ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଓ ଆନାଡ୍ରୋନ୍ ସିଷ୍ଟମ୍ସ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ; କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ କାଳୀବେଟି ସ୍ଥିତ ଏପିକ ଗ୍ରୁପ୍‌ର ଅତ୍ୟାଧୁନିକ ବସ୍ତ୍ର ଉତ୍ପାଦନ କାରଖାନା ‘ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’…

ସାର ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ମୋଟ ସାରର ୬୦% ମାର୍କଫେଡ୍‌କୁ ଯୋଗାଇବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ପ୍ରତିମାସରେ ଭାରତ ସରକାରଙ୍କଠାରୁ ବିଭିନ୍ନ ପ୍ରକାରର ସାର ଯଥା: ୟୁରିଆ, ଡିଏପି (DAP), ଏସଏସପି (SSP), ଏମଓପି (MOP) ଏବଂ କମ୍ପ୍ଲେକ୍ସ ସାରର ଆବଣ୍ଟନ ପାଉଛନ୍ତି। ଆଜି ସୁଦ୍ଧା ରାଜ୍ୟକୁ ସାର ଯୋଗାଣ ସୁଚାରୁରୂପେ ଚାଲିଛି ଏବଂ ମଇ ୨୦୨୬ ଶେଷ ସୁଦ୍ଧା ଆବଣ୍ଟନ ତୁଳନାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ଅଛି। ଏହା ବ୍ୟତୀତ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ…

କଟକ, ବରଗଡ଼ ଓ ଯାଜପୁରରେ ପ୍ରତିଷ୍ଠା ହେବ ହସ୍ତତନ୍ତ ହବ୍‌ ଓ ପାର୍କ

ଭୁବନେଶ୍ୱର : କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ ହବ୍‌ ଓ ପାର୍କ ପ୍ରତିଷ୍ଠା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୩ଟି ଜିଲ୍ଲାରେ ହସ୍ତତନ୍ତ ହବ୍‌ ଓ ପାର୍କ ପ୍ରତିଷ୍ଠା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ କଟକ ଜିଲ୍ଲାର ଅଭିମାନପୁରଠାରେ ୧୩.୫୧ କୋଟି ଟଙ୍କା ବ୍ୟୟରେ ୨.୭୭ ଏକର ସ୍ଥାନରେ ଏ.ଆଇ ଓ ବ୍ଲକ…

ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ ରାଜ୍ୟ ମଧ୍ୟରେ ସମ୍ଭାବ୍ୟ ସହଯୋଗ ନେଇ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ସରକାର ଶିଳ୍ପ ଉନ୍ନୟନ, କୌଶଳ ବିକାଶ, ପର୍ଯ୍ୟଟନ, ସଂସ୍କୃତି, ଯୁବ ବିନିମୟ ଏବଂ ଜନସାଧାରଣଙ୍କ ସହ ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ ପ୍ରିଫେକ୍ଚର (ରାଜ୍ୟ) ମଧ୍ୟରେ ଏକ ଔପଚାରିକ ମୈତ୍ରୀ ଚୁକ୍ତି ସ୍ଥାପନ ପାଇଁ ଜାପାନ ସରକାର ସହ ଆଲୋଚନାକୁ ଆଗକୁ ବଢ଼ାଉଛନ୍ତି। ସମ୍ପ୍ରତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କୋଲକାତାସ୍ଥିତ ଜାପାନର କନସୁଲ ଜେନେରାଲ (ମହା ବାଣିଜ୍ୟ ଦୂତ)ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ପରେ…

ବିକଶିତ ବ୍ରଜରାଜନଗର ପାଇଁ ୨୩.୪୮ କୋଟି ଟଙ୍କା ବ୍ୟୟରେ ୮୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର /ବ୍ରଜରାଜନଗର (ଝାରସୁଗୁଡ଼ା): ବ୍ରଜରାଜନଗର ପୌରପରିଷଦ ଅଞ୍ଚଳର ବ୍ୟାପକ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ କରକମଳରେ ବ୍ରଜରାଜନଗରଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗରର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମୋଟ ୨୩.୪୮ କୋଟି ଟଙ୍କା ବିନିମୟରେ ୮୨ ଗୋଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ୨.୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ…

‘ଇପିକଲ୍’ର ବିସ୍ତୃତ ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆହୁରି ତ୍ବରାନ୍ବିତ ହେବ ଶିଳ୍ପ ଅଭିବୃଦ୍ଧି। ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଣ୍ଟ କର୍ପୋରେସନ ଅଫ୍ ଓଡ଼ିଶା ଲିମିଟେଡ୍ (ଇପିକଲ୍)ର ସମୀକ୍ଷା ବୈଠକରେ ପୁଞ୍ଜିନିବେଶ ପ୍ରସ୍ତାବଗୁଡିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ବ ଦେଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ସମସ୍ତ ବିଭାଗୀୟ ନୋଡାଲ ଅଧିକାରୀଙ୍କୁ ଉଦ୍ୟୋଗୀ ମନୋଭାବ ଗ୍ରହଣ କରିବା ସହ ଶିଳ୍ପଗୁଡ଼ିକର ସହଜ କାର୍ଯ୍ୟକାରିତା ପାଇଁ ଅଧିକ ସକ୍ରିୟ ଭାବେ ସହାୟତା  କରିବାକୁ ସେ ନିର୍ଦ୍ଦେଶ…

‘ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବାରେ ଯୋଗାଣ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ରାଜ୍ୟ ଯୋଗାଣ ନିଗମ ମିଳିତ ଆନୁକୂଲ୍ୟରେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଲୋକସେବା ଭବନ କାନଭେନ ସେଣ୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଣ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଥିଲେ। ନିକଟରେ ରନ୍ଧନ ଗ୍ୟାସର କଳାବାଜରୀ ରୋକିବାରେ ସେମାନଙ୍କର…

ସମନ୍ୱିତ କୃଷି, ଡାଲି ଏବଂ ତୈଳବୀଜ ଏବଂ ସ୍ଥାୟୀ କୃଷି ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ସମ୍ମିଳନୀରେ ପୂର୍ବ ଭାରତର କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରମୁଖ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିବା ଉଦ୍ଦେଶ୍ୟରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି,…

ଇଲେକ୍ଟ୍ରିକ ବସ ପରିଚାଳନାରେ ମହିଳା ଚାଳକ, ADAS ସୁରକ୍ଷା ବ୍ୟବସ୍ଥା  ଉପରେ ଉଚ୍ଚସ୍ତରୀୟ ସମୀକ୍ଷା

ଭୁବନେଶ୍ୱର: ଓଡିଶାରେ ସହରୀୟ ଯାତାୟାତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡକ ସୁରକ୍ଷା ପଦକ୍ଷେପ ଓ ପ୍ରତିଷ୍ଠାନଗତ ସୁଦୃଢୀକରଣର ପ୍ରଗତି ସମୀକ୍ଷା ପାଇଁ  CRUT ର ଚାଲୁ ଓ ଆଗାମୀ ପଦକ୍ଷେପ ସମ୍ପର୍କିତ ଏକ ବ୍ୟାପକ ସମୀକ୍ଷା ବୈଠକ ଗୃହ ଓ ସହର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମନ୍ତ୍ରୀ CRUTର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ କେନ୍ଦୁଝର, ବାରିପଦା, ଅନୁଗୁଳ, ଝାରସୁଗୁଡା ଓ ବାଲେଶ୍ୱରରେ ସେବା…

ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ୍, ଡିଜେଲ, ରନ୍ଧନ ଗ୍ୟାସ (ଏଲପିଜି)  ସାମଗ୍ରୀର ଉପଲବ୍ଧତା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଆଜି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହିତ ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ (ଷ୍ଟେଟ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ) ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗଦେଇ ସଂପ୍ରତି ପ୍ରତିକୂଳ ସ୍ଥିତିସତ୍ତ୍ୱେ  ରାଜ୍ୟରେ ପେଟ୍ରୋଲ, ଡିଜେଲ ଏଲପିଜି…