ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ବୈଠକ
ଭୁବନେଶ୍ୱର : ଖାରବେଳ ଭବନସ୍ଥ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟିର ୧୧ତମ ବୈଠକ ବିଭାଗୀୟ ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଓଡ଼ିଶା ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି I ରାଜ୍ୟରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ସମୃଦ୍ଧି ପାଇଁ ଉପୁଜିଥିବା ସମସ୍ୟା ଗୁଡିକର ଆଶୁ ସମାଧାନ ନିମନ୍ତେ ସମୟୋପଯୋଗୀ…


