ବନୀକରଣ କାର୍ଯ୍ୟକ୍ରମରେ ଫଳ, ପୁଷ୍ପ ପ୍ରଦାନକାରୀ ବୃକ୍ଷରୋପଣ କରାଯାଉ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ ଲଗାଇବା ଉଚିତ ଯାହା ଲୋକଙ୍କୁ ଫଳ, ପୁଷ୍ପ ପ୍ରଦାନ କରୁଥିବା ସହିତ ଛାୟା ପ୍ରଦାନ କରିପାରିବ। ତେବେ ଯାଇ ଲୋକମାନେ ଏସବୁ ବୃକ୍ଷର ଉପଯୁକ୍ତ ଯତ୍ନ ନେବେ। ସେହିଭଳି ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲୋକମାନଙ୍କ କାମରେ ଲାଗିଲା ଭଳି ଗଛ ରୋପଣ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ବନଖଣ୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନ କନ୍‌ଭେନ୍‍ସନ୍…

ନୀଳକଣ୍ଠ ଦାସଙ୍କ ଜୟନ୍ତୀରେ ବିଧାନସଭା ଗବେଷଣା ଶାଖା ପକ୍ଷରୁ ସଂକଳିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ସେ ତତ୍‌କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ। ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ନୀଳକଣ୍ଠ ସକି୍ରୟ ଯୋଗଦାନ କରିଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିବା ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ…

ତାରକସି ହବକୁ ମିଳିବ ଐହିହ୍ୟ ଶିଳ୍ପୀ ଗ୍ରାମର ମାନ୍ୟତା: ଉପମୁଖ୍ୟମନ୍ତ୍ରୀ

କଟକ/ଭୁବନେଶ୍ୱର:  ରୌପ୍ୟ ନଗରୀ କଟକର ଅନ୍ୟତମ ଐତିହ୍ୟ ତାରକସିକୁ ବିଶ୍ୱ ଦରବାରରେ ପହଂଚାଇବା ନିମନ୍ତେ କଟକଠାରେ ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଟକ ସିଡିଏ ସେକ୍ଟର ୬ ସ୍ଥିତ ବିଡାନାସୀ ପେଟାନାଳଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି କେନ୍ଦ୍ର କଟକର ପରମ୍ପରାକୁ ସଂରକ୍ଷଣ କରିବା ସହିତ ନବସୃଜନକୁ ଆପଣାଇ ତାରକସି କାରିଗରମାନଙ୍କୁ ସଶକ୍ତ କରିବା ସହ କଟକ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ…

ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦୟ ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଅନୁଷ୍ଠିତ ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀରେ ଯୋଗଦେଇଛନ୍ତି। ଭାରତରେ ୬୦ ନିୟୁତ ହେକ୍ଟରରୁ ଅଧିକ ଅନୁର୍ବର କିମ୍ବା ଅବ୍ୟବହୃତ ଜମି ଅଛି ଏବଂ ଏଥିରୁ ପ୍ରାୟ ୨୦ ନିୟୁତ ଜୈବିକ କୃଷି ପାଇଁ ଉପଯୁକ୍ତ। ଜୈବିକ ଉତ୍ପାଦର ବିଶ୍ୱ ଚାହିଦା ବୃଦ୍ଧି ପାଇବା ସହିତ, ଏହା ଆମର କୃଷକମାନଙ୍କ…

‘ପି.ଏମ୍ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ’

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ପି.ଏମ୍ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଉପସ୍ଥିତ ରହି, ପି.ଏମ୍ କିଷାନର କିସ୍ତି ବାବଦରେ ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା…

ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା କ୍ୟାମ୍ପ କୋର୍ଟ;  ୧୩୯ ମାମଲା ଗ୍ରହଣ ଓ ନିଷ୍କାସନ

