ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଭିନ୍ନ ରାଜ୍ୟର ଉତ୍ପାଦ

ଭୁବନେଶ୍ୱର : ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥାନୀୟ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ, ସୃଜନଶୀଳତା ଓ ଉଦ୍ୟୋଗୀତାର ପରିଚୟ ଦେଉଛନ୍ତି। ଏହି ଅପ୍ରତିମ ନାରୀ ଶକ୍ତିକୁ…

ଅଦ୍ୱିକା ସମ୍ମିଳନୀ : ଭାଗନେଲେ ୨୭ ଜିଲ୍ଲାର ୧୨୭ ଜଣ କିଶୋର କିଶୋରୀ

ଭୁବନେଶ୍ୱର: କିଶୋରକିଶୋରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଦୁଇଦିନିଆ ଅଦ୍ୱିକା ସମ୍ମିଳନୀ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ଏଥିରେ ୧୦ରୁ ୧୯ ବର୍ଷ ବୟସ ମଧ୍ୟରେ ୨୭ଟି ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ୧୨୭ ଜଣ କିଶୋର କିଶୋରୀ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ ନୃତ୍ୟ, ଗୀତ, କାହାଣୀ ପଠନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କିଶୋର ଅବସ୍ଥାରେ ଶାରୀରିକ ଓ ମାନସିକ ସ୍ତରରେ ହେଉଥିବା ପରିବର୍ତ୍ତନ, ସେମାନେ ସମ୍ମୁଖୀନ ହେଉଥିବା ହିଂସା ଓ ବିପଜ୍ଜନକ କାର୍ଯ୍ୟକଳାପରୁ…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟସ୍ତରୀୟ ବାଦ୍ୟ ପ୍ରତିଯୋଗିତା ୨୦୨୫

ଭୁବନେଶ୍ୱର :  ରାଜ୍ୟସ୍ତରୀୟ ବାଦ୍ୟ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬, ଭୁବନେଶ୍ୱର ପରିସରରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ନିୟତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ବାଦ୍ୟ ପ୍ରତିଯୋଗିତାର ଉଦ୍ଦେଶ୍ୟ ତଥା ଆବଶ୍ୟକତା ସର୍ମ୍ପକରେ ଅବଗତ କରିଛନ୍ତି। ଓଡ଼ିଶାର ବିଭିନ୍ନ ଜୋନରୁ ଆସିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ବାଦ୍ୟ କ୍ଷେତ୍ରରେ ସେମାନଙ୍କର ପାରଙ୍ଗମତାକୁ ପ୍ରଶଂସା କରିଛନ୍ତି।  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର…

ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୫

ଭୁବନେଶ୍ୱର: ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୫ ବୁଧବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬, ଭୁବନେଶ୍ୱର ପରିସରରେ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ଅନନ୍ୟା ଦାସ‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଜୋନରୁ ଆସିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ସବୁବେଳେ ଅନନ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀମାନେ ଭିତରେ ଲୁଚିରହିଥିବା ଅନ୍ତର୍ନିହିତ ଗୁଣାବଳୀର ପ୍ରକାଶ ପାଇଁ ଏହି କାର୍ଯ୍ୟକ୍ରମ ଏକ…

ନାଟକ ‘ରାଷ୍ଟ୍ର ପୁରୁଷ ଅଟଳ’ ପରିବେଷଣ

ଭୁବନେଶ୍ୱର: ଭାରତ ରତ୍ନ ଅଟଳ ବିହାରୀଙ୍କ ଭଳି ରାଜନେତା ଭାରତୀୟ ରାଜନୀତିରେ ବିରଳ। ତାଙ୍କଭଳି ରାଷ୍ଟ୍ରନାୟକ ଯୁଗେ ଯୁଗେ ଦେଶବାସୀଙ୍କ ନିମନ୍ତେ ପ୍ରେରଣାଦାୟୀ ହୋଇ ରହିବେ। ଏଭଳି ଜଣେ ଉଜ୍ଜଳ ନକ୍ଷତ୍ରଙ୍କ ତ୍ୟାଗ, ନିଷ୍ଠା ଓ ଦେଶଭକ୍ତି ତଥା  ରାଷ୍ଟ୍ର ନିର୍ମାଣରେ ଅବଦାନ ପ୍ରତି ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।  ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ନୃତ୍ୟଧାମ…

ଶୁଭା ଶର୍ମାଙ୍କ ରଚିତ ତୃତୀୟ ପୁସ୍ତକ ‘ମିସେସ୍‌ ହାପିଲି ସିଙ୍ଗଲ୍‌’ ଉନ୍ମୋଚିତ

ଭୁବନେଶ୍ୱର : ତା ୧୮/୧୦/୨୦୨୫ରିଖରେ  ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଲେଖିକା ଶୁଭା ଶର୍ମାଙ୍କ ରଚିତ ଉପନ୍ୟାସ ‘ମିସେସ୍‌ ହାପିଲି ସିଙ୍ଗଲ୍‌’ଉନ୍ମୋଚିତ ହୋଇଛି। ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଲେଖକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଟି. କେ. ମିଶ୍ର, ‘ଧରିତ୍ରୀ’ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ, ପ୍ରସିଦ୍ଧ ଲେଖକ ସତ୍ୟ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ସି.ଏସ୍‌. ହୋତା…

ଟେରାକୋଟା ପ୍ରଦର୍ଶନୀ ପରିଦର୍ଶନ କଲେ ଏବଂ ସାମଗ୍ରୀ କିଣିଲେ ରାଜ୍ୟପାଳ

ଭୁବନେଶ୍ୱର : ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଗୁରୁବାର ସନ୍ଧ୍ୟାରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟିଙ୍କ ସହିତ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆଦିବାସୀ ମହୋତ୍ସବ ଏବଂ ମୃତ୍ତିକା – ଟେରାକୋଟା ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ଏହି ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ଭୋକାଲ୍ ଫର୍ ଲୋକାଲ୍” ପଦକ୍ଷେପ ପ୍ରତି ରାଜ୍ୟପାଳଙ୍କ ପ୍ରତିବଦ୍ଧତା ପ୍ରତିଫଳିତ କରେ, ଯାହା ଜନସାଧାରଣଙ୍କୁ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୧) ପୁରୀସ୍ଥିତ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ବାସଗୃହ “ପାଥେର ପୁରୀ”ର ପୁନରୁଦ୍ଧାର କରାଯାଇ ଏହାକୁ ଗୁରୁଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗ୍ରହାଳୟରେ ପରିଣତ କରାଯିବ। ୨) ନଭେମ୍ବର ୫ ତାରିଖରୁ ଆରମ୍ଭ ହେଉଥିବା କଟକ ବାଲିଯାତ୍ରାରେ ଓଡ଼ିଆ…

‘ସମାଜର ବିକାଶ ନିମନ୍ତେ ଯୁବପିଢ଼ି ଭାଗବତ ତତ୍ତ୍ୱକୁ ଗ୍ରହଣ କରିବା ଉଚିତ’

ଭୁବନେଶ୍ୱର: ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଭୁବନେଶ୍ବରର କଟକ ରୋଡସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଯୁବବର୍ଗ ଆଜିର ସମାଜର ସମସ୍ତ ବିକାଶରେ ମୁଖ୍ୟ ଭୂମିକା ନିଭାଇଥାନ୍ତି…

ଶହୀଦ ବାଜି ରାଉତଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି

ଭୁବନେଶ୍ୱର: ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରରେ ଜର୍ଜରିତ ହେଉଥିଲେ। ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବେ ନାମିତ କରିଥିଲେ। ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡ଼ଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ।…