ଯୁବପିଢ଼ି କୃଷି-ଉଦ୍ୟୋଗ ଆନ୍ଦୋଳନର ନେତୃତ୍ୱ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ
ଭୁବନେଶ୍ୱର: ଯୁବପିଢ଼ି ଓଡ଼ିଶାରେ କୃଷି – ଉଦ୍ୟୋଗ ଆନ୍ଦୋଳନର ନେତୃତ୍ୱ ନେବାକୁ ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି l ଶନିବାର ଦିନ ଭୁବନେଶ୍ୱର ବିଜୁ ପଟନାୟକ ଖେଳ ପଡିଆ, ବରମୁଣ୍ଡା ଠାରେ ଆୟୋଜିତ “କୃଷି ଓଡିଶା-2026″ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତିl ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥଲେ ଯେ ଆଧୁନିକ କୃଷି ପାରମ୍ପରିକ କୃଷିଠାରୁ ବହୁ ମାତ୍ରାରେ ଆଗେଇଛି ଏବଂ…