ଭୁବନେଶ୍ୱର: ନାଗରିକ-କୈନ୍ଦ୍ରିକ ଶାସନ ଏବଂ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରର ଉନ୍ନତି ଭବନରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କ୍ୟାମ୍ପ କୋର୍ଟ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ନାଗରିକ କେନ୍ଦ୍ରିକ ଆଭିମୁଖ୍ୟ ସୁନିଶ୍ଚିତ କରିବା ଏବଂ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ODA) ଆଇନ, ୧୯୮୨ ଅନୁଯାୟୀ ଦାୟର…

ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ନିମନ୍ତେ ସାମୁହିକ ଉଦ୍ୟମ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ୨୦୩୬ ମସିହା ସୁଦ୍ଧା ଏକ ବିକଶିତ ଓଡ଼ିଶା ଓ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତ ନିମନ୍ତେ ସାମୁହିକ ଉଦ୍ୟମ ପାଇଁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ ବାଣିଜ୍ୟ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତିI ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଆନ୍ତର୍ଜାତୀୟ ବାଣିଜ୍ୟ କେବଳ ସାମଗ୍ରୀ ଓ ସେବାର ବିନିମୟ ନୁହେଁ,…

ଫାଇଲେରିଆ ନିରାକରଣ ପାଇଁ ଛାତ୍ରଛାତ୍ରୀଙ୍କୁ କରାଗଲା ସଚେତନ

ଭୁବନେଶ୍ୱର: ରାଜ୍ୟରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ରୋଗର ଦୂରୀକରଣ ନିମନ୍ତେ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏମଡିଏ) କାର୍ଯ୍ୟକ୍ରମ ୧୨ ଜିଲ୍ଲାର ନିର୍ଦ୍ଧିଷ୍ଟ ବ୍ଲକରେ ପରିଚାଳିତ ହେବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ ଅନୁସୂଚିତ ଜନଜାତି ଓ  ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନ ୪୭ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୫୬୦୦ ଛାତ୍ରଛାତ୍ରୀ, ଅଧ୍ୟକ୍ଷ,…

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ପ୍ରବାସ ପ୍ରବଣ ବ୍ଲକରେ ସଚେତନତା ସୃଷ୍ଟି କରିବ

ଭୁବନେଶ୍ଵର: କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି l ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଓ ଅନ୍ତର୍ଜାତୀୟ ପ୍ରବାସ ସଂଗଠନ (International Organization for  Migration)ର ମିଳିତ ସହଯୋଗ ଓ ଜାତିସଂଘ ପ୍ରବାସୀ ମଲ୍ଟି-ପାର୍ଟନର ଟ୍ରଷ୍ଟ ଫଣ୍ଡର ସମର୍ଥନରେ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଆରମ୍ଭ…

ପୋର୍ଟାଲ ମାଧ୍ୟମରେ ୫୭,୩୦୮ ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀ ପାଇସାରିଛନ୍ତି ପ୍ରଥମ କିସ୍ତି

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ଅନ୍ତ୍ୟୋଦୟ ଗୃହ ଯୋଜନା (AGJ) ଅଧୀନରେ ବିଭିନ୍ନ ବର୍ଗର ୫୭,୩୦୮ ଜଣ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥରାଶି ପାଇସାରିଛନ୍ତିl ଏହା ରାଜ୍ୟ ସରକାରଙ୍କ ପ୍ରମୁଖ ଗ୍ରାମୀଣ ଗୃହ ନିର୍ମାଣ ପଦକ୍ଷେପର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ପୋର୍ଟାଲର ସୁଗମ କାର୍ଯ୍ୟକ୍ଷମତା ଯୋଗୁ ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ସହ ଯୋଗ୍ୟ ହିତାଧିକାରୀଙ୍କୁ ସମୟୋଚିତ ଏବଂ ସ୍ୱଚ୍ଛ ଆର୍ଥିକ ସହାୟତା ପ୍ରଦାନ ସୁନିଶ୍ଚିତ ହୋଇଛି। ମୋଟ ୫୭,୩୦୮ ଜଣ…