ପଶ୍ଚିମର ପ୍ରହରୀ ସୋମନାଥ ଓ ପୂର୍ବର ଅଜେୟ ଶକ୍ତି ଲିଙ୍ଗରାଜ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ  ଏକାମ୍ର କ୍ଷେତ୍ରସ୍ଥ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଏକ ଆଧ୍ୟାତ୍ମିକ ପରିବେଶରେ  ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଏକ ଅଦୃଶ୍ୟ ଓ ଗଭୀର ସମ୍ପର୍କ ଉପରେ ଆଲୋକପାତ କରି କହିଥିଲେ ସୋମନାଥ ଯଦି ଭାରତର ପଶ୍ଚିମ ପ୍ରହରୀ, ତେବେ ଲିଙ୍ଗରାଜ ହେଉଛନ୍ତି ପୂର୍ବର…

“ଡ଼ଙ୍ଗର”ରେ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ ଓ ସଙ୍ଗୀତ ପରମ୍ପରାର ମୌଳିକତା ଏବଂ ବିଶେଷତ୍ବ ଉପରେ ଆଲୋକପାତ

ଭୁବନେଶ୍ୱର /କଳାହାଣ୍ଡି : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ, କଳାହାଣ୍ଡି ଏବଂ ଶୁଭମ୍ ଅନୁଷ୍ଠାନର ମିଳିତ ସହଯୋଗରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ “ଡ଼ଙ୍ଗର” ଉଦ୍‌ଘାଟିତ ହୋଇଯାଇଛି। ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚ ଠାରେ ମେ’ ୯ ଓ ୧୦ ତାରିଖ ଦୁଇଦିନ ଧରି ଏହି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ…

୭ଟି ମହିଳା ଫାଷ୍ଟଟ୍ରାକ୍‌ ଏବଂ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ହେବ

ଭୁବନେଶ୍ୱର:  ଦେଶ ତଥା ବିଶ୍ୱ ଦୃଷ୍ଟିକୋଣରୁ ଅବଲୋକନ କଲେ ଜନସଂଖ୍ୟା ସହ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଘଟୁଛି। ବର୍ତ୍ତମାନ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟ ତଥା ଦେଶରେ ଯୁବପିଢ଼ିଙ୍କ ସଂଖ୍ୟା ସମୁଦାୟ ଲୋକସଂଖ୍ୟାର ୫୦ ଭାଗରୁ ଅଧିକ ରହିଛି। ତେବେ ଆଗାମୀ ଦିନରେ ଏହି ସଂଖ୍ୟାରେ ପରିବର୍ତ୍ତନ ସହ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି। ଏଣୁ ଆମକୁ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଆଇନ,…

୨୦୨୬-୨୭ରେ ଜଳ ଓ ସ୍ୱେରେଜ୍ ଭିତ୍ତିଭୂମି ପାଇଁ ବୃହତ୍ ପୁଞ୍ଜିନିବେଶ

ଭୁବନେଶ୍ୱର: ଓଡ଼ିଶା ଜଳ ନିଗମ (WATCO) ସହରାଞ୍ଚଳ ନାଗରିକ ସେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଷ୍ଟୋନ୍ ଅର୍ଜନ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଞ୍ଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା ସହ ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରିଛି। ନିକଟରେ ମାନ୍ୟବର ଗୃହ ନିର୍ମାଣ ଓ…

ଅଙ୍ଗନୱାଡ଼ି କେନ୍ଦ୍ରର ବିକାଶ ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କୁ ଚିଠି ଲେଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ଶିଶୁ ବିକାଶ ଧାରାକୁ ଅଧିକ ବ୍ୟାପକ କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକମାନଙ୍କୁ ପତ୍ର ଲେଖିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବରେ ସେ ନିର୍ବାଚନମଣ୍ଡଳୀଗୁଡ଼ିକରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ ଓ ଏହାର ବିକାଶ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ସମସ୍ତ ଜନପ୍ରତିନିଧିଙ୍କୁ ଆହ୍ୱାନ କରିଛନ୍ତି। ବିଶେଷ କରି ନିଜ ନିଜର ନିର୍ବାଚନମଣ୍ଡଳୀରେ ଚାଲୁଥିବା କାର୍ଯ୍ୟରେ…

ସାମାଜିକ କଲ୍ୟାଣ ପାଇଁ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଲୋକ ସେବା ଭବନଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ପରଖିବା ପାଇଁ ଏହି ବୈଠକ ଆୟୋଜନ କରାଯାଇଥିଲା। ବୈଠକର ମୁଖ୍ୟ ଆଲୋଚନାରେ ହିତାଧିକାରୀଙ୍କୁ ସଠିକ୍ ଭାବେ ଚିହ୍ନଟ କରିବା, ସମୟ ଅନୁସାରେ ସହାୟତା ପ୍ରଦାନ କରିବା ଏବଂ ଅଭିଯୋଗର ତୁରନ୍ତ ସମାଧାନ…

