କବି ସମ୍ରାଟଙ୍କ ଜୟନ୍ତୀକୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବ

ଭୁବନେଶ୍ୱର: ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ। ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ଆମ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬ର ଉଦ୍‌ଯାପନୀ ଅବସରରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।…

ସାମାଜିକ ଭେଦଭାବ ନ ରଖିବାକୁ ସ୍ପର୍ଶ କୁଷ୍ଠ ସଚେତନତା ଶପଥ ପାଠ

ଭୁବନେଶ୍ୱର : କୁଷ୍ଠରୋଗ ସହଜରେ ଚିହ୍ନଟ ହେବା ସହିତ ସହଜରେ ଚିକିତ୍ସା ହୋଇପାରୁଛି। କୁଷ୍ଠ ରୋଗକୁ ଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଜଣେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବ। ସାମାଜିକ ସହଯୋଗ ଓ ସଚେତନତା ମାଧ୍ୟମରେ କୁଷ୍ଠ ରୋଗକୁ ହରାଯାଇପାରିବ। ସମ୍ବର୍ଦ୍ଧିତ ଡାକ୍ତର ଏବଂ ଆଶା କର୍ମୀ ମାନେ କଠିନ ପରିଶ୍ରମ ବଳରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିବା ସହ ଏହି ମହତ୍ଵ ଉଦ୍ଦେଶ୍ୟରେ ଅନ୍ୟକୁ ସାମିଲ କରିବାକୁ ପ୍ରୋତ୍ସାହିତ କରିବେ। ରାଜ୍ୟର ୧୫…

ଡିଏଫ୍ଓ ସମ୍ମିଳନୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ନେଲେ ସମୀକ୍ଷା

ଭୁବନେଶ୍ୱର: ଓଡ଼ିଶାର ଜଙ୍ଗଲ, ପରିବେଶ ଓ  ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଡିଏଫ୍ଓ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜଙ୍ଗଲ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା,  ପ୍ରଧାନମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ସୁରେଶ ପନ୍ତ, ପିସିସିଏଫ୍ (ବନ୍ୟପ୍ରାଣୀ) ପି. କେ. ଝା, ପିସିସିଏଫ୍ (କେ. ଏଲ୍) ଉମା ନନ୍ଦୁରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଗଣେଶ…

ଗୋପାଳପୁରରେ ଇତିହାସ ବର୍ତ୍ତମାନ ସହିତ ଏବଂ ପରମ୍ପରା ପ୍ରଗତି ସହିତ ହାତ ମିଳାଇଛି : ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ବ୍ରହ୍ମପୁର / ଗୋପାଳପୁର : ଗୋପାଳପୁର କେବଳ ଏକ ଆକର୍ଷଣୀୟ ବେଳାଭୂମି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସ ବର୍ତ୍ତମାନ ସହିତ ମିଶିଛି ଏବଂ ପରମ୍ପରା ପ୍ରଗତି ସହିତ ହାତରେ ହାତ ମିଳାଇ ଚାଲିଛି। ଆମର ଉପକୂଳ କେବଳ ଏକ ଭୌତିକ ସୀମା ନୁହେଁ, ବରଂ ଜୀବିକା ଏବଂ ଆକାଂକ୍ଷାର ପ୍ରତୀକ। ପ୍ରାଚୀନ କଳିଙ୍ଗର ବୀର ସାଧବମାନେ ବିଶାଳ ସମୁଦ୍ର ପାର ହୋଇ ବାଣିଜ୍ୟ ସହ ଆମ ସଂସ୍କୃତି ଏବଂ ମୂଲ୍ୟବୋଧର ପ୍ରଚାରପ୍ରସାରରେ…

ସୁପୋଷିତ ଓଡ଼ିଶା ମିଶନ ଅନ୍ତର୍ଗତ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂ କର୍ମଶାଳା ଶୁଭାରମ୍ଭ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରଶିକ୍ଷଣ କେନ୍ଦ୍ର (SIWC) ପରିସରରେ ‘ପଞ୍ଚତତ୍ତ୍ୱ ପାର୍କ’ର ଉଦଘାଟନ, ‘ସୁଭଦ୍ରା ସାଧନ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ତଥା  ସୁପୋଷିତ ଓଡ଼ିଶା ମିଶନ (SOM) ଅନ୍ତର୍ଗତ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂର ଦୁଇଦିନିଆ କର୍ମଶାଳାର ଶୁଭାରମ୍ଭ କରିବା ସହ ‘ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା’ ଅଧୀନରେ ଶିଶୁମାନଙ୍କ ପାଇଁ ପୋଷାକ ଓ ଶୀତବସ୍ତ୍ର ମୂଲ୍ୟରେ ସଂଶୋଧନ କରି ମହିଳା ଓ ଶିଶୁଙ୍କ କଲ୍ୟାଣ…

