ହାତୀ ସଂରକ୍ଷଣ ଓ କଲ୍ୟାଣର ବାର୍ତ୍ତା ନେଇ ନନ୍ଦନକାନନରେ ବିଶ୍ୱ ହାତୀ ଦିବସ ୨୦୨୬ ପାଳିତ
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ସହିତ ବିଶ୍ୱ ହାତୀ ଦିବସ-୨୦୨୬ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ, ରଘୁନାଥପୁର ସରପଞ୍ଚ ଖୁଲଣା ମାଝୀ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ମିରାସେ ଯୋଗଦେଇଥିଲେ। ଏହି ଅବସରରେ ହାତୀମାନଙ୍କ ପାଇଁ ସ୍ୱତନ୍ତ୍ର ଫିଡିଂ ଏନ୍ରିଚ୍ମେଣ୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବାସନ୍ତୀ, ହୀରା, ଆଶା ଓ ଲିଶା ହାତୀଙ୍କୁ ପ୍ରାକୃତିକ ଖାଦ୍ୟ ଗ୍ରହଣ…


