- Administration
- Business
- Culture Tradition
- Development
- Economy
- Employment
- Governance
- Internationa;l
- Local
ୟୁଏଇରେ ବସବାସ କରୁଥିବା ଓଡ଼ିଆମାନଙ୍କ ଦୃଢ଼ ସାଂସ୍କୃତିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଦୁବାଇ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦୁବାଇରେ ଓଡ଼ିଆ ପ୍ରବାସୀମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ବିଶେଷ ସମାବେଶରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ସଦସ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଓ ପାରମ୍ପରିକ ଲୋକନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶିତ ହୋଇଥିଲା। ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦ ମଧ୍ୟ ଏହି ଉତ୍ସବରେ ଘରୋଇ ଆତ୍ମୀୟତା ଭରି ଦେଇଥିଲାl
ଓଡ଼ିଆ ସମୁଦାୟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଓଡ଼ିଆ ସମୁଦାୟଙ୍କ ସହ ତାଙ୍କ ଆଲୋଚନାକୁ ନେଇ ସେମାନେ ଖୁସି ଓ ଗର୍ବ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ୟୁଏଇରେ ବସବାସ କରୁଥିବା ଓଡ଼ିଆମାନଙ୍କ ଦୃଢ଼ ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରିବା ସହ ବିଦେଶରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଏବଂ ପ୍ରଚାର ପାଇଁ ସେମାନଙ୍କ ଉଦ୍ୟମକୁ ସ୍ୱୀକାର କରିଥିଲେ। ଏହି ସମାବେଶ ଓଡ଼ିଆ ପ୍ରବାସୀ ଓ ମାତୃଭୂମି ମଧ୍ୟରେ ଥିବା ଦୃଢ଼ ଭାବନାତ୍ମକ ସମ୍ପର୍କକୁ ପ୍ରତିଫଳିତ କରିବା ସହ ସୀମାପାର ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଆତ୍ମାକୁ ପ୍ରଦର୍ଶନ କରିଥିଲା।
ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ, ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା:
ଓଡ଼ିଶାକୁ ଭାରତର ପରବର୍ତ୍ତୀ ଉତ୍ପାଦନ ଏବଂ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁବାଇ/ଭୁବନେଶ୍ୱର -୧୧.୦୯.୨୦୨୬: ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଭାଗିଦାରୀ ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ପାଇଁ ରାଜ୍ୟର ବିଶ୍ୱସ୍ତରୀୟ ପ୍ରୟାସକୁ ଜୋରଦାର କରାଯିବା ସହ ଓଡ଼ିଶା ୟୁଏଇରେ ଏହାର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ଶେଷ କରିଛି। ଏହି ଅବସରରେ ମୋଟ ₹୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜିନିବେଶ ଏବଂ ୬,୧୮,୭୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବୀ ଏବଂ ଦୁବାଇରେ ଅନୁଷ୍ଠିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୫୨ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଏବଂ ରାଉଣ୍ଡ ଟେବଲ୍ ଆଲୋଚନା ପରେ ୧୬ ଟି ବୁଝାମଣାପତ୍ର ଏବଂ ପୁଞ୍ଜିନିବେଶ ପ୍ରସ୍ତାବ (IIFs) ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୟୁଏଇ ନିବେଶକ, ବିଶ୍ୱସ୍ତରୀୟ ବ୍ୟବସାୟୀ, ସାର୍ବଭୌମ ତଥା ପ୍ରତିଷ୍ଠାନିକ ଅଂଶୀଦାର, ଭାରତୀୟ କୂଟନୈତିକ ପ୍ରତିନିଧି ଏବଂ ଓଡ଼ିଆ ପ୍ରବାସୀମାନେ ଏକାଠି ହୋଇଥିଲେ।
ଦୁବାଇ ରୋଡ୍ସୋ: ଓଡ଼ିଶାର ପରବର୍ତ୍ତୀ ବିକାଶ କାହାଣୀ
ଉଦ୍ଯାପନୀ ଦିନଟି ଦୁବାଇରେ ଅନୁଷ୍ଠିତ ‘ଓଡ଼ିଶା ନିବେଶକ ସମ୍ମିଳନୀ – ୟୁଏଇ ୨୦୨୬’ ଉପରେ କେନ୍ଦ୍ରିତ ଥିଲା, ଯେଉଁଥିରେ ପ୍ରାୟ ୪୦୦ ଜଣ ବିଜନେସ୍ ଲିଡର, ନିବେଶକ ଏବଂ ୟୁଏଇ ବିଜନେସ କମ୍ୟୁନିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଏହାର ନିବେଶ ପ୍ରସ୍ତାବ ଉପସ୍ଥାପନ କରିବା ଏବଂ ବିଶ୍ୱବ୍ୟାପୀ ବ୍ୟବସାୟୀମାନଙ୍କୁ ରାଜ୍ୟରେ ସେମାନଙ୍କର ଉପସ୍ଥିତି ସ୍ଥାପନ କିମ୍ବା ସମ୍ପ୍ରସାରଣ କରିବା ପାଇଁ ସୁଯୋଗ ଦିଗରେ ସିଧାସଳଖ ମଞ୍ଚ ଯୋଗାଇ ଦେଇଥିଲା।
ନିବେଶ ଆଲୋଚନାରେ ପର୍ଯ୍ୟଟନ, ଲଜିଷ୍ଟିକ୍ସ, ଆର୍ଥିକ ପୁଞ୍ଜିନିବେଶ, ଏଲ୍ଏନ୍ଜି (LNG) ସଂରକ୍ଷଣ, ଗ୍ରୀନ୍ ଏନର୍ଜି, ଏଆଇ ଏବଂ ଡାଟା ସେଣ୍ଟର, ରେୟାର୍ ଆର୍ଥସ୍, ଜାହାଜ ମରାମତି, ପ୍ରପେଲାଣ୍ଟ ଉତ୍ପାଦନ, ସାର ଓ ରାସାୟନିକ ପଦାର୍ଥ, ଗୃହ ନିର୍ମାଣ, ଇସ୍ପାତ ଏବଂ ଇସ୍ପାତ ସମ୍ବନ୍ଧୀୟ ଶିଳ୍ପ ସହିତ ଅନ୍ୟାନ୍ୟ କ୍ଷେତ୍ର ସାମିଲ ଥିଲା। ପାରମ୍ପରିକ ଖଣି ଏବଂ ଖଣିଜ କ୍ଷେତ୍ର ବ୍ୟତୀତ ପ୍ରୋସେସ୍ଡ ଫୁଡ୍ ସବୁଠାରୁ ବଡ଼ ସୁଯୋଗ ହେବ।
ଏଲ୍ଏନ୍ଜି ସଂରକ୍ଷଣ ପାଇଁ ‘କାଜବା ପ୍ରୋଜେକ୍ଟ ଭେଞ୍ଚର୍ସ ଏଫ୍ଜେଡସିଓ’ (CAZBAA Project Ventures FZCO) ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ‘ରାଣା ହୋଲ୍ଡିଂସ ଲିମିଟେଡ୍’ ଗ୍ରୀନ୍ ଏନର୍ଜି, ଏଆଇ ଡାଟା ସେଣ୍ଟର ଏବଂ ରେୟାର ଆର୍ଥସ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ‘ଶରାଫ ଗ୍ରୁପ୍’ ଆବାସିକ ଗୃହ କ୍ଷେତ୍ରରେ ଏବଂ ‘ପିଟିସିଏଲ୍ ଇନଫ୍ରାଷ୍ଟ୍ରକଚର୍’ ଷ୍ଟିଲ ଏବଂ ଷ୍ଟିଲ ଡାଉନ୍ଷ୍ଟ୍ରିମ୍ ଶିଳ୍ପ ଗୁଡ଼ିକ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।
