ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ ହେବ

ଭୁବନେଶ୍ୱର : ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ। ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ  ଓ ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ୨୦୨୫ ଅବସରରେ ନବନିଯୁକ୍ତ ମାନଙ୍କୁ ଉପଦେଶ ଦେଇ କହିଛନ୍ତି।ଆଜିର…

ସମସ୍ତ କୃଷି ଋଣ ସମବାୟ ସମିତି କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ବଢ଼ାଇବା ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ନିର୍ଦ୍ଦେଶାନୁସାରେ, ଓଡିଶା ସରକାରଙ୍କ ସମବାୟ ବିଭାଗ ରାଜ୍ୟର ସମସ୍ତ କୃଷି ଋଣ ସମବାୟ ସମିତି (PACS ଏବଂ LAMPCS) ମାନଙ୍କର କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ବଢ଼ାଇବା ଏବଂ ସଦସ୍ୟ ସହଭାଗୀତା ସୁଦୃଢ଼ କରିବା ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କହିଛନ୍ତି। ଏହା ଅନୁଯାୟୀ, ରାଜ୍ୟ ସମବାୟ ନିବନ୍ଧକ  (RCS) ସମସ୍ତ ସମବାୟ ସମିତିକୁ ନିର୍ଦ୍ଦେଶ ଜାରି କରିଛନ୍ତି।…

ରାଜ୍ୟରେ ଫର୍ଟିଲାଇଜର ପ୍ଲାଣ୍ଟ ସ୍ଥାପନ ହେବ

ଭୁବନେଶ୍ୱର : ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ରାଜ୍ୟରେ ସାର ଉତ୍ପାଦନ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାର କୃଷି କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଥିବା ଏବଂ ଚାଷ ପ୍ରତି ଯୁବପିଢ଼ି ଅନୁଗାମୀ ହୋଇଥିବା କାରଣରୁ…

ସ୍ୱତନ୍ତ୍ର କମ୍ ଜିଆଇ ଯୁକ୍ତ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବରମୁଣ୍ଡାରେ ହେବାକୁ ଥିବା ସ୍ୱତନ୍ତ୍ର କମ୍ ଜିଆଇ ଯୁକ୍ତ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା ବିକାଶ ସମ୍ପର୍କରେ ଏକ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା ଏବଂ ମିଶନ ଶକ୍ତି ନିର୍ଦ୍ଦେଶକ ମୋନିକା ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ।…

ପଞ୍ଚାୟତିରାଜ ଓ ପାନୀୟ ଜଳ ବିତରଣ କ୍ଷମତା ବୃଦ୍ଧି କରିବା ପାଇଁ ଖାଲି ପଦବୀ ସମୀକ୍ଷା ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରର ଲୋକସେବା ଭବନର କାର୍ଯ୍ୟାଳୟ ପ୍ରକୋଷ୍ଠରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଏକ ଉଚ୍ଚସ୍ତରୀୟ ବ୍ୟାପକ ସମୀକ୍ଷା ବୈଠକ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ରାଜ୍ୟ ସରକାରଙ୍କ ଦ୍ୱାରା ସମର୍ଥିତ ଅତିରିକ୍ତ ୨୦୦ ଦିନର ନିଯୁକ୍ତିର ପ୍ରଭାବଶାଳୀ ବ୍ୟବସ୍ଥା ମାଧ୍ୟମରେ ଦାଦନପ୍ରବଣ ଅଞ୍ଚଳରେ ଦାଦନ ସମସ୍ୟାକୁ ରୋକିବା ଉପରେ ବିଶେଷ ଧ୍ୟାନ ଦେଇ MGNREGA କାର୍ଯ୍ୟାନ୍ୱୟନର ସମୀକ୍ଷା କରିଥିଲେ। ସେ…

 ‘ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା’ ବିଷୟବସ୍ତୁ ଉପରେ ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ୨୦୨୫ ପାଳିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳନ ୨୦୨୫ ଡିସେମ୍ବର ୫, ୨୦୨୫ ରେ କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବିଶ୍ବ ମୃତ୍ତିକା ଦିବସର ବିଶ୍ବସ୍ତରୀୟ ପାଳନକୁ ଚିହ୍ନିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ବର୍ଷର ବିଷୟବସ୍ତୁ ଥିଲା “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା”। ମୃତ୍ତିକା ସ୍ବାସ୍ଥ୍ୟ କିପରି ସ‌ହରାଞ୍ଚଳରେ ଖାଦ୍ୟ ନିରାପତ୍ତା, ପରିବେଶ ସନ୍ତୁଳନ, ପରିଷ୍କାର ବାୟୁ, ବିଶୁଦ୍ଧ ଜଳ ଏବଂ ଉନ୍ନତ ଜୀବନଶୈଳୀ ସୁନିଶ୍ଚିତ…