ଗଜପତିରେ ୨୧  ମେଟ୍ରିକ ଟନ, ବରଗଡ଼ରେ ୧୯୧୪ କେଜି ଓ ସୁବର୍ଣ୍ଣପୁରରେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

କଟକ: ସାରା ରାଜ୍ୟରେ ମାଦକ ଦ୍ରବ୍ୟ ଚୋରା ଚାଲାଣ ଓ ନିଶାଦ୍ରବ୍ୟ କାରବାର ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଚାଲିଥିବା “ନିଶା ମୁକ୍ତ ଓଡ଼ିଶା” ଅଭିଯାନରେ ବିଗତ କିଛି ଦିନ ମଧ୍ୟରେ ବଡ଼ ସଫଳତା ମିଳିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲିସ ପକ୍ଷରୁ ଚାଲିଥିବା ଗୁଇନ୍ଦା ଭିତ୍ତିକ ସ୍ୱତନ୍ତ୍ର ଚଢ଼ାଉରେ ବିପୁଳ ପରିମାଣର ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି। ବିଶେଷକରି ଗଜପତି, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରେ ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି।…

୭ ମଇରୁ ୧୭ ମଇ ପର୍ଯ୍ୟନ୍ତ ଚାଲିବ ସମର ଡିଲାଇଟ ତରଭୁଜ ମେଳା

ଭୁବନେଶ୍ୱର: ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ ) ପକ୍ଷରୁ ସହିଦ ନଗର ଦୁର୍ଗାମଣ୍ଡପ ନିକଟରେ “ସମର ଡିଲାଇଟ”ନାମକ ତରଭୁଜ ମେଳା ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଛନ୍ତି। ୭ ମଇରୁ ୧୭ ମଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳା ଓଡ଼ିଶାର ୧୦ଟି ଜିଲ୍ଲା – ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ମାଲକାନଗିରି, କେନ୍ଦୁଝର, କେନ୍ଦ୍ରାପଡା, ବୌଦ୍ଧ, ମୟୂରଭଞ୍ଜ, ସମ୍ବଲପୁର ଏବଂ ସୁନ୍ଦରଗଡ଼ –…

ଗ୍ରାମୀଣ ରାସ୍ତାର ଗୁଣବତ୍ତା ଏବଂ ପ୍ରକଳ୍ପ ସମୟସୀମା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସୱାଇ) ଉପରେ ଦୁଇ ଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଭୁବନେଶ୍ୱରସ୍ଥିତ ୱେଲକମ୍ ହୋଟେଲରେ  ଆରମ୍ଭ ହୋଇଯାଇଛି। ଗ୍ରାମୀଣ ରାସ୍ତା ବିକାଶର ପ୍ରଗତି ସମୀକ୍ଷା, ସମସ୍ୟା ଚିହ୍ନଟ ଏବଂ ଭବିଷ୍ୟତ ଯୋଜନା ପାଇଁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ବୈଠକ ଆୟୋଜନ କରାଯାଉଛି, ଯେଉଁଥିରେ ଓଡ଼ିଶା ଆୟୋଜକ ରାଜ୍ୟ ଭାବେ ଭୂମିକା ନିର୍ବାହ କରୁଛି। ଓଡ଼ିଶା ସହିତ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ,…

୯ ଲକ୍ଷରୁ ଅଧିକ ଘରୋଇ PNG ସଂଯୋଗ ଏବଂ ୨୭୧ଟି CNG ଷ୍ଟେସନ୍ ସ୍ଥାପନ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ସ୍ୱଚ୍ଛ ଏବଂ ପରିବେଶବନ୍ଧବ ଜାଳେଣି ବ୍ୟବହାରକୁ ତ୍ୱରାନ୍ୱିତ କରିବା ସହ ପାଇପ୍ ପ୍ରାକୃତିକ ଗ୍ୟାସ୍ ଏବଂ ସଙ୍କୁଚିତ ପ୍ରାକୃତିକ ଗ୍ୟାସ୍ (CNG) ଭିତ୍ତିଭୂମିର ଦ୍ରୁତ ବିକାଶ ପାଇଁ ଓଡ଼ିଶା ସରକାର “ଓଡ଼ିଶା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍  ନୀତି, ୨୦୨୬”କୁ ଅଧିସୂଚିତ କରିଛନ୍ତି। ଏହି ନୀତି ମାଧ୍ୟମରେ ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତିର ପ୍ରଚାର ସହିତ ‘ବିକଶିତ ଓଡ଼ିଶା’ଗଠନ ଲକ୍ଷ୍ୟକୁ ଅଧିକ ଗତି ମିଳିବ। ଏହି ନୀତିର କାର୍ଯ୍ୟାନ୍ୱୟନ ପାଇଁ ଗୃହ ନିର୍ମାଣ ଓ ନଗର…