ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ତଥା ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କୁ ତାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାସହ ସ୍ମରଣ କରାଯାଇଥିଲା। ଗାନ୍ଧୀବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଜାଙ୍କ ଅଧିକାର, ସ୍ୱାଭିମାନ ଓ ନ୍ୟାୟ ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ତାଙ୍କର ତ୍ୟାଗ, ସାହସ ଓ ଦେଶପ୍ରେମ ଆଜି ମଧ୍ୟ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା। ଚକ୍ରଧର ବେହେରା କନିକା ପ୍ରଜା ଆନ୍ଦୋଳନର ଜଣେ…

‘ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହିତ ସହଯୋଗ ସାରା ବିଶ୍ୱର ପର୍ଯ୍ୟଟକମାନଙ୍କ ପାଇଁ  ଆଧ୍ୟାତ୍ମିକ ଅନୁଭୂତି ସୃଷ୍ଟି କରିବ’

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଲୋକସେବା ଭବନଠାରେ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହିତ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଓଡ଼ିଶାକୁ ବୌଦ୍ଧ ଐତିହ୍ୟ, ଆଧ୍ୟାତ୍ମିକତା, ଗବେଷଣା ଏବଂ ସାଂସ୍କୃତିକ ପର୍ଯ୍ୟଟନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମାନ୍ୟତାପ୍ରାପ୍ତ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ, ସାହସ, କରୁଣା ଓ ନିଃସ୍ୱାର୍ଥପର ସେବା ପିଢ଼ି ପିଢ଼ିକୁ  ପ୍ରେରଣା ଯୋଗାଇବ: ରାଜ୍ୟପାଳ

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ ସାହସ, କରୁଣା ଓ ନିଃସ୍ୱାର୍ଥପର ସେବା ପିଢ଼ି ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ବୋଲି ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ମଙ୍ଗଳବାର ଦିନ କଟକ ସହିଦ ଭବନଠାରେ ଲୋକ ସେବକ ମଣ୍ଡଳ ଓ ସମାଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ବର୍ଷିକୀ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ ଏହା କହିଛନ୍ତି। ଉତ୍କଳମଣି ପଣ୍ଡିତ…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ଅଧୀନରେ ୧୫ ଜୁଲାଇ ୨୦୨୬ ରୁ ୧୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆବେଦନ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଯେପରି ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକ ସ୍ଥଳୀ ଭ୍ରମଣ କରିପାରିବେ, ତାହା ନିଶ୍ଚିତ କରିବା…

ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ଆମର ସାମୂହିକ ଦାୟିତ୍ବ – ରାଜସ୍ୱ ସଚିବ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମହାପ୍ରଭୁ,ବିଜେ ପୁରୀଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ଼୍ ସଂରକ୍ଷଣ ଓ ସଫଳ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ରାଜସ୍ୱ ପର୍ଷଦ, ସମସ୍ତ ରାଜସ୍ୱ ଡିଭିଜନାଲ କମିଶନର(ଆରଡିସି), ଜିଲ୍ଲାପାଳ ଓ ଭୂ-ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକ…

ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପୋଲିସ୍ ପ୍ରଶାସନ ସମ୍ପୂର୍ଣ ଭାବେ ସଜାଗ ରହିଛି – ଆରକ୍ଷୀ ମହାନିର୍ଦ୍ଦେଶକ

ପୁରୀ : ଆସନ୍ତା ୧୬ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ପୁରୀସ୍ଥିତ ଟାଉନ୍‌ହଲ୍ ପରିସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପୋଲିସ୍ ପ୍ରଶାସନ ସମ୍ପୂର୍ଣ ଭାବେ ସଜାଗ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି।…

ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଓଟିଡିସିର ନିରନ୍ତର ପ୍ରଚେଷ୍ଟାକୁ ପ୍ରଶଂସା

