ସଙ୍ଗାରେଡ୍ଡୀ ଦୁର୍ଘଟଣା: ଘଟଣାସ୍ଥଳରେ ୨ଜଣ ଓଡ଼ିଆ ଅଧିକାରୀ
ଭୁବନେଶ୍ୱର: ଜୁଲାଇ ୧ ତାରିଖରେ ତେଲେଙ୍ଗାନା ରାଜ୍ୟର ସଙ୍ଗାରେଡ୍ଡୀ ଜିଲ୍ଲା ସ୍ଥିତ ସିଗାଚୀ ଫାର୍ମା କମ୍ପାନୀରେ ଘଟିଥିବା ଦୁର୍ଘଟଣାରେ ଏଯାବତ୍ ଓଡ଼ିଶାର ୪ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ୫ଜଣ ବ୍ୟକ୍ତି ନିଖୋଜ ରହିଥିବାର ସୂଚନା ମିଳିଛି। ଏଥିସହ ୪ଜଣ ଓଡ଼ିଆ ବ୍ୟକ୍ତି ଆହତ ହୋଇ ନିକଟତମ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହି ସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ ସମେତ ପରିବାରବର୍ଗଙ୍କୁ…


