓ କିଶୋରୀମାନଙ୍କର ରକ୍ତହୀନତା ଏବଂ ପିଲାମାନଙ୍କର ଦୃଷ୍ଟି ସମସ୍ୟା ନିରାକରଣ ଉପରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ଜୁନ ୧୦ ତାରିଖ ଦିନ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନ ପରିଦର୍ଶନ ସମୟରେ ବୃଦ୍ଧି ପାଉଥିବା ରକ୍ତହୀନତା ଓ ଦୃଷ୍ଟି ସମସ୍ୟା ଚିନ୍ତାଜନକ ବୋଲି ରାଜ୍ୟପାଳ କହିବା ସହିତ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ। ନିୟମିତ ପରୀକ୍ଷା ଏବଂ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ…

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂରଣ:  ‘ସବୁ ସ୍ତରରୁ ଆମକୁ ସହଯୋଗ ମିଳିଛି’

ଭୁବନେଶ୍ୱର: ଆମ ସରକାର ଗଠନ ହେବାର ଏକ ବର୍ଷ ପୂରଣ ହେବାକୁ ଯାଉଛି। ଏହି ସ୍ୱଳ୍ପ ସମୟ ଭିତରେ ଆମେ ରାଜ୍ୟର ସାଢେ ଚାରିକୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ଓ ସଫଳ ହୋଇଛୁ। ଏହାର ସବୁଠାରୁ ବଡ ପ୍ରମାଣ ହେଉଛି ମାତ୍ର କିଛି ଦିନ ଭିତରେ ସାଧାରଣ ଜନତା ନୂତନ ସରକାରକୁ ‘ଲୋକଙ୍କ ସରକାର’ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଭାବେ ଅଭିହିତ କରିଛନ୍ତି। ଏକ ବର୍ଷର ଏହି ସଫଳ ଯାତ୍ରାରେ ସବୁ ସ୍ତରରୁ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ। ସମୀକ୍ଷାରୁ ଜଣା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ସମ୍ପଦର ବିକାଶ ହେବା ପାଇଁ…

ଶ୍ରାଦ୍ଧଦିବସରେ ଶହୀଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୂର୍ବାଞ୍ଚଳ ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଳବର ସ୍ୱର ଝଙ୍କୃତ ହୋଇଥିଲା ତାହା ହିଁ ଥିଲା ବି୍ରଟିଶ ରାଜ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର। ଏହି ଆନ୍ଦୋଳନର ମୁଖ୍ୟ ସୂତ୍ରଧର ମହାନ ବିପ୍ଳବୀ ବିର୍ସା ମୁଣ୍ଡା ୧୮୭୫ ମସିହା ନଭେମ୍ବର ୧୫ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ।  ବି୍ରଟିଶ ଶାସନର ଦାସତ୍ୱରୁ ମୁକ୍ତି ପାଇବା ନିମନ୍ତେ ବିପ୍ଳବୀ ବିର୍ସା ମୁଣ୍ଡାମାନଙ୍କୁ ସଂଗଠିତ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ କଲେ।…

ଅନୁପମାଙ୍କ କ୍ରୀଡା ନୈପୁଣ୍ୟତାକୁ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନବମ ଜିୟୁ ଜିଟସୁ ଏସିୟାନ ଚମ୍ପିୟନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି।  ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଖୁରାନିଆ ଅନୁପମାଙ୍କ କ୍ରୀଡା ନୈପୁଣ୍ୟତାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଏହା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ…

ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍‌ନାଲ୍‌ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ।…

ଉତ୍କୃଷ୍ଟ ଭିତ୍ତିଭୂମି ନିର୍ମାଣ କରିବା  ଉପରେ ଗୁରୁତ୍ୱ

ଭୁବନେଶ୍ୱର : ବର୍ତ୍ତମାନ ଯୁଗ ହେଉଛି ଆଧୁନିକ ଜ୍ଞାନକୌଶଳର ଯୁଗ। ବିଭିନ୍ନ ଟେକ୍‌ନୋଲୋଜି ତଥା କୃତି୍ରମ ବୁଦ୍ଧିମତ୍ତାର ଉପଯୋଗ କରି ବହୁ ଆସାଧ୍ୟ କାର୍ଯ୍ୟକୁ କମ୍‌ ସମୟ ମଧ୍ୟରେ ସମ୍ଭବ କରିହେଉଛି। ରାଜ୍ୟ ସରକାର ସବୁବେଳେ ଉନ୍ନତ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ତେଣୁ ଆଧୁନିକ ଜ୍ଞାନକୌଶଳ ଓ ସବୁ ପ୍ରକାର ଟେକ୍‌ନୋଲୋଜିର ବ୍ୟବହାର କରି ଉନ୍ନତ ତଥା ଉତ୍କୃଷ୍ଟ ଭିତ୍ତିଭୂମି ନିର୍ମାଣ କରିବାକୁ ପୂର୍ତ୍ତ, ଆଇନ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ…

ବରଗଡ଼ ଏଫସି ସିଏମ୍ ଟ୍ରଫି ଚମ୍ପିୟାନ୍‌

ଭୁବନେଶ୍ୱର/ ରାଉରକେଲା : ସିଏମ୍ ଟ୍ରଫି – ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟାନସିପ୍ -୨୦୨୫। ବିଗତ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବହୁ ପ୍ରତିକ୍ଷୀତ ଫାଇନାଲ୍‌ ମ୍ୟାଚ୍ ଆଜି ରାଉରକେଲା ସ୍ଥିତ ବିର୍ସାମୁଣ୍ଡା ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଫାଇନାଲ୍‌ ମ୍ୟାଚ୍…

“ଓଡିଶାର କୃଷି ବ୍ୟବସାୟ ସମ୍ଭାବନା”ଶୀର୍ଷକ ଜାତୀୟ ସେମିନାର

ଭୁବନେଶ୍ୱର : କୃଷିରେ ଅଭାବୀ କ୍ଷେତ୍ରଗୁଡ଼ିକ ଚିହ୍ନଟ କରି ଓଡିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ଜୁନ୍ ୭ ତାରିଖ ଦିନ ଓୟୁଏଟି (ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର୍ ଆଣ୍ଡ୍ ଟେକ୍ନୋଲୋଜି) ଓ ଆଇ.ଏସ୍.ଏ.ଏମ୍. (ଇଣ୍ଡିଆନ ସୋସାଇଟି ଅଫ୍ ଏଗ୍ରିକଲଚରାଲ ମାର୍କେଟିଂ) ହାଇଦ୍ରାବାଦ ଆନୁକୂଲ୍ୟରେ ଓୟୁଏଟି ଠାରେ  “”ଓଡିଶାର କୃଷି ବ୍ୟବସାୟ ସମ୍ଭାବନା” ଶୀର୍ଷକ ଜାତୀୟ ସେମିନାରକୁ ଉଦ୍ଘାଟନ କରି…

‘ସମବାୟ ଏକ ଉନ୍ନତ ବିଶ୍ୱ ନିର୍ମାଣ କରେ’

ଭୁବନେଶ୍ୱର : ସମବାୟ ସଂସ୍ଥାଗୁଡ଼ିକ ରାଜ୍ୟ ତଥା ଦେଶର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ ଭାବେ ଉଭା ହୋଇଛନ୍ତି । ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଜୀବିକା ସୃଷ୍ଟି ଏବଂ ଗୋଷ୍ଠୀ ସଶକ୍ତିକରଣ କ୍ଷେତ୍ରରେ ସମବାୟ ସଂସ୍ଥା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିବା ସହିତ ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ସମର୍ପଣର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୬…