ବିଶ୍ୱକର୍ମା ପୁରସ୍କାର : ପୂର୍ତ୍ତ ବିଭାଗର ୩, ଜଳସମ୍ପଦ ବିଭାଗର ୫ ଓ କ୍ରୀଡ଼ା ବିଭାଗର ୨ ପ୍ରକଳ୍ପ ପୁରସ୍କୃତ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବି.ଆର୍‌. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ସି.ଆଇ.ଡି.ସି. ଦ୍ୱାରା ଆୟୋଜିତ ୧୭ତମ ବିଶ୍ୱକର୍ମା ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆବେଦନ କରାଯାଇଥିବା ୧୦ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୭ଟି ପ୍ରକଳ୍ପକୁ ବିଭିନ୍ନ ବିଭାଗରେ ପୁରସ୍କୃତ କରାଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡ଼କରୀ ନିର୍ମାଣ କ୍ଷେତ୍ରରେ ନୂତନତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ। ରାସ୍ତା ଓ କୋଠାବାଡ଼ି ନିର୍ମାଣ କ୍ଷେତ୍ରରେ ନୂତନ ପାରଦର୍ଶିତା ସହିତ ଡି.ପି.ଆର୍‌ ବନାଇବା ପାଇଁ…

ହିତାଧିକାରୀ-କୈନ୍ଦ୍ରିକ ପଦକ୍ଷେପ ଏବଂ ଜଳବାୟୁ ଅନୁକୂଳ ନିର୍ମାଣ ଶୈଳୀ ସମ୍ପର୍କରେ ଅବଗତ ହେଲେ ଆଇ.ଏ.ଏସ୍ ପ୍ରୋବେସନାରୀ ଅଧିକାରୀ

ଭୁବନେଶ୍ୱର: ପ୍ରଶାସନିକ ପ୍ରଶିକ୍ଷଣ ଏବଂ ସମୀକ୍ଷା କାର୍ଯ୍ୟକ୍ରମର ଅଂଶସ୍ୱରୂପ, ଭାରତୀୟ ପ୍ରଶାସନିକ ସେବା (IAS) ପ୍ରୋବେସନାରୀ  ଅଧିକାରୀମାନେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଆୟୋଜିତ ଏକ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରୋବେସନାରୀ ଅଧିକାରୀମାନେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ବିଭାଗର…

ଆରଏସସିଏଲ୍ କାର୍ଯ୍ୟକାରୀ କମିଟି ବୈଠକ : ରାଜସ୍ୱ ବୃଦ୍ଧି ଏବଂ ପ୍ରକଳ୍ପ ସମାପ୍ତି ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ (RSCL)ର କାର୍ଯ୍ୟକାରୀ କମିଟି ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହରର ପ୍ରକଳ୍ପ ରୂପାୟନଠାରୁ ଆରମ୍ଭ କରି ଦୀର୍ଘକାଳୀନ ସ୍ଥାୟୀତ୍ୱ ଏବଂ ସମ୍ପତ୍ତି ପରିଚାଳନା ଭଳି ପ୍ରମୁଖ ରଣନୈତିକ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଆରଏସସିଏଲ୍‌ର ସିଇଓ ଦୀନା ଦସ୍ତଗୀର ଆଲୋଚନା ଏବଂ ଅନୁମୋଦନ ପାଇଁ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ବୈଠକରେ ₹୧୦୬ କୋଟି ନିବେଶରେ ନିର୍ମିତ…

କନ୍ଧମାଳ ଜିଲ୍ଲା ପରିଦର୍ଶନ ସମୟରେ ପର୍ଯ୍ୟବେକ୍ଷଣ କରିଥିବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନସଚିବଙ୍କ ପରାମର୍ଶ 

ଭୁବନେଶ୍ୱର: ମୁଖ୍ୟ ଶାସନସଚିବ ଅନୁ ଗର୍ଗ ସୋମବାର କନ୍ଧମାଳ ଜିଲ୍ଲା ସଂପର୍କିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗତ ଜାନୁଆରୀ ମାସରେ ତାଙ୍କର କନ୍ଧମାଳ ଗସ୍ତ ସମୟରେ ଜିଲ୍ଲାରେ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଭିତ୍ତିଭୂମି ବିକାଶ, ଜୀବିକା ନିର୍ବାହ କାର୍ଯ୍ୟକ୍ରମ, କୃଷି, ପର୍ଯ୍ୟଟନ ଆଦି କ୍ଷେତ୍ରରେ ତାଙ୍କର ଦୃଷ୍ଟିକୁ ଆସିଥିବା ବିଭିନ୍ନ ସମସ୍ୟାର ସମାଧାନ ସହିତ ଜିଲ୍ଲାରେ ଆଗାମୀ ସମ୍ଭାବନା ସଂପର୍କରେ ବୈଠକରେ ଆଲୋଚନା କରିଥିଲେ। କନ୍ଧମାଳର ପ୍ରମୁଖ…

