ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାପୂଜା ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସର ସମୀକ୍ଷା ପାଇଁ ଦୁଇ ସଦସ୍ୟବିଶିଷ୍ଟ ସମିତି ଗଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ନିଯୁକ୍ତ ବିଭିନ୍ନ ନିଯୋଗମାନଙ୍କ ଦ୍ୱାରା କରାଯାଉଥିବା ସେବାପୂଜା ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସ (Rଞ୍ଚR)ର ସମୀକ୍ଷା କରିବା ସହ ଅନ୍ତିମ ରୂପ ଦେବା ପାଇଁ ରାଜ୍ୟ ସରକାର, ଓଡ଼ିଶା ଉଚ୍ଚ ନ୍ୟାୟଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଡଃ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ଦୁଇ-ସଦସ୍ୟ ବିଶିଷ୍ଟ ସମିତି ଗଠନ କରିଛନ୍ତି। ଏହି ସମିତିର ଗଠନ ସନ୍ଦର୍ଭରେ ବିଧି ବିଭାଗର ପତ୍ର ସଂଖ୍ୟା ୭୭୧୪/ଏଲ୍‌ ତାରିଖ ୦୮.୦୫.୨୦୨୫ ମାଧ୍ୟମରେ ବିଜ୍ଞପ୍ତି ଜାରି କରାଯାଇଅଛି…

ରଥଯାତ୍ରା ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କଲେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଯୋଗ ଦେବା ପାଇଁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟିଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)ର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢୀ I ମଙ୍ଗଳବାର ଦିନ ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ପୁରୀରେ ରଥଯାତ୍ରାରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ଶ୍ରୀ ପାଢୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁଗମ ଏବଂ ନିରାପଦ ପରିଚାଳନା ପାଇଁ ଚାଲିଥିବା ବିସ୍ତୃତ…

ଶ୍ରାଦ୍ଧଦିବସରେ ଶହୀଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୂର୍ବାଞ୍ଚଳ ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଳବର ସ୍ୱର ଝଙ୍କୃତ ହୋଇଥିଲା ତାହା ହିଁ ଥିଲା ବି୍ରଟିଶ ରାଜ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର। ଏହି ଆନ୍ଦୋଳନର ମୁଖ୍ୟ ସୂତ୍ରଧର ମହାନ ବିପ୍ଳବୀ ବିର୍ସା ମୁଣ୍ଡା ୧୮୭୫ ମସିହା ନଭେମ୍ବର ୧୫ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ।  ବି୍ରଟିଶ ଶାସନର ଦାସତ୍ୱରୁ ମୁକ୍ତି ପାଇବା ନିମନ୍ତେ ବିପ୍ଳବୀ ବିର୍ସା ମୁଣ୍ଡାମାନଙ୍କୁ ସଂଗଠିତ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ କଲେ।…

‘ଡିଜାଇନରମାନେ ସଂସ୍କୃତି, ପରିଚୟ ଏବଂ ପ୍ରଗତିର କାହାଣୀକାର, ଉଦ୍ଭାବକ ଏବଂ ଧ୍ୱଜାବାହକ’

ଭୁବନେଶ୍ୱର: ଫ୍ୟାସନ କପଡା ଏବଂ ସୂତା ଅପେକ୍ଷା ଅଧିକ। ଏହା ସଂସ୍କୃତି, ପରିଚୟ ଏବଂ ପ୍ରଗତିର ଭାଷା ବୋଲି ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି  କହିଛନ୍ତି। ଚଳିତ ଜୁନ ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ ଟେକ୍ନୋଲୋଜି (ନିଫ୍ଟ) ଆନୁକୂଲ୍ୟରେ ଆୟୋଜିତ ଗ୍ରାଜୁଏସନ୍ ସୋ– ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଡିଜାଇନରମାନେ…

ଶ୍ରୀମନ୍ଦିର ପ୍ରଶାସନକୁ ପ୍ରେରଣ ହେଲା ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ ବାସୁଙ୍ଗା ପାଟ

ଭୁବନେଶ୍ୱର: ସ୍ଥାନୀୟ ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ୩୫୦ କିଲୋଗ୍ରାମ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ପ୍ରେରଣ କରାଯାଇଛି। ଏହି ପବିତ୍ର କାର୍ଯ୍ୟକୁ ମାନ୍ୟବର ମନ୍ତ୍ରୀ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ପତାକା ଦେଖାଇ ପ୍ରେରଣ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନକୁ ପ୍ରେରଣ କରିବା ପୂର୍ବରୁ ମାନ୍ୟବର ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଧୂପ, ଦୀପ, ପୁଷ୍ପାଦି ପ୍ରଦାନ…

