ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ଆମେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ତାଙ୍କୁ ସ୍ମରଣ କରୁଛୁ। ଜାତି ପ୍ରତି ତାଙ୍କ ଅପରିମିତ ସେବା, ଦୃଢ଼ ଇଚ୍ଛାଶକ୍ତି ଓ ଅଦମ୍ୟ ନେତୃତ୍ୱ ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରେରିତ କରେ। ଜାତୀୟ ଏକତା, ନାରୀ ସଶକ୍ତିକରଣ ଓ ଆତ୍ମନିର୍ଭର ଭାରତ ଗଠନରେ ତାଙ୍କ ଭୂମିକା ଅବିସ୍ମରଣୀୟ।ଆଜି ତାଙ୍କ ସ୍ମୃତିରେ ସମଗ୍ର ଦେଶ ଶ୍ରଦ୍ଧା ସୁମନ ଅର୍ପଣ କରୁଛି ଓ ତାଙ୍କ ଆଦର୍ଶକୁ ସ୍ମରଣ କରୁଛି। ସୂଚନା…

ଜୟନ୍ତୀରେ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପବିତ୍ର ଓଡ଼ିଶା ମାଟି ଅନେକ ବୀର ପୁରୁଷଙ୍କୁ ଜନ୍ମ ଦେଇଛି। ଦେଶ ପ୍ରେମରେ ଜୀବନକୁ ଆଲୋକରେ ଉଦ୍ଭାସିତ କରିଥିବା, ଚିନ୍ତାର ଉଚ୍ଚତମ ଶୃଙ୍ଗକୁ ସ୍ପର୍ଶ କରିଥିବା, ଦୃଢ଼ ସଂକଳ୍ପର ପରିଚୟ ଦେଇଥିବା ସେହିପରି ଜଣେ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱ ଥିଲେ ବିପ୍ଳବୀ ଜୟୀ ରାଜଗୁରୁl ସେ ଥିଲେ ବେଦ, ଶାସ୍ତ୍ର, ନୀତି, ଅସ୍ତ୍ର-ଶସ୍ତ୍ର ଓ ରାଜନୀତିରେ ନିପୁଣ, ଖୋର୍ଦ୍ଧା ଗଡ଼ ରାଜା ମୁକୁନ୍ଦ ଦେବଙ୍କ ରାଜଗୁରୁ। ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଅଧୀନକୁ ଆସି ଯାଇଥିଲା, ସେତେବେଳେ ଏହି…

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୮ତମ ସଂସ୍କୃତି ଚର୍ଚ୍ଚା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୮ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ “ନୌବାଣିଜ୍ୟ, ବାଲିଯାତ୍ରା ଏବଂ ଓଡ଼ିଆ ଅସ୍ମିତା” ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା। ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅମିୟ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏଥିସହ ବାଲିଯାତ୍ରା ଆମ ଓଡ଼ିଆ ସଂସ୍କୃତିକୁ ଜାତୀୟ…

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଭିନ୍ନ ରାଜ୍ୟର ଉତ୍ପାଦ

ଭୁବନେଶ୍ୱର : ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥାନୀୟ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ, ସୃଜନଶୀଳତା ଓ ଉଦ୍ୟୋଗୀତାର ପରିଚୟ ଦେଉଛନ୍ତି। ଏହି ଅପ୍ରତିମ ନାରୀ ଶକ୍ତିକୁ…

ଅଦ୍ୱିକା ସମ୍ମିଳନୀ : ଭାଗନେଲେ ୨୭ ଜିଲ୍ଲାର ୧୨୭ ଜଣ କିଶୋର କିଶୋରୀ

ଭୁବନେଶ୍ୱର: କିଶୋରକିଶୋରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଦୁଇଦିନିଆ ଅଦ୍ୱିକା ସମ୍ମିଳନୀ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ଏଥିରେ ୧୦ରୁ ୧୯ ବର୍ଷ ବୟସ ମଧ୍ୟରେ ୨୭ଟି ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ୧୨୭ ଜଣ କିଶୋର କିଶୋରୀ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ ନୃତ୍ୟ, ଗୀତ, କାହାଣୀ ପଠନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କିଶୋର ଅବସ୍ଥାରେ ଶାରୀରିକ ଓ ମାନସିକ ସ୍ତରରେ ହେଉଥିବା ପରିବର୍ତ୍ତନ, ସେମାନେ ସମ୍ମୁଖୀନ ହେଉଥିବା ହିଂସା ଓ ବିପଜ୍ଜନକ କାର୍ଯ୍ୟକଳାପରୁ…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟସ୍ତରୀୟ ବାଦ୍ୟ ପ୍ରତିଯୋଗିତା ୨୦୨୫

