ଦେଶ ବିଦେଶର ଦୃଷ୍ଟି ଆକର୍ଷଣ କରୁଛି ଓଡିଶା ପାଭିଲିୟନ

ନୂଆଦିଲ୍ଲୀ/ଭୁବନେଶ୍ଵର: ଚଳିତ ନଭେମ୍ବର ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଖୋଲାଯାଇଥିବା ଓଡିଶା ପାଭିଲିୟନ ଦେଶ ବିଦେଶର ବୃହତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସାର୍ଥକତାକୁ ପ୍ରତିପାଦନ କରିବାକୁ ଯାଇ, ସ୍ଵଦେଶୀ ଜ୍ଞାନକୌଶଳରେ ଉତ୍ପାଦିତ ଓଡିଶାର କୃଷିଜାତ ସାମଗ୍ରୀ ଠାରୁ ଆରମ୍ଭ କରି ବୟନ ଓ…

ସ୍ୱୟଂ ସହାୟିକା ଗୋଷ୍ଠୀ ମା’ ମାନଙ୍କୁ ୧୧୭ କୋଟି ଟଙ୍କା ସୁଧ ଫେରସ୍ତ

ଭୁବନେଶ୍ୱ: ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡିଶା ଗଠନରେ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ମା ମାନଙ୍କର  ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରୁଛି। ମିଶନ ଶକ୍ତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ “ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ନୂଆଦିଲ୍ଲୀ/ଭୁବନେଶ୍ଵର : ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଓ ‘ଆତ୍ମନିର୍ଭର ଭାରତ’ ଆହ୍ଵାନ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ଓଡ଼ିଶା ଭିଜନ ୨୦୩୬’ ଦୃଷ୍ଟିକୋଣର ଏକ ସମ୍ମିଳିତ ପ୍ରୟାସ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି। ସୁଦୃଶ୍ୟ ହସ୍ତଶିଳ୍ପ ପାଇଁ ବିଶ୍ଵଦରବାରରେ ସୁପରିଚିତ ଓଡିଶା, ଆଜି ପୁଞ୍ଜିନିବେଶର ଏକ ଉପଯୁକ୍ତ କ୍ଷେତ୍ରର ପରିଚିତି ଲାଭ କରିଛି। ଯାହାକି, କୃଷିଜାତ…

‘ସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ’

ଭୁବନେଶ୍ଵର : ଓଡ଼ିଶାର ସମବାୟ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିବ। ସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ।  ପ୍ରଗତିର ପ୍ରମୁଖ ଇଂଜିନ୍ ସାଜିବ ଓ ତୃଣମୂଳ ସ୍ତରରେ ସମବାୟ ଅନୁଷ୍ଠାନ ଲୋକଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦେବ ବୋଲି ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି। ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ଚିଠା ସମବାୟ ନୀତି ୨୦୨୫ ଉପରେ ଆଲୋଚନାଚକ୍ର ଓ ମତାମତ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦାନ କରି ସେ ଏହା…

ଡିସେମ୍ବରରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ଆୟୋଜନ କରିବ ଓଡ଼ିଶା

ନୂଆଦିଲ୍ଲୀ: ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ, ଆଇଆଇଟି କାନପୁର ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମିଳିତ ସହଭାଗୀତାରେ ଆସନ୍ତା ୫ ରୁ ୭ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ (GELS) ୨୦୨୫ ଆୟୋଜିତ ହେବାକୁ ଯାଉଛି। ପ୍ରକୃତି ଏବଂ ନବସୃଜନ ମଧ୍ୟରେ ସମନ୍ୱୟର ପ୍ରତୀକ ସ୍ୱରୂପ ଏହି କାର୍ଯ୍ୟକ୍ରମର ଲୋଗୋ କେନ୍ଦ୍ର ଶକ୍ତି ଏବଂ ନବୀନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ, କନକ ବର୍ଦ୍ଧନ ସିଂହ…

ନିର୍ମାଣ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବାକୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବିଗତ ଦିନ ତୁଳନାରେ ଓଡ଼ିଶା ଆଜି ଦ୍ରୁତ ବିକାଶ ପଥରେ ଆଗକୁ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ଭଲପାଇବା ଏବଂ ଅନ୍ୟ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ରାଜ୍ୟ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରୁ ଅନେକ ଅନୁଦାନ ଆସୁଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାକୁ ପୂରା କରିବାକୁ…

ସମବାୟ ସପ୍ତାହ ଉପଲକ୍ଷେ ସଚେତନତା ଗଣଦୌଡ଼

ଭୁବନେଶ୍ୱର : ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ (୧୪-୨୦ ନଭେମ୍ବର, ୨୦୨୫) ଉପଲକ୍ଷେ ଏକ ସଚେତନତା ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ଼କୁ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାମ ମନ୍ଦିର ଛକସ୍ଥିତ ସେଣ୍ଟ ଜୋସେଫ୍ ସ୍କୁଲଠାରୁ ସମବାୟ ଭବନ ପର୍ଯ୍ୟନ୍ତ ଏହି ସଚେତନତା ଗଣଦୌଡ଼ ଆୟୋଜିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ…

ରାଜ୍ୟରେ ଏଲ୍‌ପିଜି ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ

ଭୁବନେଶ୍ୱର : ରାଜ୍ୟରେ ଏଲ୍‌ପିଜି ସିଲିଣ୍ଡର ଖାଉଟିମାନଙ୍କୁ ସୁବିଧାରେ ଓ ଠିକଣା ସମୟରେ ଗ୍ୟାସ ପହଞ୍ଚାଇବା ଉପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗୁରୁତ୍ୱାରୋପ କରିଛି। ଏହି ମର୍ମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗ୍ୟାସ କମ୍ପାନୀର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ସ୍ଥିର ରଖିବା ସହ ଖାଉଟିମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ସେ ପ୍ରତିନିଧିମାନଙ୍କୁ…

ନଭେମ୍ବର ୧୪ରୁ ୨୭ ଯାଏଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ସାଜିଛି ‘ଓଡ଼ିଶା ମଣ୍ଡପ’। ଶୁକ୍ରବାର ଏହାକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ‘ଓଡ଼ିଶା ମଣ୍ଡପ’ର ଆକର୍ଷଣୀୟ ଡିଜାଇନକୁ ପ୍ରଶଂସା କରିଥିଲେ।‘ଏଥର ‘ଓଡ଼ିଶା ମଣ୍ଡପ’ବେଶ୍‌ ଆକର୍ଷଣୀୟ ହୋଇଛି। ଏଠାରେ ରାଜ୍ୟର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ସାଙ୍ଗକୁ କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ…

ଆଳୁ କ୍ରେତା ଓ ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଆଳୁ ଉପଲବ୍ଧ କରାଇବା ପାଇଁ ଆଳୁ କ୍ରେତା ଓ ବିକ୍ରେତାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉତ୍ତରପ୍ରଦେଶ ରାଜ୍ୟ ଉଦ୍ୟାନ କୃଷି ସମବାୟ ମାର୍କେଟିଂ ଫେଡେରେସନ୍‌, ଉତ୍ତରପ୍ରଦେଶ ରାଜ୍ୟ କୃଷି ଉତ୍ପାଦ ବଜାର ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାରେ ଉତ୍ତରପ୍ରଦେଶର ଆଳୁ ଉପଲବ୍ଧ କରାଇବା ଉପରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…