‘ବିକଶିତ ଓଡ଼ିଶା ୨୦୩୬’ଏବଂ ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ଲକ୍ଷ୍ୟ ସାଧନ ପାଇଁ ରଣନୈତିକ ସମନ୍ୱୟ ଓ ଉନ୍ନତିକରଣ ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ ଏବଂ ଦାୟିତ୍ୱଶୀଳ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବାର ରଣନୈତିକ ପ୍ରାଥମିକତା ଏବଂ ଏକ ବ୍ୟାପକ ରୋଡମ୍ୟାପ୍ ଉପରେ ବିଚାରବିମର୍ଶ କରିବା ପାଇଁ ପର୍ଯ୍ୟଟନ ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ରାଜ୍ୟ ପର୍ଯ୍ୟଟନ ପରାମର୍ଶଦାତା ପରିଷଦ (STAC) ର ପ୍ରଥମ ବୈଠକ ଆୟୋଜନ କରିଛନ୍ତି। ପରିଷଦକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ‘ବିକଶିତ ଓଡ଼ିଶା ୨୦୩୬’ ର ଲକ୍ଷ୍ୟ ହାସଲ ଏବଂ ଜାତୀୟ ଲକ୍ଷ୍ୟ ‘ବିକଶିତ ଭାରତ ୨୦୪୭’ ରେ…

‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’ବାର୍ତ୍ତା ସହ ଆରମ୍ଭ ହେଲା ତିନିଦିନିଆ ଶିଶୁ ମହୋତ୍ସବ, ଏକାଠି ହେଲେ ରାଜ୍ୟର ୨,୫୦୦ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶାର କୋଣଅନୁକୋଣରୁ ଆସିଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା, ସ୍ୱପ୍ନ, ସୃଜନଶୀଳତା ଏବଂ ଅସୀମ ସମ୍ଭାବନାର ଏକ ମହାମିଳନ ଭାବେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬”ଭୁବନେଶ୍ୱରସ୍ଥିତ ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ରାଜ୍ୟସ୍ତରୀୟ ସମାରୋହକୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ଗୌରବମୟ…

୨୫ଟି ଜିଲ୍ଲାରେ ୬୮ଟି ପଥପାର୍ଶ୍ୱ ସୁବିଧା କେନ୍ଦ୍ର ବିକଶିତ

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ମହିଳାମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ‘ୱେ-ସାଇଡ୍ ଆମେନିଟି ସେଣ୍ଟର’(ପଥପାର୍ଶ୍ୱ ସୁବିଧା କେନ୍ଦ୍ର) ଗୁଡ଼ିକର କାର୍ଯ୍ୟକାରିତା ଏବଂ ଉନ୍ନତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ପ୍ରାୟ ୨୫କୋଟି ବିନିଯୋଗ କରି ୨୫ଟି ଜିଲ୍ଲାରେ ମୋଟ ୬୮ଟି ପଥପାର୍ଶ୍ୱ ସୁବିଧା କେନ୍ଦ୍ର ବିକଶିତ ଓ…

ଆଇଆଇଆଇଟି ଭୁବନେଶ୍ୱରର ୧୫ତମ ପରିଚାଳନା ପରିଷଦ କମିଟି ବୈଠକ : ଶିକ୍ଷା, ଗବେଷଣା, ନବସୃଜନ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ, ଓଡ଼ିଶା ତଥା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) ପରିଚାଳନା ପରିଷଦ (ବୋର୍ଡ ଅଫ୍ ଗର୍ଭର୍ଣ୍ଣସ୍) କମିଟିର ଅଧ୍ୟକ୍ଷା ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ (ଆଇଆଇଆଇଟି), ଭୁବନେଶ୍ୱରର ୧୫ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନୁଷ୍ଠାନର ଶୈକ୍ଷିକ ଓ ଗବେଷଣା କାର୍ଯ୍ୟକଳାପ, ଛାତ୍ରଛାତ୍ରୀଙ୍କ ନାମଲେଖା, ନିଯୁକ୍ତି, ଭିତ୍ତିଭୂମି ବିକାଶ ଏବଂ ଭବିଷ୍ୟତର ରଣନୀତି ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବିସ୍ତୃତ ସମୀକ୍ଷା…

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦୋଳମୁଣ୍ଡାଇ ଛକ ଠାରୁ ଗୌରୀ ଶଙ୍କର ପାର୍କ ପର୍ଯ୍ୟନ୍ତ ଆୟୋଜିତ ହେଲା ପଦଯାତ୍ରା

ଭୁବନେଶ୍ୱର/କଟକ: ରାଷ୍ଟ୍ରଗୀତ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କଟକ ଠାରେ ସମ୍ମିଳିତ ବ୍ରାସ ବ୍ୟାଣ୍ଡ ବାଦ୍ୟଯନ୍ତ୍ରର ଏକ ଭବ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା କଟକ ଦୋଳମୁଣ୍ଡାଇ ଛକ ଠାରୁ ଗୌରୀଶଙ୍କର ପାର୍କ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଉକ୍ତ ସମ୍ମିଳିତ ବ୍ରାସ ବ୍ୟାଣ୍ଡ ବାଦ୍ୟଯନ୍ତ୍ର ସଙ୍ଗୀତର ଭବ୍ୟ ପଟୁଆରରେ ଏସ୍‌ କେ ଶୋରବ ଓ ସାଥୀ,…