‘ଆମେ ଜାଣିବା, ଆମ ବଜେଟ’କାର୍ଯ୍ୟକ୍ରମ ଲୋକାଭିମୁଖୀ ଓ ପାରଦର୍ଶୀ ଶାସନର ନୂତନ ପରିଚୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍ ବୋଲି ରାଜ୍ୟ ସ୍ତରୀୟ ବଜେଟ ସଚେତନତା କର୍ମଶାଳା ‘ଆମେ ଜାଣିବା, ଆମ ବଜେଟ’ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  କହିଛନ୍ତି। ଲୋକସେବା ଭବନ କନଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କର୍ମଶାଳାରେ ସେ କହିଥିଲେ ଯେ, ଦେଶର ଭିଜନ୍ ସହିତ ତାଳ ମିଳାଇ ଆମ ସରକାର ୨୦୪୭ ସୁଦ୍ଧା ମୁଣ୍ଡପିଛା…

ଆମ ଭାଷା ଆମର ପରିଚୟ ଓ ଗର୍ବ

ଭୁବନେଶ୍ୱର: ୧ ଏପ୍ରିଲ ‘ଓଡ଼ିଶା ଦିବସ’ରୁ ୧୪ ଏପ୍ରିଲ ‘ଓଡ଼ିଆ ନବବର୍ଷ’ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ-୨୦୨୬’ପାଳନ କରାଯାଉଛି। ଏହି ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ପ୍ରଦର୍ଶନ କରିବା ପାଇଁ ଏକ ବ୍ୟାପକ ସଚେତନତା ଅଭିଯାନ ଓ ପଦଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଲୋଅର ପିଏମ୍‌ଜି ଠାରୁ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ଏହି…

ସ୍ଥାୟୀ ଶକ୍ତି ସମାଧାନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର: ସ୍ଥାୟୀ ଶକ୍ତି ସମାଧାନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ସ୍ଥାୟୀ ଶକ୍ତି ସମାଧାନ ପାଇଁ ଭାରତର ଅନ୍ୱେଷଣକୁ ସମର୍ଥନ ଦେଇ ଓଡ଼ିଶା ସବୁଜ ହାଇଡ୍ରୋଜେନ୍ ନୀତି ଘୋଷଣା କରିଥିବା ପ୍ରଥମ ରାଜ୍ୟ ହୋଇପାରିଛି।  ଭାରତୀୟ ଶିଳ୍ପ ମହାସଂଘ (CII) ସହିତ ସମନ୍ୱୟ ରଖି ଶିଳ୍ପ କ୍ଷେତ୍ରରେ ଡିକାର୍ବନାଇଜେସନ୍ ଭଳି  ଐତିହାସିକ ପଦକ୍ଷେପ ରାଜ୍ୟର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି। ଏହି କ୍ରମରେ ଉପମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ…

ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି, ଜନସାଧାରଣ ବ୍ୟସ୍ତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ପଶ୍ଚିମ ଏସିଆ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସମ୍ପର୍କରେ ଜିଲ୍ଳାପାଳମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଲୋଚନା କରି ଜିଲ୍ଲାସ୍ତରୀୟ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଜିଲ୍ଲାସ୍ତରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିବା ସହିତ କଳାବଜାରୀ, ବେଆଇନ ମହଜୁଦକାରୀ ଦରଦାମ୍ ବୃଦ୍ଧି ପ୍ରତି ଜିଲ୍ଲାପାଳମାନେ ନିୟମିତ ଭାବେ ବିଭିନ୍ନ ମାର୍କେଟର ସ୍ଥିତି…

ରାଜ୍ୟର ପ୍ରାକୃତିକ ସମ୍ପଦକୁ ଏକ ସୁଦୃଢ଼ ଉଦ୍ୟୋଗ-ଭିତ୍ତିକ ପରିବେଶରେ ପରିଣତ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍ — ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଚାଷୀ, କାରିଗର, ଉଦ୍ୟୋଗୀ, ଶିଳ୍ପ ପ୍ରତିନିଧି ଏବଂ ନୀତି ନିର୍ଦ୍ଧାରକମାନେ ଏକତ୍ରିତ ହୋଇଥିଲେ। ଓଡ଼ିଶାରେ ବାଉଁଶ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଏବଂ ରାଜ୍ୟର ପ୍ରାକୃତିକ ସମ୍ପଦକୁ ଏକ ସୁଦୃଢ଼ ଉଦ୍ୟୋଗ-ଭିତ୍ତିକ ପରିବେଶରେ ପରିଣତ କରିବା ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାଜିଥିଲା। ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ…

ରାଜ୍ୟରେ ମଣ୍ଡିକୁ ଆସିଲାଣି ୭୫ଲକ୍ଷ ମେଟ୍ରିକ ଟନ୍ ରୁ ଅଧିକ ଧାନ

ଭୁବନେଶ୍ୱର: ରାଜ୍ୟରେ ଚଳିତ ଖରିଫ ଋତୁରେ ୨୦୨୫-୨୬ ବର୍ଷ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସରକାରୀ ସୂତ୍ରରୁ ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ରାଜ୍ୟର ବିଭିନ୍ନ ମଣ୍ଡିକୁ ପ୍ରାୟ ୭୫,୪୫,୩୮୧ ମେଟ୍ରିକ ଟନ୍ ଧାନ ଆସିଥିବା ବେଳେ ସେଥିମଧ୍ୟରୁ ୭୫,୨୦,୨୧୨ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମୋଟ ୧୮,୧୧,୯୮୮ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରୟ କରିଛନ୍ତି। ସଂଗୃହୀତ ଧାନ ମଧ୍ୟରୁ…