ଭୁବନେଶ୍ୱର:  ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ଓଡ଼ିଶା ସରକାରଙ୍କୁ ₹୧.୧୭ କୋଟିର ଲାଭାଂଶ (ଡିଭିଡେଣ୍ଡ) ପ୍ରଦାନ କରିଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ, ପ୍ରଭାତୀ ପରିଡ଼ା, ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ରଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମି ଏବଂ ସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବା ଦିଗରେ ଓଟିଡିସିର ନିରନ୍ତର…

ଉପ-ରାଷ୍ଟ୍ରପତି ଏବଂ ବିଶିଷ୍ଟ ଅତିଥିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ଗୁରୁବାର ଦିନ ଭାରତର ମାନ୍ୟବର ଉପ-ରାଷ୍ଟ୍ରପତି ଶ୍ରୀ ସି.ପି.ରାଧାକୃଷ୍ଣନଙ୍କ ଦିନିକିଆ ଓଡ଼ିଶା ଗସ୍ତ ଅବସରରେ ଉପ-ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଲୋକଭବନର ନ୍ୟୁ ଅଭିଷେକ ହଲ୍‌ ଠାରେ ଏକ ଔପଚାରିକ ଭୋଜି ଆୟୋଜିତ ହୋଇଥିଲାI ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ, ଦୁଗ୍ଧ ଉତ୍ପାଦନ ଓ ପଂଚାୟତି ରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ୍ ଲଲନ ସିଂହ,…

‘ଭାଷାର ଉନ୍ନତି ସହିତ ଅର୍ଥନୀତିର ବିକାଶ ଜଡ଼ିତ’

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନ, ଜଣାଶୁଣା ବ୍ୟକ୍ତିତ୍ୱ, ବିଭିନ୍ନ କାର୍ଯ୍ୟକ୍ରମ, ଘଟଣା ଓ ପାରମ୍ପରିକ ଖାଦ୍ୟ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଡିଜିଟାଲ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବାର ଗୁରୁତ୍ୱ ରହିଛି ବୋଲି ଖ୍ୟାତନାମା ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ଆୟୋଜିତ ଦୁଇଦିନିଆ କର୍ମଶାଳା ‘ପରିଚୟ’ଉଦ୍ଘାଟନ କରି ଡ. ପଟ୍ଟନାୟକ ଭାଷାକୁ ଜୀବନ୍ତ ଓ ପ୍ରାସଙ୍ଗିକ ରଖିବାର ଯଥାର୍ଥ ପ୍ରୟାସ କରୁଥିବାରୁ ଓଡ଼ିଆ ଭର୍ଚୁଆଲ ଏକାଡେମୀକୁ ପ୍ରଶଂସା କରିଥିଲେ। ସି.ୱାଇ.ଏସ୍‍.ଡି….

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ‘ଟ୍ରାଇବ୍ଏକ୍ସ (TribeX)’ ଡିଜିଟାଲ୍ ଶିକ୍ଷା ମଞ୍ଚର ଶୁଭାରମ୍ଭ

ଭୁବନେଶ୍ୱର: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନ (Tribal Research Institutes – TRIs)ଗୁଡ଼ିକର ସଶକ୍ତୀକରଣ ଉଦ୍ଦେଶ୍ୟରେ ଦୁଇ ଦିନିଆ ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଜନଜାତି ସମ୍ପ୍ରଦାୟର ଐତିହ୍ୟ ସଂରକ୍ଷଣ, ଗବେଷଣାକୁ ସୁଦୃଢ଼ କରିବା ଏବଂ ସମାବେଶୀ ବିକାଶକୁ ଆହୁରି ଗତିଶୀଳ କରିବା ଦିଗରେ ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପୁନର୍ବ୍ୟକ୍ତି ହେଉଛି ଏହି କର୍ମଶାଳା। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ କର୍ମଶାଳାର ଉଦ୍‌ଘାଟନ କରିଥିଲେ। ଏହି…