ଭୁବନେଶ୍ୱର :  ରାଜ୍ୟସ୍ତରୀୟ ବାଦ୍ୟ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬, ଭୁବନେଶ୍ୱର ପରିସରରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ନିୟତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ବାଦ୍ୟ ପ୍ରତିଯୋଗିତାର ଉଦ୍ଦେଶ୍ୟ ତଥା ଆବଶ୍ୟକତା ସର୍ମ୍ପକରେ ଅବଗତ କରିଛନ୍ତି। ଓଡ଼ିଶାର ବିଭିନ୍ନ ଜୋନରୁ ଆସିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ବାଦ୍ୟ କ୍ଷେତ୍ରରେ ସେମାନଙ୍କର ପାରଙ୍ଗମତାକୁ ପ୍ରଶଂସା କରିଛନ୍ତି।  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର…

ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୫

ଭୁବନେଶ୍ୱର: ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୫ ବୁଧବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬, ଭୁବନେଶ୍ୱର ପରିସରରେ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ଅନନ୍ୟା ଦାସ‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଜୋନରୁ ଆସିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ସବୁବେଳେ ଅନନ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀମାନେ ଭିତରେ ଲୁଚିରହିଥିବା ଅନ୍ତର୍ନିହିତ ଗୁଣାବଳୀର ପ୍ରକାଶ ପାଇଁ ଏହି କାର୍ଯ୍ୟକ୍ରମ ଏକ…

ନାଟକ ‘ରାଷ୍ଟ୍ର ପୁରୁଷ ଅଟଳ’ ପରିବେଷଣ

ଭୁବନେଶ୍ୱର: ଭାରତ ରତ୍ନ ଅଟଳ ବିହାରୀଙ୍କ ଭଳି ରାଜନେତା ଭାରତୀୟ ରାଜନୀତିରେ ବିରଳ। ତାଙ୍କଭଳି ରାଷ୍ଟ୍ରନାୟକ ଯୁଗେ ଯୁଗେ ଦେଶବାସୀଙ୍କ ନିମନ୍ତେ ପ୍ରେରଣାଦାୟୀ ହୋଇ ରହିବେ। ଏଭଳି ଜଣେ ଉଜ୍ଜଳ ନକ୍ଷତ୍ରଙ୍କ ତ୍ୟାଗ, ନିଷ୍ଠା ଓ ଦେଶଭକ୍ତି ତଥା  ରାଷ୍ଟ୍ର ନିର୍ମାଣରେ ଅବଦାନ ପ୍ରତି ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।  ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ନୃତ୍ୟଧାମ…

ଶୁଭା ଶର୍ମାଙ୍କ ରଚିତ ତୃତୀୟ ପୁସ୍ତକ ‘ମିସେସ୍‌ ହାପିଲି ସିଙ୍ଗଲ୍‌’ ଉନ୍ମୋଚିତ

ଭୁବନେଶ୍ୱର : ତା ୧୮/୧୦/୨୦୨୫ରିଖରେ  ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଲେଖିକା ଶୁଭା ଶର୍ମାଙ୍କ ରଚିତ ଉପନ୍ୟାସ ‘ମିସେସ୍‌ ହାପିଲି ସିଙ୍ଗଲ୍‌’ଉନ୍ମୋଚିତ ହୋଇଛି। ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଲେଖକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଟି. କେ. ମିଶ୍ର, ‘ଧରିତ୍ରୀ’ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ, ପ୍ରସିଦ୍ଧ ଲେଖକ ସତ୍ୟ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ସି.ଏସ୍‌. ହୋତା…

ଟେରାକୋଟା ପ୍ରଦର୍ଶନୀ ପରିଦର୍ଶନ କଲେ ଏବଂ ସାମଗ୍ରୀ କିଣିଲେ ରାଜ୍ୟପାଳ

ଭୁବନେଶ୍ୱର : ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଗୁରୁବାର ସନ୍ଧ୍ୟାରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟିଙ୍କ ସହିତ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆଦିବାସୀ ମହୋତ୍ସବ ଏବଂ ମୃତ୍ତିକା – ଟେରାକୋଟା ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ଏହି ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ଭୋକାଲ୍ ଫର୍ ଲୋକାଲ୍” ପଦକ୍ଷେପ ପ୍ରତି ରାଜ୍ୟପାଳଙ୍କ ପ୍ରତିବଦ୍ଧତା ପ୍ରତିଫଳିତ କରେ, ଯାହା ଜନସାଧାରଣଙ୍କୁ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ…