ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଦ୍ୱାରା ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଉଦଘାଟିତ
ଭୁବନେଶ୍ୱର : ଓଡ଼ିଶାର ବାଉଁଶ କ୍ଷେତ୍ରକୁ ରାଜ୍ୟର ସବୁଜ ଅର୍ଥନୀତିର ଏକ ପ୍ରମୁଖ ସ୍ତମ୍ଭ ଭାବରେ ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପଟିଆସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନଠାରେ ଜାନୁଆରୀ ୯ ତାରିଖରେ ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଅନୁଷ୍ଠିତ ହୋଇଯାଇଛି। ୱାନ ଫ୍ୟୁଚର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ଏକଦିବସୀୟ କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ, ଶିଳ୍ପ ଜଗତର ନେତୃବୃନ୍ଦ ଏବଂ ସ୍ଥାୟୀ ଡିଜାଇନ୍ ବିଶେଷଜ୍ଞଙ୍କ ସମେତ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଗ୍ରାମୀଣ…


