ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ଦକ୍ଷତା ବିକାଶ କର୍ମଶାଳା ଆୟୋଜନ
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇଂରାଜୀ ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ଦକ୍ଷତା ବିକାଶ କର୍ମଶାଳା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଠାରେ ଆୟୋଜିତ କରାଯାଇଛି। ଏହି ପ୍ରଶିକ୍ଷଣରେ ୫୦ ଜଣ ପିଜିଟି (ଇଂରାଜୀ) ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, …