ଔଷଧୀୟ ଉଦ୍ଭିଦ ଉପରେ ଅନଲାଇନ୍ କୁଇଜ୍

ଭୁବନେଶ୍ୱର : ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଓଡିଶା ଦ୍ୱାରା ଆସନ୍ତା ୧୦ରୁ ୧୬ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ–୩, ପ୍ରଦର୍ଶନୀ ପଡିଆରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆୟୋଜିତ ହେବାକୁ ଯାଉଛି। ସମଗ୍ର ରାଜ୍ୟରୁ ବନ ସୁରକ୍ଷା ସମିତି (VSS) ସଦସ୍ୟ, ବୈଦ୍ୟ, ଔଷଧୀୟ ଉଦ୍ଭିଦ ଚାଷୀ, ପ୍ରାଥମିକ ସଂଗ୍ରାହକ, ଗବେଷକ, ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ମେଳାରେ ଭାଗନେବେ। ଏହାକୁ ଦୃଷ୍ଟିରେ ରଖି ଏବଂ ଔଷଧୀୟ ଉଦ୍ଭିଦ ସମ୍ପର୍କରେ ସଚେତନତା ବୃଦ୍ଧି…

କୃଷି ଶାସନ ବ୍ୟବସ୍ଥାରେ ଲିଙ୍ଗଗତ ସମାନତାକୁ ବ୍ୟବସ୍ଥିତ କରିବା ପାଇଁ ଏହା ଏକ ଅନନ୍ୟ ପଦକ୍ଷେପ: ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱର: ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା କୃଷି ଭବନରେ ମିଳିତ ଭାବରେ ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ (GRC) ଉଦଘାଟନ କରିଛନ୍ତି। ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ସହିତ ମିଳିତ ଭାବରେ ଉଦଘାଟନ ହୋଇଥିବା ଏହି କକ୍ଷ ରାଜ୍ୟର କୃଷି ଶାସନ ବ୍ୟବସ୍ଥାରେ ଲିଙ୍ଗଗତ ସମାନତାକୁ ବ୍ୟବସ୍ଥିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁତ୍ୱାରୋପ କରିଥିଲେ ଯେ GRC…

କଟକ ଜିଲ୍ଲାର ଆଠଗଡ଼ ବ୍ଲକରେ ପ୍ରାମାଣିକ ଆଳୁ ବିହନ ବିତରଣ

ଭୁବନେଶ୍ୱର: କଟକ ଜିଲ୍ଲା  ଆଠଗଡ଼ ବ୍ଲକର ଧୁରୁଷିଆ ପଞ୍ଚାୟତ ଅନ୍ତର୍ଗତ ଜଗମୋହନପୁର ଗ୍ରାମ ଠାରେ ଏକ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଚଳିତ ରବିଋତୁ ୨୦୨୫ ରେ ରାଜ୍ୟ ସରକାରଙ୍କ  “ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ୍ନ ” ଯୋଜନା ଅଧୀନରେ ପ୍ରାମାଣିକ ଆଳୁ ବିହନ ବିତରଣ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ଵାରା ହୋଇଛି l ଚଳିତ ରବି ଋତୁରେ ଗୁଣାତ୍ମକ ଅଧିକ ଉତ୍ପାଦକ୍ଷମ ବିହନ ଆଳୁ…

ଭୂସମ୍ପଦ ତଥ୍ୟାବଳୀ ରଥର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୂସମ୍ପଦ ତଥ୍ୟାବଳୀ ରଥ ବା ଲ୍ୟାଣ୍ଡ ରିସୋର୍ସ ଇନଭେଣ୍ଟରିର ଶୁଭାରମ୍ଭ କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କରକମଳରେ ଅନୁଷ୍ଠିତ ହୋଇଛି। ଏଲ. ଆର୍. ଆଇ ଯାତ୍ରା REWARD pilot ପ୍ରକଳ୍ପ ଅନ୍ତର୍ଗତ ୫ଟି ଜିଲ୍ଲା (ନୟାଗଡ, କୋରାପୁଟ, ସମ୍ବଲପୁର, ଢେଙ୍କାନାଳ ଏବଂ ଦେବଗଡ଼)ର ବିଭିନ୍ନ ଗ୍ରାମପଞ୍ଚାୟତରେ ଆରମ୍ଭ ହେବ। ଏଥିରେ ଦେବଗଡ଼ ଜିଲ୍ଲାର ୮ଟି, ଢେଙ୍କାନାଳର ୧୪ଟି , କୋରାପୁଟର ୧୬ଟି,…