ଦେବୋତ୍ତର ବିଭାଗକୁ ଅଧିକ ଶୃଙ୍ଖଳିତ କରିବାରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ମନ୍ଦିରଗୁଡ଼ିକର ରୀତିନୀତିଠାରୁ ଆରମ୍ଭ କରି ସମସ୍ତ ସେବା, ପୂଜା, ମନ୍ଦିର ସମ୍ପତ୍ତିର ରକ୍ଷଣାବେକ୍ଷଣ ଓ ଆୟବ୍ୟୟର ହିସାବ ରକ୍ଷଣରେ ଦେବୋତ୍ତର ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଅନ୍‌ଲାଇନ୍‌ ଅଭିଯୋଗର ବାକ୍ସ ରହିବା ସହିତ ସମସ୍ୟାର ତୁରନ୍ତ ସମାଧାନ କିପରି ହୋଇପାରିବ ସେଥିନେଇ ବିଭାଗ ପକ୍ଷରୁ ବିଚାର କରାଯାଉଛି। ଏଥିସହିତ ଦେବୋତ୍ତର ବିଭାଗ ଅଧିନରେ ଥିବା ସମସ୍ତ ପୁରାତନ ମନ୍ଦିରର ବିସ୍ତୃତ ତଥ୍ୟ ୱେବ୍‌ସାଇଟ୍‌ରେ ଉପଲବ୍ଧ କରିବା ନେଇ…

ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସକାଳ ୮.୨୮ ରେ ମହାତ୍ମାଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ…

ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ ଉଦ୍‌ଯାପନୀ ସନ୍ଧ୍ୟାରେ ଶିବ ଓ ନଟରାଜଙ୍କ ବନ୍ଦନାରେ ଦର୍ଶକ ବିମୋହିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତି, ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସାଂସ୍କୃତିକ ସନ୍ଧ୍ୟାରେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ “ସମବେତ ଶିବ…

ଗଣତନ୍ତ୍ରକୁ ସୁଦୃଢ଼ କରିବ ଏସଆଇଆର: ରାଜ୍ୟ ନିର୍ବାଚନ ଆୟୁକ୍ତ

ଭୁବନେଶ୍ୱର: ଲୋକସେବା ଭବନ ସମ୍ମିଳନୀ କକ୍ଷ ଠାରେ  ରାଜ୍ୟସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଏହି ଦିବସରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରାଜ୍ୟ ତଥା ଦେଶର ଭୋଟର ସଚେତନ ରହି ନିରପେକ୍ଷ ମତଦାନ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ। ଅଧିକରୁ ଅଧିକ କେମିତି ମତଦାନ ହେଇପାରିବ ସେ ଦିଗରେ ପଦକ୍ଷେପ ନେବା ସହିତ ସହରାଞ୍ଚଳ ଭୋଟ ହାର ବଢ଼େଇବା ଉପରେ ଗୁରୁତ୍ୱ ଦେଇଥିଲେ।…

ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଆଇ.ଆର.ସି ଭିଲେଜଠାରେ ଥିବା ପି.ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ “ଉଜ୍ଜ୍ବଳ ଭବିଷ୍ୟତ ପାଇଁ କନ୍ୟା ସଶକ୍ତିକରଣ” କୁ ନେଇ ଏହି ଦିବସ ପାଳିତ ହୋଇଯାଇଛି। ସମାରୋହରେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ଼ ସନ୍ତୋଷ କୁମାର ରାଉତ, ବେକଥ୍ରୁ ସଂସ୍ଥାର ରାଜ୍ୟ ମୁଖ୍ୟ ଡ଼ ରୁକ୍ମଣୀ ପଣ୍ଡା, ଓସେପା ଷ୍ଟେଟ୍ ଜେଣ୍ଡର କୋର୍ଡିନେଟର୍ ଲହରି ମହାନ୍ତି, ଜିଲ୍ଲା ଜେଣ୍ଡର କୋର୍ଡିନେଟର୍…