ଗଣତନ୍ତ୍ରକୁ ସୁଦୃଢ଼ କରିବ ଏସଆଇଆର: ରାଜ୍ୟ ନିର୍ବାଚନ ଆୟୁକ୍ତ
ଭୁବନେଶ୍ୱର: ଲୋକସେବା ଭବନ ସମ୍ମିଳନୀ କକ୍ଷ ଠାରେ ରାଜ୍ୟସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଏହି ଦିବସରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରାଜ୍ୟ ତଥା ଦେଶର ଭୋଟର ସଚେତନ ରହି ନିରପେକ୍ଷ ମତଦାନ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ। ଅଧିକରୁ ଅଧିକ କେମିତି ମତଦାନ ହେଇପାରିବ ସେ ଦିଗରେ ପଦକ୍ଷେପ ନେବା ସହିତ ସହରାଞ୍ଚଳ ଭୋଟ ହାର ବଢ଼େଇବା ଉପରେ ଗୁରୁତ୍ୱ ଦେଇଥିଲେ।…