ବିଭିନ୍ନ ରାସ୍ତା, ସେତୁ ଓ କୋଠାବାଡ଼ି ପ୍ରକଳ୍ପରେ ନୂଆ ଜ୍ଞାନକୌଶଳ ଉପଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଆଧୁନିକ ଯନ୍ତ୍ରପାତି ଓ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ପ୍ରୋତ୍ସାହନ ଦେଇ ରାଜ୍ୟ ଏବେ ଆଗକୁ ବଢ଼ିବା ଆରମ୍ଭ କରିଛି। ନିକଟରେ ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଅଞ୍ଚଳରେ ରାସ୍ତା ଓ ସେତୁର କ୍ଷୟକ୍ଷତିକୁ ମାତ୍ର ୭୨ ଘଣ୍ଟା ମଧ୍ୟରେ ଗମନାଗମନଯୋଗ୍ୟ କରିବାରେ ପୂର୍ତ୍ତ ବିଭାଗର ଇଂଜିନିୟର ଓ ଅଧିକାରୀମାନେ ସଫଳ ହୋଇଛନ୍ତି, ଯାହା ସରକାରଙ୍କ ପାଇଁ ବଡ଼ ଉପଲବ୍ଧି। ଏହି ଉପଲବ୍ଧି ଆଧାରରେ ରାଜ୍ୟରେ ଚାଲୁଥିବା ରାସ୍ତା, ସେତୁ ଏବଂ…

ଦୈନନ୍ଦିନ ଖାଦ୍ୟରେ ମିଲେଟ‌ ସାମିଲ କରିବା ସହ ପାରମ୍ପରିକ ବିହନ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଦୈନନ୍ଦିନ ଖାଦ୍ୟରେ ଶ୍ରୀଅନ୍ନ (ମିଲେଟ୍‌) ସାମିଲ କରିବା ସହ ଭୂ-ପ୍ରଜାତି  ବିହନର ସଂରକ୍ଷଣ ଓ ସୁଦୃଢ଼ୀକରଣ ଦିଗରେ ସାମୂହିକ ପ୍ରୟାସ କରିବାକୁ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ଆହ୍ୱାନ ଜଣାଇଛନ୍ତି। ବିଶେଷକରି ଯୁବପିଢ଼ି, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀମାନେ ନିଜ ଖାଦ୍ୟାଭ୍ୟାସରେ ମାଣ୍ଡିଆ, ବାଜରା, ଜୋଅର ଆଦି ମିଲେଟ କୁ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମଙ୍ଗଳବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ‘ଶ୍ରୀଅନ୍ନ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ-୨୦୨୬’ଶୀର୍ଷକ ସମ୍ମିଳନୀକୁ ଉଦ୍‌ଘାଟନ…

ସମୁଦାୟ ୪୧, ୮୦, ୮୨୫ ମଧୁବାବୁ ହିତାଧିକାରୀ ପାଇବେ ନିୟମିତ ଭତ୍ତା

ବାଲେଶ୍ୱର: ଓଡିଶା ପାଇଁ ଏକ ଐତିହାସିକ ଦିବସ। ଆଜି ଠାରୁ ରାଜ୍ୟର କୌଣସି ଗୁରୁଜନ, ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଜନ କିମ୍ବା ଅସହାୟ ବ୍ୟକ୍ତି ଆଉ ସରକାରଙ୍କ ସହାୟତାରୁ ବଞ୍ଚିତ ହେବେ ନାହିଁ। ମଧୁବାବୁ ପେନସନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ଅପେକ୍ଷାର ଯୁଗ ଶେଷ ହେଲା; ଆରମ୍ଭ ହେଲା ଆପଣମାନଙ୍କ ଅଧିକାରକୁ ସମ୍ମାନ ଦେବାର ଯୁଗ।” ବାଲେଶ୍ୱର ସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ ମଧୁବାବୁ ପେନସନ ଯୋଜନାରେ ସାମାଜିକ…

ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥା ସଷ୍ଟେନେବିଲିଟି ଲିଡର୍ସ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜାପାନର ଟୋଟୋରିସ୍ଥିତ ବ୍ୟବସାୟିକ ସଂସ୍ଥା ୱାନଷ୍ଟ୍ରକ୍ସନ୍ ଇଙ୍କ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ଓ ଜାପାନ ମଧ୍ୟରେ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ ଓ ବ୍ୟବସାୟିକ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାପାନର ଟୋଟୋରି ପ୍ରିଫେକ୍ଚରର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର “ଓ-ହବ୍‌-ଷ୍ଟାର୍ଟଅପ୍ ଓଡ଼ିଶା”ପରିଦର୍ଶନ କରିଛନ୍ତି। ଏହି ଗସ୍ତ ଅବସରରେ ଆନ୍ତର୍ଜାତିକ ବ୍ୟବସାୟିକ ସହଭାଗିତା, ଆନୁଷ୍ଠାନିକ ସହଯୋଗ ଏବଂ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥା ସଷ୍ଟେନେବିଲିଟି ଲିଡର୍ସ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜାପାନର ଟୋଟୋରିସ୍ଥିତ ବ୍ୟବସାୟିକ ସଂସ୍ଥା ୱାନଷ୍ଟ୍ରକ୍ସନ୍…

ଓଡିଶା ସରକାରଙ୍କ ଦ୍ଵାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ -୨୦୨୪

ଭୁବନେଶ୍ଵର: ୨୦୨୬ ମସିହା  ନଭେମ୍ବର  ମାସ ୯  ତାରିଖ (ସୋମବାର) ଦିନ ଭୁବନେଶ୍ଵରସ୍ଥିତ ଜୟଦେବ ଭବନଠାରେ  ଓଡିଶା ବିଜ୍ଞାନ ଏକାଡେମୀର ୨୦୨୪ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଏକାଡ଼େମୀର ସଭାପତି ଶିବାନୀ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ୧୬  ଜଣ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ…