ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ମୋଟ ୬ କୋଟି ୩୯ ଲକ୍ଷ ୯୭ ହଜାର ୫୮୯ ଟଙ୍କା ଓଡ଼ିଶା ସରକାରଙ୍କୁ ଲାଭାଂଶ ପ୍ରଦାନ
ଭୁବନେଶ୍ୱର : ଭାରତୀୟ କମ୍ପାନୀ ଆଇନ୍, ୨୦୧୩ ର ଧାରା ୧୨୩ ଅନୁସାରେ ଲାଭାଂଶ ଘୋଷଣା କରିବା ଏବଂ ପ୍ରଦାନ କରିବା ସମ୍ବନ୍ଧିତ ନିୟମ ଓ ନିୟମାବଳୀ ଉଲ୍ଲେଖ ହୋଇଅଛି। ଓଡିଶା ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ଜାରିକୃତ କାର୍ଯ୍ୟାଳୟ ସଂଜ୍ଞା ସଂଖ୍ୟା-୩୯୮୦ ତାରିଖ ୧୭.୦୨.୨୦୧୬ ଏବଂ ୩୦୮୮୫ ତାରିଖ ୦୭.୧୧.୨୦୨୫ ଅନୁଯାୟୀ, ଏକ ସରକାରୀ ଉଦ୍ୟୋଗ (PSU) ଦ୍ୱାରା ବାର୍ଷିକ ଲାଭାଂଶ ରୂପେ PAT (ପ୍ରଫ଼ିଟ ଆଫ୍ଟର ଟାକ୍ସ) ର ୩୦% ଦିଆଯିବାର ନିର୍ଦ୍ଦେଶ ରହିଛି…


