ଚତୁର୍ବିଂଶ ଜାତୀୟ ଲୋକମେଳା ଓ ସପ୍ତଦଶ ଜାତୀୟ କୃଷିମେଳା ୨୦୨୬ ଉଦ୍ଘାଟିତ

ପୁରୀ : ଶ୍ରୀକ୍ଷେତ୍ର ସୂଚନା, ପୁରୀ ପକ୍ଷରୁ ଆୟୋଜିତ ୨୪ତମ ଜାତୀୟ ଲୋକମେଳା–୨୦୨୬ ଓ ୧୭ତମ ଜାତୀୟ କୃଷିମେଳା–୨୦୨୬ର ପଞ୍ଚଦିବସୀୟ ମହୋତ୍ସବ ପୁରୀ ସମୁଦ୍ରତଟସ୍ଥ ଗୋଲ୍ଡେନ ସି ବିଚ୍ ପ୍ରାଙ୍ଗଣରେ ଆଡମ୍ବରପୂର୍ଣ୍ଣ ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ବାରା ଉଦ୍ଘାଟିତ ହୋଇଛି। ଏହି ଜାତୀୟ ସ୍ତରୀୟ ମେଳା ୧ ଜୁନରୁ ୫ ଜୁନ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓ ଲୋକ ସଂସ୍କୃତି, ଆଦିବାସୀ ପରିଚୟ ଏବଂ…

ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମ୍ୟାଙ୍ଗୋ ଫେଷ୍ଟିଭାଲ

ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ) ପକ୍ଷରୁ ଆୟୋଜିତ “ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬”ଭୁବନେଶ୍ୱରସ୍ଥିତ ନନ୍ଦନକାନନ ରୋଡ୍, ଶିଶୁ ବିହାର, ପଟିଆଠାରେ ଉଦ୍ଘାଟନ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ। ରାଜ୍ୟର ଆମ୍ବ ଚାଷୀମାନଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇବା ସହ ପ୍ରାକୃତିକ ଭାବେ ପାଚିଥିବା ଆମ୍ବକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ…

ପୁରୀରେ ହେବାକୁ ଥିବା BRICS ରାଷ୍ଟ୍ରସମୂହର ଦ୍ଵିତୀୟ ବୈଷୟିକ ବୈଠକରେ ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ

ଭୁବନେଶ୍ୱର: ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ବୈଠକ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ। ଏହାର ସଫଳ ଆୟୋଜନ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତିl ଏହି ଅବସରରେ ‘ଅତିଥି ଦେବୋ ଭବ’ରେ ବିଶ୍ବାସ ରଖୁଥିବା ଆମ…

ବକେୟା ଥିବା ଜମିଜମା ମାମଲା ସେପ୍ଟେମ୍ବର ସୁଦ୍ଧା ବନ୍ଦୋବସ୍ତ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର/ମାଲକାନଗିରି: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାର ଜମିଜମା ସମ୍ବନ୍ଧୀୟ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ରାଜ୍ୟ ସରକାରଙ୍କ ୧୦ ଦଫା ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ଓ ବିଭିନ୍ନ ବିଭାଗ ଦ୍ୱାରା ଗ୍ରହୀତ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସୂଚନଯୋଗ୍ୟ ଯେ, ରେଗୁଲେସନ-୨, ୧୯୫୬ ଅଧୀନରେ…

ମୌସୁମୀ ବର୍ଷା ଓ ଏଲ୍ ନିନୋ ଆଶଙ୍କାର ମୁକାବିଲା ପାଇଁ ଖରିଫ୍ ୨୦୨୬ ରଣନୀତି ପ୍ରସ୍ତୁତ କଲା ଓଡ଼ିଶା

ଭୁବନେଶ୍ୱର/ବଲାଙ୍ଗୀର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ସ୍ଵାଭାବିକଠାରୁ କମ୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଏବଂ ଏଲ୍ ନିନୋ (El Niño) ର ପ୍ରଭାବ ନେଇ କରାଯାଇଥିବା ଆକଳନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ଉଚ୍ଚସ୍ତରୀୟ ଭର୍ଚ୍ଚୁଆଲ୍ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆସନ୍ତା ଖରିଫ୍ ୨୦୨୬ ଋତୁ ପାଇଁ ବ୍ୟାପକ…

ଧାନ ସଂଗ୍ରହରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରାଥମିକତା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ରବି ଫସଲର ଖରିଫ୍ ବିପଣନ ଋତୁ (KMS) ୨୦୨୫-୨୬ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ ଓ ସ୍ୱଚ୍ଛ କରିବାକୁ ଏକ ଉଚ୍ଚସ୍ତରୀୟ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ…

ପୁରୀରେ ଦ୍ଵିତୀୟ ବୈଷୟିକ ସମ୍ମିଳନୀ: ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ

ଭୁବନେଶ୍ୱର: ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ସମ୍ମିଳନୀ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ BRICS ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ ଯେ, ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ,…

‘ମଡେଲ ଭିଲେଜ ମିଶନ’ ଓ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ରାଜ୍ୟବ୍ୟାପୀ କାର୍ଯ୍ୟାନ୍ୱୟନ ଆରମ୍ଭ

ଭୁବନେଶ୍ୱର: ବିକଶିତ ଓଡ଼ିଶା ଭିଜନ ୨୦୩୬-୪୭ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସହ ଯୋଗାଯୋଗ କରି ‘ମଡେଲ ଭିଲେଜ ମିଶନ’ ଓ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ଗ୍ରାମଗୁଡ଼ିକୁ ମୌଳିକ ସୁବିଧା ଏବଂ ସାର୍ବଜନୀନ ସ୍ଥାନ (କମୁନିଟି ସ୍ପେସ) ସହିତ ପରିପୂର୍ଣ୍ଣ କରିବା ପାଇଁ ଆଦର୍ଶ ଗ୍ରାମ ମିଶନକୁ ଏକ…

ସାର ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ମୋଟ ସାରର ୬୦% ମାର୍କଫେଡ୍‌କୁ ଯୋଗାଇବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ପ୍ରତିମାସରେ ଭାରତ ସରକାରଙ୍କଠାରୁ ବିଭିନ୍ନ ପ୍ରକାରର ସାର ଯଥା: ୟୁରିଆ, ଡିଏପି (DAP), ଏସଏସପି (SSP), ଏମଓପି (MOP) ଏବଂ କମ୍ପ୍ଲେକ୍ସ ସାରର ଆବଣ୍ଟନ ପାଉଛନ୍ତି। ଆଜି ସୁଦ୍ଧା ରାଜ୍ୟକୁ ସାର ଯୋଗାଣ ସୁଚାରୁରୂପେ ଚାଲିଛି ଏବଂ ମଇ ୨୦୨୬ ଶେଷ ସୁଦ୍ଧା ଆବଣ୍ଟନ ତୁଳନାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ଅଛି। ଏହା ବ୍ୟତୀତ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ…

‘ଜୈବବିବିଧତା ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଆଜି ଦେଶର ଏକ ଅଗ୍ରଣୀ ରାଜ୍ୟ’

ଭୁବନେଶ୍ୱର: ଓଡ଼ିଶା ଜୈବବିବିଧତା ବୋର୍ଡ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନର ଷ୍ଟେଟ୍ କନଭେନସନ୍ ସେଣ୍ଟରରେ ରାଜ୍ୟସ୍ତରୀୟ “ଆନ୍ତର୍ଜାତୀୟ ଜୈବବିବିଧତା ଦିବସ”ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଚଳିତ ବର୍ଷର ମୂଳ ବିଷୟବସ୍ତୁ ଥିଲା — “ସ୍ଥାନୀୟ ପଦକ୍ଷେପର ବିଶ୍ୱସ୍ତରୀୟ ପ୍ରଭାବ”। ଏହି ଅବସରରେ ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ…