ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର: ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସେପ୍ଟେମ୍ବର ୪ ତାରିଖ ଦିନ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଜାତୀୟ ରାଜପଥ ପ୍ରାଧିକରଣ, ଜାତୀୟ ରାଜପଥ, ବିମାନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ ବର୍ତ୍ତମାନର ସ୍ଥିତି ସଂପର୍କରେ ସମୀକ୍ଷା ଅବସରରେ ରାଜ୍ୟପାଳ ଏପରି ଗୁରୁତ୍ୱ ଆରୋପ…

ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ କରିବାରେ କୃତ୍ରିମ ବୁଦ୍ଧିମତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି: ଉନ୍ନୟନ କମିଶନର

ଭୁବନେଶ୍ୱର: ରାଜ୍ୟ ସୂଚନା ବିଜ୍ଞାନକେନ୍ଦ୍ର, ଓଡିଶା ଦ୍ଵାରା ଏହାର ଭୁବନେଶ୍ଵରସ୍ଥିତ ମୁଖ୍ୟାଳୟରେ ଏକ କୃତ୍ରିମ ବୁଦ୍ଧିମତ୍ତା ସଚେତନତା କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି କର୍ମଶାଳାରେ ଓଡିଶା ସରକାରଙ୍କର ବିଭିନ୍ନ ବିଭାଗ ଏବଂ ସଂଗଠନରୁ ଶତାଧିକ ଅଧିକାରୀ ଯୋଗ ଦେଇଥିଲେ। କର୍ମଶାଳାକୁ ଓଡିଶା ରାଜ୍ୟ  ସରକାରଙ୍କ ଉନ୍ନୟନ କମିଶନର ତଥା ଯୋଜନା ଓ ସଂଯୋଜନ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉଦ୍ଘାଟନ କରି କୃତ୍ରିମ ବୁଦ୍ଧିମତ୍ତା ତଥା ଅନ୍ୟ କେତେକ ଟେକ୍ନୋଲୋଜି…

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀମାନଙ୍କୁ ପିଏମ୍ଏମ୍ୱାଇ (ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା) ସହ ଅଧିକ ସଂଖ୍ୟାରେ ସଂଯୋଗ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସେପ୍ଟେମ୍ବର ୨ ତାରିଖ ଦିନ କଟକ ଜିଲ୍ଲାର ଗୋବିନ୍ଦପୁର, ଅରିଲୋସ୍ଥିତ ଓମ୍ଫେଡ୍ ମେଗା ଡାଇରୀ ପ୍ଲାଂଟ ପରିଦର୍ଶନ ସମୟରେ ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି। ଦୁଗ୍ଧ ଚାଷୀମାନେ ସେମାନଙ୍କ ଉଦ୍ୟମକୁ ବ୍ୟାପକ କରିବା ନିମନ୍ତେ ବ୍ୟାଙ୍କ ଋଣର ଆବଶ୍ୟକତା ରହିଛି।…

ଅକ୍ଟୋବର ମାସ ଶେଷ ସୁଦ୍ଧା ଚିଲିକା, ଅଂଶୁପା, ଭିତରକନିକା ହେନ୍ତାଳବନ, ହୀରାକୁଦ ଜଳଭଣ୍ଡାର, ସାତକୋଶିଆ ଗଣ୍ଡ ଏବଂ ତାମ୍ପଡା ଆର୍ଦ୍ରଭୂମିର ସମନ୍ୱିତ ପରିଚାଳନା ଯୋଜନା ପ୍ରସ୍ତୁତ କର’

ଭୁବନେଶ୍ୱର: ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ, ଓଡ଼ିଶାର ଚତୁର୍ଥ ବୈଠକ ଲୋକସେବା ଭବନସ୍ଥିତ ଦ୍ଵିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣର ଅଧ୍ୟକ୍ଷ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଅକ୍ଟୋବର ମାସ ଶେଷ ସୁଦ୍ଧା ଚିଲିକା, ଅଂଶୁପା, ଭିତରକନିକା ହେନ୍ତାଳବନ, ହୀରାକୁଦ ଜଳଭଣ୍ଡାର, ସାତକୋଶିଆ ଗଣ୍ଡ ଏବଂ ତାମ୍ପଡା ଆର୍ଦ୍ରଭୂମିର ସମନ୍ୱିତ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ବନଖଣ୍ଡ ଅଧିକାରୀ ଓ…

ଜନଜାତି ଅଂଚଳର ବିକାଶ ପାଇଁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିକାଶ ବିଭାଗର ଦୁଇଗୋଟି ବୈଠକରେ ଅଧ୍ୟକ୍ଷତା କରି ବିଭାଗ ଦ୍ୱାରା ଜନଜାତି ଅଂଚଳର ବିକାଶ ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଥମ ବୈଠକଟି ଜନଜାତି ଅଂଚଳର ବିକାଶ ପାଇଁ ସମ୍ବିଧାନର ୨୭୫(୧) ଅନୁଚ୍ଛେଦ ଅନୁସାରେ ରାଜ୍ୟକୁ ପ୍ରଦାନ କରାଯାଉଥିବା ଅର୍ଥର ବିନିଯୋଗ ପାଇଁ ପ୍ରକଳ୍ପ…