ଜାହାଜ ମରାମତି ପାଇଁ ‘ଡାଲୱିନ୍ ମେରାଇନ୍’ ଏବଂ ‘ଟର୍ବୋ ପାୱାର୍ ଇଞ୍ଜିନିୟରିଂ’, ପ୍ରୋପେଲାଣ୍ଟ ଉତ୍ପାଦନ କାରଖାନା ପାଇଁ ‘ଆଇଅନ୍ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍’, ଏବଂ ସାର ତଥା ରସାୟନ ପାଇଁ ‘ଆଗ୍ରିଫିଲ୍ଡ୍ସ ଏଫ୍ଜେଡସିଓ’ (Agrifields FZCO) ଠାରୁ ନିବେଶ ପ୍ରସ୍ତାବ ଗ୍ରହଣ କରାଯାଇଛି।
ରୋଡ୍ ଶୋ’ସହିତ ମୁଖ୍ୟମନ୍ତ୍ରୀ ୟୁଏଇର ଅଗ୍ରଣୀ ବିଜନେସ୍ ଲିଡର ଏବଂ ନିବେଶକମାନଙ୍କ ସହିତ ଓ୍ବାନ୍-ଟୁ-ଓ୍ବାନ୍ ବୈଠକ କରିଥିଲେ, ଯାହାକି ପ୍ରକଳ୍ପ ସୁଯୋଗ, ଉତ୍ପାଦନ ଭିତ୍ତିଭୂମି, ମୂଲ୍ୟବୃଦ୍ଧି, ଟେକ୍ନୋଲୋଜି ସହଭାଗିତା ଏବଂ ଓଡ଼ିଶାରେ ଦୀର୍ଘକାଳୀନ ନିବେଶ ଉପରେ କେନ୍ଦ୍ରିତ ଥିଲା।
ତିନିଦିନିଆ ୟୁଏଇ ଅଭିଯାନ: ଏକ ନଜରରେ
ମୋଟ ଓ୍ବାନ୍-ଅନ-ଓ୍ବାନ୍ ବୈଠକ: ୪୬
ମୋଟ ରାଉଣ୍ଡ ଟେବୁଲ ବୈଠକ: ୬
ମୋଟ୍ ରାଉଣ୍ଡ ଟେବୁଲ ଅଂଶଗ୍ରହଣକାରୀ: ୧୬୦
ମୋଟ ସ୍ୱାକ୍ଷରିତ ବୁଝାମଣାପତ୍ର : ୮
ମୋଟ ପୁଞ୍ଜିନିବେଶ ପ୍ରସ୍ତାବ : ୧୬
ମୋଟ ପ୍ରସ୍ତାବିତ ପୁଞ୍ଜିନିବେଶ: ₹ ୨,୪୩,୧୬୨
କୋଟି ମୋଟ ନିଯୁକ୍ତି ସମ୍ଭାବନା: ୬,୧୮,୭୨୫
ପ୍ରାଥମିକ କ୍ଷେତ୍ରଗୁଡ଼ିକ: କ୍ରିଟିକାଲ୍ ମିନେରାଲ୍ସ ଏବଂ ରେୟାର ଆର୍ଥସ, ମେଟାଲ ଓ ମାଇନିଂ, ଆଲୁମିନିୟମ ଏବଂ ଷ୍ଟିଲ ଡାଉନଷ୍ଟ୍ରିମ ଶିଳ୍ପ; କେମିକାଲ୍ସ ଏବଂ ପେଟ୍ରୋ- କେମିକାଲ୍ସ; ଗ୍ରୀନ ଏନର୍ଜି; ଏଲ୍ଏନ୍ଜି (LNG); ଆଇ.ଟି. ଏବଂ ଇ.ଏସ୍.ଡି.ଏମ୍. (ESDM); ଏଆଇ ଏବଂ ଡାଟା ସେଣ୍ଟର; ଖାଦ୍ୟ ପ୍ରକ୍ରିୟାକରଣ; ଲଜିଷ୍ଟିକ୍ସ; ଭିତ୍ତିଭୂମି; ସ୍ୱାସ୍ଥ୍ୟସେବା; ପର୍ଯ୍ୟଟନ; ରିଅଲ୍ ଇଷ୍ଟେଟ୍; ସର୍କୁଲାର୍ ଇକୋନୋମି; ଜାହାଜ ମରାମତି; ସାର; ପ୍ରୋପେଲାଣ୍ଟ ଉତ୍ପାଦନ ଏବଂ ଅନ୍ୟାନ୍ୟ ଏମର୍ଜିଂ କ୍ଷେତ୍ର ୟୁଏଇ ଅଭିଯାନର ଏହି ସଫଳ ଉଦ୍ଯାପନ ଓଡ଼ିଶାର ବିଶ୍ୱସ୍ତରୀୟ ନିବେଶ ରଣନୀତିକୁ ଅଧିକ ଗତିଶୀଳ କରିବା ସହିତ ୟୁଏଇ ସହିତ ଏହାର ଅର୍ଥନୈତିକ ଭାଗିଦାରୀକୁ ସୁଦୃଢ଼ କରିଛି। ପାରମ୍ପରିକ ଶକ୍ତି ଏବଂ ନୂତନ ଯୁଗର କ୍ଷେତ୍ରଗୁଡ଼ିକରେ ନିବେଶ ସୁଯୋଗର ଏକ ବ୍ୟାପକ ସମ୍ଭାବନା ସହିତ, ରାଜ୍ୟ ନିଜକୁ ବିଶ୍ୱସ୍ତରୀୟ ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ସମନ୍ୱୟ ପାଇଁ ଏକ ପ୍ରତିଯୋଗୀ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରୁଛି।
ଓଡ଼ିଶା ସରକାର ବର୍ତ୍ତମାନ ନିବେଶ ଆଗ୍ରହ ଏବଂ ପ୍ରସ୍ତାବିତ ଭାଗିଦାରୀକୁ ତୃଣମୂଳସ୍ତରରେ ପ୍ରକଳ୍ପରେ ପରିଣତ କରିବା ଦିଗରେ ଧ୍ୟାନ ଦେବେ, ଯେଉଁଥିପାଇଁ କାର୍ଯ୍ୟାନ୍ୱୟନର ଗତି, ମୂଲ୍ୟ ସୃଷ୍ଟି, ନିଯୁକ୍ତି ସୃଷ୍ଟି ଏବଂ ସୁଦୃଢ଼ ଘରୋଇ ତଥା ବିଶ୍ୱସ୍ତରୀୟ ସଂଯୋଗ ଉପରେ ଗୁରୁତ୍ୱ ଦିଆଯିବ—ଯାହା ଏକ ସମୃଦ୍ଧ, ଶିଳ୍ପଗତ ଭାବେ ଶକ୍ତିଶାଳୀ ଏବଂ ବିଶ୍ୱ ସହିତ ସଂଯୁକ୍ତ ଓଡ଼ିଶାର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବ।


