ଭାରତୀୟ ଶିଳ୍ପ ମହାସଂଘ ପୂର୍ବ ଭାରତ ସମ୍ମିଳନୀରେ ଓଡିଶାର ସମ୍ଭାବନା ଉପରେ ଆଲୋକପାତ

ଭୁବନେଶ୍ୱର: ମୁମ୍ବାଇସ୍ଥିତ ହୋଟେଲ ତାଜମହଲ ପ୍ୟାଲେସରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଶିଳ୍ପ ମହାସଂଘ, ପୂର୍ବ ଭାରତ ସମ୍ମିଳନୀ ୨୦୨୫ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘର ପୂର୍ବ ଭାରତ ସମ୍ମିଳନୀ ପୂର୍ବ ଭାରତର ବିଶାଳ ଆର୍ଥିକ ସମ୍ଭାବନାକୁ ଉନ୍ମୁକ୍ତ କରିବା ଉପରେ କେନ୍ଦ୍ରିତ ଏକ ପ୍ରମୁଖ ପଦକ୍ଷେପ ଅଟେ। ଏହି ସମ୍ମିଳନୀରେ ନିବେଶକ ଏବଂ ସରକାରୀ ପ୍ରତିନିଧିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ, ଗୋଲଟେବୁଲ ନୀତି ନିର୍ଦ୍ଧାରଣ ଓ ଆଲୋଚନା କରାଯାଇଛି।…

କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ “ମୂଲ୍ୟ ବୃଦ୍ଧିକରଣ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ନେତୃତ୍ୱାଧୀନ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା” ପ୍ରକଳ୍ପ ଅଧୀନରେ କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ପରିଚାଳନା ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ମାଧ୍ୟମରେ ଏହି ପ୍ରକଳ୍ପ…

କଟକ ଜିଲ୍ଲାରେ ଆରମ୍ଭ ହେବ ସୁଭଦ୍ରା ପ୍ଲସ ଯୋଜନା: ଉପମୁଖ୍ୟମନ୍ତ୍ରୀ

କଟକ: ସ୍ଵାଧୀନତା କେବଳ ୧୯୪୭ ମସିହାର ଗୋଟିଏ ଦିନର କାହାଣୀ ନୁହେଁ- ଏହା ହେଉଛି ଆମ ଉପରେ ନ୍ୟସ୍ତ ହୋଇଥିବା ପ୍ରତ୍ୟେକ ଦିନର ଦାୟିତ୍ଵ। ଏହାକୁ ସୁରକ୍ଷିତ ରଖିବା ହେଉଛି ଆମ୍ଭମାନଙ୍କର କର୍ତ୍ତବ୍ୟ। ନ୍ୟାୟ, ଶିକ୍ଷା, ସମାନତା ଓ ବିକାଶ କ୍ଷେତ୍ରରେ ଓଡିଶାକୁ ଆଗକୁ ନେବାକୁ ହେବ ଏବଂ ଉତ୍ତର ପିଢୀଙ୍କୁ କଷ୍ଟଲବ୍ଧ ସ୍ଵାଧୀନତାର ପ୍ରକୃତ ଅର୍ଥ ବୁଝାଇବାକୁ ହେବ। ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରତୀକ କଟକ ସହର ବିକାଶ ପଥରେ ଅଗ୍ରସର ହେଉ। ଏହି…

ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ସୀମାହୀନ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

ଭୁବନେଶ୍ବର: ଓଡ଼ିଶା ସାମୁଦ୍ରିକ ବୋର୍ଡ (ଓ. ଏମ୍. ବି.) ରାଜ୍ୟର ନୀଳ ଅର୍ଥବ୍ୟବସ୍ଥା ଏବଂ ସାମୁଦ୍ରିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହେବା ଦିଗରେ ଏକ ଉଚ୍ଚାଭିଳାଷୀ ପାଠ୍ୟକ୍ରମ ପ୍ରସ୍ତୁତ କରୁଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଗତ କାଲି ନବଗଠିତ ଓଡ଼ିଶା ସାମୁଦ୍ରିକ ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଏହାର ଚାଲୁଥିବା ତଥା ଆଗାମୀ ପଦକ୍ଷେପଗୁଡ଼ିକର ବିସ୍ତୃତ ସମୀକ୍ଷା କରିଥିଲେ। ଗସ୍ତ ସମୟରେ, ଶ୍ରୀମତୀ ପାଢୀ ବନ୍ଦର…

ଶୀତଳ ଭଣ୍ଡାର ଯଥାଶୀଘ୍ର କାର୍ଯ୍ୟକ୍ଷମ ନେଇ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ଓ ଏହାର କାର୍ଯ୍ୟକ୍ଷମ ନିମନ୍ତେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ କୃଷି ଭିତ୍ତିଭୂମି ସୁଦୃଢ଼ ହେଲେ ହିଁ କୃଷକମାନେ ସଶକ୍ତ ହେବେ, ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ। ରାଜ୍ୟରେ ଶୀତଳ ଭଣ୍ଡାର ଏବଂ ଗୋଦାମର ବହୁତ ଆବଶ୍ୟକ ଥିବାରୁ ଏହାକୁ ଯଥାଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।…

‘ଆମ ହସ୍ତତନ୍ତ ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ’

ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ,…

ଅଗଷ୍ଟ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ ‘ଏକତା’ ଉତ୍ସବ 

ଭୁବନେଶ୍ଵର: ଓଡ଼ିଶାର ବୁଣାକାରମାନେ ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା। ଆମ ହସ୍ତତନ୍ତ କେବଳ ଖଣ୍ଡେ କପଡ଼ା ନୁହେଁ, ଏହା ଆମ ଐତିହ୍ୟ। ଓଡ଼ିଶାର ହସ୍ତତନ୍ତ – ଐତିହ୍ୟର ସୂତ୍ରଧର  ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ। ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ‘ଏକତା’ ଉତ୍ସବ ଆୟୋଜନ ଉପଲକ୍ଷେ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ବଳସାମନ୍ତ।  ସୂଚନାଯୋଗ୍ୟ; ଓଡ଼ିଶା ସରକାରଙ୍କ ହସ୍ତତନ୍ତ,…

ମହିଳା ନେତୃତ୍ୱାଧୀନ ଉଦ୍ୟମିତା ହେଉଛି ସମୟର ଆହ୍ଵାନ: ମନ୍ତ୍ରୀ

ଭୁବନେଶ୍ଵର: ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କର ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଓ-ହବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଏବଂ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସବିଶେଷ ସମୀକ୍ଷା କରିଥିଲେ। ଏହି ଅବସରରେ ଉଦ୍ୟମିତା କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ପାଇଁ ବିଶେଷ ପ୍ରଚେଷ୍ଟା କରିବା ପାଇଁ ଅଧିକାରୀଙ୍କୁ କହିଥିଲେ।…

ତାରକସି ହବକୁ ମିଳିବ ଐହିହ୍ୟ ଶିଳ୍ପୀ ଗ୍ରାମର ମାନ୍ୟତା: ଉପମୁଖ୍ୟମନ୍ତ୍ରୀ

କଟକ/ଭୁବନେଶ୍ୱର:  ରୌପ୍ୟ ନଗରୀ କଟକର ଅନ୍ୟତମ ଐତିହ୍ୟ ତାରକସିକୁ ବିଶ୍ୱ ଦରବାରରେ ପହଂଚାଇବା ନିମନ୍ତେ କଟକଠାରେ ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଟକ ସିଡିଏ ସେକ୍ଟର ୬ ସ୍ଥିତ ବିଡାନାସୀ ପେଟାନାଳଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି କେନ୍ଦ୍ର କଟକର ପରମ୍ପରାକୁ ସଂରକ୍ଷଣ କରିବା ସହିତ ନବସୃଜନକୁ ଆପଣାଇ ତାରକସି କାରିଗରମାନଙ୍କୁ ସଶକ୍ତ କରିବା ସହ କଟକ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ…

ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦୟ ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଅନୁଷ୍ଠିତ ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀରେ ଯୋଗଦେଇଛନ୍ତି। ଭାରତରେ ୬୦ ନିୟୁତ ହେକ୍ଟରରୁ ଅଧିକ ଅନୁର୍ବର କିମ୍ବା ଅବ୍ୟବହୃତ ଜମି ଅଛି ଏବଂ ଏଥିରୁ ପ୍ରାୟ ୨୦ ନିୟୁତ ଜୈବିକ କୃଷି ପାଇଁ ଉପଯୁକ୍ତ। ଜୈବିକ ଉତ୍ପାଦର ବିଶ୍ୱ ଚାହିଦା ବୃଦ୍ଧି ପାଇବା ସହିତ, ଏହା ଆମର କୃଷକମାନଙ୍କ…