କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଥିବା ୨୦୨୫ ମସିହାର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିତ୍ୱ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଏବଂ ଇଣ୍ଡିଆନ ସିଭିଲ ସର୍ଭିସ-୨୦୨୫ର ସଫଳ ପରୀକ୍ଷାର୍ଥୀ ଓ ସେମାନଙ୍କ ପିତାମାତାଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ସମ୍ବର୍ଦ୍ଧିତ କରିଛନ୍ତି । ଏହି ଉପଲକ୍ଷେ ଶୁକ୍ରବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଏପରି…

ହସ୍ତଶିଳ୍ପୀଙ୍କ କଲ୍ୟାଣକୁ କେନ୍ଦ୍ର କରି ଚିଠା ନୀତି ପ୍ରସ୍ତୁତ ହୋଇଛି : ମନ୍ତ୍ରୀ 

ଭୁବନେଶ୍ଵର: “ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି–୨୦୨୬” ପରାମର୍ଶଦାତା କର୍ମଶାଳା ସ୍ଥାନୀୟ ମେ ଫେୟାର ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କହିଛନ୍ତି, ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ । ହସ୍ତଶିଳ୍ପୀମାନେ ଆମ ସାଂସ୍କୃତିକ ଐତିହ୍ୟର ସରଂକ୍ଷକ। ତେଣୁ  ହସ୍ତଶିଳ୍ପର ସୁରକ୍ଷା, ସରଂକ୍ଷଣ ଓ ପ୍ରସାର ପ୍ରଚାର ସହ…

୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ “ଲୋକ ରଞ୍ଜନୀ” ଉଦ୍‌ଯାପିତ

ଭୁବନେଶ୍ୱର/ବରଗଡ଼: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ମେ’ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। “ଲୋକ ରଞ୍ଜନୀ” କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ବରଗଡ଼ର ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଅତାବିରା…

ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ଉତ୍କର୍ଷ କଳାର ଉଜ୍ଜ୍ଵଳ ସ୍ଵାକ୍ଷର : ମନ୍ତ୍ରୀ

ଭୁବନେଶ୍ଵର: ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ଉତ୍କର୍ଷ କଳାର ଉଜ୍ଜ୍ଵଳ ସ୍ଵାକ୍ଷର। ଏହି ପାରମ୍ପରିକ କଳାର ସରଂକ୍ଷଣ ସହ ହଜାର ହଜାର କାରିଗରଙ୍କୁ ଜୀବିକା ଯୋଗାଇବାରେ ଉତ୍କଳିକା ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଉତ୍କଳିକାର ମୁଖ୍ୟ  କାର୍ଯ୍ୟାଳୟଠାରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା)ର ୬୮ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ସେ…

‘ଆମ ଲୋକ ସଂସ୍କୃତି ଓ ଲୋକ ପରମ୍ପରା ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି’

ଭୁବନେଶ୍ୱର/ ବରଗଡ଼: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମ। ବରଗଡ଼ ଜିଲ୍ଲାର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ମେ’ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। “ଲୋକ ରଞ୍ଜନୀ” କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାଂସ୍କୃତିକ ସଂସଦର ବାର୍ଷିକ ଉତ୍ସବ : ମଞ୍ଚସ୍ଥ ହେଲା ନାଟକ ‘ଶେଷ ଠିକଣା’

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାଂସ୍କୃତିକ ସଂସଦର ବାର୍ଷିକ ସାରସ୍ୱତ ସମାରୋହ ଓ ସାଂସ୍କୃତିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। ସାଂସ୍କୃତିକ ସଂସଦର ସଭାପତି ତଥା ବିଭାଗୀୟ ଉପ-ଶାସନ ସଚିବ ସରୋଜ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ବିଭାଗର ସାଂସ୍କୃତିକ ଉତ୍ତରଣ ଓ ସଂସଦର ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। କର୍ମମୟ ଜୀବନର କ୍ଳାନ୍ତି ମଧ୍ୟରେ କଳା ଓ…

ପଶ୍ଚିମର ପ୍ରହରୀ ସୋମନାଥ ଓ ପୂର୍ବର ଅଜେୟ ଶକ୍ତି ଲିଙ୍ଗରାଜ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ  ଏକାମ୍ର କ୍ଷେତ୍ରସ୍ଥ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଏକ ଆଧ୍ୟାତ୍ମିକ ପରିବେଶରେ  ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଏକ ଅଦୃଶ୍ୟ ଓ ଗଭୀର ସମ୍ପର୍କ ଉପରେ ଆଲୋକପାତ କରି କହିଥିଲେ ସୋମନାଥ ଯଦି ଭାରତର ପଶ୍ଚିମ ପ୍ରହରୀ, ତେବେ ଲିଙ୍ଗରାଜ ହେଉଛନ୍ତି ପୂର୍ବର…

“ଡ଼ଙ୍ଗର”ରେ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ ଓ ସଙ୍ଗୀତ ପରମ୍ପରାର ମୌଳିକତା ଏବଂ ବିଶେଷତ୍ବ ଉପରେ ଆଲୋକପାତ

ଭୁବନେଶ୍ୱର /କଳାହାଣ୍ଡି : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ, କଳାହାଣ୍ଡି ଏବଂ ଶୁଭମ୍ ଅନୁଷ୍ଠାନର ମିଳିତ ସହଯୋଗରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ “ଡ଼ଙ୍ଗର” ଉଦ୍‌ଘାଟିତ ହୋଇଯାଇଛି। ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚ ଠାରେ ମେ’ ୯ ଓ ୧୦ ତାରିଖ ଦୁଇଦିନ ଧରି ଏହି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ…

‘ଓଡ଼ିଶୀ ସଂସ୍କୃତିକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ’

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଇଣ୍ଟର୍ନସିପ୍ ଆଡ଼ଭାନ୍ସ କୋର୍ସରେ ୨୦୨୬-୨୮ ଶିକ୍ଷାବର୍ଷ ପାଇଁ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଟର୍ନସିପ୍ ଆଡ଼ଭାନ୍ସ କୋର୍ସରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଙ୍ଗୀତ, ମର୍ଦ୍ଦଳ ଓ ସୀତାର ବାଦନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ମାସିକ ୫,୦୦୦ ଟଙ୍କା ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ…

ଭାରତର ପ୍ରକୃତ ଶକ୍ତି ଏହାର ବିବିଧତା ମଧ୍ୟରେ ନିହିତ ଏକତାରେ ଅଛି : ରାଜ୍ୟପାଳ

ଭୁବନେଶ୍ୱର: ଭାରତର ପ୍ରକୃତ ଶକ୍ତି ଏହାର ବିବିଧତା ମଧ୍ୟରେ ନିହିତ ଏକତାରେ ଅଛି ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଶୁକ୍ରବାର ଦିନ ଲୋକଭବନର ନ୍ୟୁ ଅଭିଷେକ୍ ହଲ୍‌ରେ ଆୟୋଜିତ ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ରାଜ୍ୟପାଳ ଏହା କହିଛନ୍ତିI ଏହି ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଜନସାଧାରଣଙ୍କୁ ପରସ୍ପର…