ଫୁଲବାଣୀ ଓ ତାଳଚେର ସରକାରୀ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢ଼ା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି। ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ଟି ସିଟ୍ ଅନୁମୋଦିତ ହୋଇଛି। ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ। ଜାତୀୟ ମେଡିକାଲ କମିଶନ୍ ଦ୍ଵାରା…

ଓଡ଼ିଶା ଯାତ୍ରୀ ଆପ୍‌ ସହାୟତାରେ ଆମ ବସ୍‌ ଏବଂ ଚିଲିକା ବୋଟିଂ ଟିକେଟ କିଣିପାରିବେ

ଭୁବନେଶ୍ବର : ଓଡ଼ିଶା ଯାତ୍ରୀ ଆପ୍‌ର କଳେବର ବଢ଼ାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଏଣିକି ଏହି ଆପ୍‌ ମାଧ୍ୟମରେ ଆମ ବସ୍‌ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍‌ କିଣିପାରିବେ।  ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖଦ୍‌ ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ ସୁବିଧାକୁ ଆପ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ଆମ ବସ୍‌ ସେବା ଅଧୀନରେ ଚଳାଚଳ କରୁଥିବା ଯେକୌଣସି ବସ୍‌ରେ ଯାତାୟାତ ନିମନ୍ତେ ଏହି ଆପ୍‌…

ସହରାଞ୍ଚଳ ଅଭିବୃଦ୍ଧି ପାଇଁ କାର୍ଯ୍ୟକାରୀ ହେବ ଓଡ଼ିଶା କ୍ୱାଡ୍ ସିଟି ଯୋଜନା

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ଅର୍ଥନୀତିକ ଅଭିବୃଦ୍ଧି ଏବଂ ବିଶ୍ୱ ପ୍ରତିଯୋଗିତାର ଏକ ଶକ୍ତିଶାଳୀ ଇଞ୍ଜିନରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ଏକ ମହତ୍ୱାକାଂକ୍ଷୀ କ୍ୱାଡ୍ ସିଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପର ଏକ ଅଂଶ ଭାବରେ, ରାଜ୍ୟ ଓଡ଼ିଶାର ଜିଡିପି ରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ସହରଗୁଡ଼ିକୁ କ୍ଲଷ୍ଟର କରି ସମନ୍ୱିତ ଅର୍ଥନୀତିକ କ୍ଷେତ୍ର ସୃଷ୍ଟି କରିବାକୁ ଯୋଜନା କରିଛି। ପ୍ରଥମ କ୍ଷେତ୍ର ଭୁବନେଶ୍ୱର, ପୁରୀ, କଟକ ଏବଂ ପାରାଦୀପକୁ ସଂଯୋଗ କରିବ…

‘ଗୋଟିପୁଅ ଗୁରୁକୁଳକୁ  ଯୁଗୋପଯୋଗୀ ଓ ସଶକ୍ତ କରାଯିବ’

ଭୁବନେଶ୍ୱର: “ଗୋଟିପୁଅ ହେଉଛି ଆମ ଓଡ଼ିଆ ଅସ୍ମିତାର ପରିଚୟ, ଆମ ନୃତ୍ୟ ପରମ୍ପରାର ପରିଚାୟକ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ଆମ ନୃତ୍ୟ ଶିଳ୍ପୀମାନଙ୍କର ନୈପୁଣ୍ୟତା ତଥା ଗୋଟିପୁଅ ନୃତ୍ୟର ମହନୀୟତା ପ୍ରଦର୍ଶିତ ହୋଇଛି। ଗୋଟିପୁଅର ସକାରାତ୍ମକ ଭବିଷ୍ୟତ ପାଇଁ ଆଲୋଚନା ଚକ୍ରରେ ନୃତ୍ୟର ବିଭିନ୍ନ ଦିଗକୁ ନେଇ ବିଶ୍ଳେଷଣ କରାଯାଇଛି। ଆଗାମୀ ଦିନରେ ଗୋଟିପୁଅ ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଥିବା ସମସ୍ତ ଗୁରୁକୁଳ…

ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଯାପିତ

ଭୁବନେଶ୍ୱର:  ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ ୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡିଆଇଜି (ପଶ୍ଚିମାଞ୍ଚଳ) ବ୍ରିଜେଶ କୁମାର ରାୟ ଯୋଗ ଦେଇ ଚାମ୍ପିୟନ  ସୁନ୍ଦରଗଡ ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ଏହାସହ ରନର୍ସ ଅପ ଟ୍ରଫି ଝାରସୁଗୁଡା ଟିମକୁ  ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସୁନ୍ଦରଗଡ ପୋଲିସ ଟିମ  ଓ ଝାରସୁଗୁଡା ପୋଲିସ ଟିମ ମଧ୍ୟରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା।…