‘ପ୍ରତି ଗାଁରେ 5ଜଣ ଲକ୍ଷପତି ଦିଦି ସୃଷ୍ଟି ହେବେ ‘

ନିମାପଡ଼ା: ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ  ନିମାପଡ଼ାସ୍ଥିତ ନୂଆ ବାରବାଟୀ ପଡ଼ିଆ ଇଣ୍ଡୋର ଷ୍ଟାଡିୟମରେ ପ୍ରଥମ କରି ଆୟୋଜିତ ‘ଉତ୍କର୍ଷ ନିମାପଡ଼ା’ ସମ୍ମିଳନୀର ଉଦଘାଟନ ହୋଇଯାଇଛି । ‘ଉତ୍କର୍ଷ ନିମାପଡ଼ା’ ସମ୍ମିଳନୀର ଶୁଭାରମ୍ଭ ଅବସରରେ ପ୍ରଥମେ ପି ଏମ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀୟ ସେନାର ସମ୍ମାନାର୍ଥେ “ଏକ ପେଡ୍ ସେନା କେ ନାମ୍ ” ପରିପ୍ରେକ୍ଷୀରେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଓଡ଼ିଶାର ସମୃଦ୍ଧ ଇତିହାସ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଇତିହାସ ହେଉଛି ସମୃଦ୍ଧ। ଏହି ସମୃଦ୍ଧ ଇତିହାସ ଯୁବବର୍ଗଙ୍କୁ ପ୍ରେରିତ କରୁ। ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂତନ ଚିନ୍ତା ଚେତନାର ଉନ୍ମେଷ ନିମନ୍ତେ ଆମ ଇତିହାସ ଏକ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ। ଓଡ଼ିଆ ଜାତୀୟତାବାଦ କେବେ ହେଲେ ମଧ୍ୟ ଆଞ୍ଚଳିକତାବାଦ ମଧ୍ୟରେ ସୀମିତ ନୁହେଁ। ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିବା, ବିଚାର ଓ ବିତର୍କ କରି ନିଷ୍କର୍ଷରେ ଉପନୀତ ହେବା ହେଉଛି ଆମ ଗଣତାନ୍ତ୍ରିକ ରାଷ୍ଟ୍ରର ସୌନ୍ଦର୍ଯ୍ୟ। ତେଣୁ ଓଡ଼ିଶା ସାହିତ୍ୟ…

ଓଡ଼ିଶା- ଡା-ନାଙ୍ଗ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତାବ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଭିଏତନାମକୁ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ (ରେଲିକ୍ସ) ଭାରତ ଫେରାଇ ଆଣିବା ପାଇଁ ଭିଏତନାମ ଗସ୍ତ କରିଥିବା ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓଡ଼ିଶା ଏବଂ ଭିଏତନାମର ଡା-ନାଙ୍ଗ ସିଟି ମଧ୍ୟରେ ପ୍ରଦେଶସ୍ତରୀୟ ସମ୍ପର୍କ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସୋମବାର ଦିନ ଡା-ନାଙ୍ଗ ପିପୁଲ୍ସ କମିଟିର ଅଧ୍ୟକ୍ଷ ମହାମହିମ ଲେ ଟ୍ରଙ୍ଗ ଚିନ୍ହଙ୍କ ସହ ସାକ୍ଷାତ ସମୟରେ ରାଜ୍ୟପାଳ ଏହି ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ ରାଜ୍ୟପାଳ କହିଛନ୍ତି…

ଭିଏତନାମରେ ଐତିହାସିକ ମାଇ ସନ୍ ମନ୍ଦିରରେ ଓଡିଶାର ରାଜ୍ୟପାଳ

ଭୁବନେଶ୍ୱର: ଭାରତରୁ ଭିଏତନାମ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଣିବା ପାଇଁ ଏବେ ଭିଏତନାମରେ ଥିବା ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ରବିବାର ଦିନ କ୍ୱାଙ୍ଗ୍ ନାମ୍ ପ୍ରଦେଶର ପ୍ରସିଦ୍ଧ ମାଇ ସନ୍ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହାୟତାରେ ପୁନରୁଦ୍ଧାର କରାଯାଉଥିବା ବେଳେ ରାଜ୍ୟପାଳଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି । ମାଇ ସନ୍ ଭିଏତନାମର ସବୁଠାରୁ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ଆସନ୍ତା ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା  ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ …